ଫିରିଙ୍ଗିଆ,୫/୩ : ଫିରିଙ୍ଗିଆ ବ୍ଲକର ସମସ୍ତ ବ୍ଲକ ମୁଖ୍ୟାଳୟଠାରୁ ଆରମ୍ଭ କରି ପଂଚାୟତମାନଙ୍କରେ ସୁଭଦ୍ରା ସଚେତନତା କାର୍ଯ୍ୟକ୍ରମ ସହ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଅନୁରୂପ ଭାବେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟଠାରୁ ଆରମ୍ଭ କରି ସମସ୍ତ ପଞ୍ଚାୟତମାନଙ୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଫିରିଙ୍ଗିଆ ବ୍ଲକର ଫିରିଙ୍ଗିଆ ପଞ୍ଚାୟତରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ବ୍ଲକ ସମନ୍ୱିତ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ନିବେଦିତା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକଙ୍କ ପ୍ରତିନିଧି ଅକ୍ଷୟ କୁମାର କଟା, ଅଙ୍ଗନବାଡି ପରିଦର୍ଶିକା ରତ୍ନାବତୀ ବେହେରା, ଏବିଓ ସାନନ୍ଦ ଅମାତ, ଜିପିଏଲଏଫ ସଭାପତି ମାମୁନି ପ୍ରଧାନ ଏମ୍ବିକେ ବୈଜୟନ୍ତି ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ I ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରା ବାହାରି ଫିରିଙ୍ଗିଆର ମୁଖ୍ୟ ବଜାର ଦେଇ ଇନ୍ଦିରାଗାନ୍ଧୀ ଛକ, ଆମ୍ବୁଆ ଛକ ସହ ବ୍ଲକ ଛକ ପର୍ଯ୍ୟନ୍ତ ପହଂଚିଥିବାବେଳେ ବିଭିନ୍ନ ଛକମାନଙ୍କରେ ପଥପ୍ରାନ୍ତ ସଭା ମାଧ୍ୟମରେ ସଚେତନତା କରାଯାଇଥିଲା I ଏଥିରେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ ସାମିଲ ହୋଇଥିଲେ I