ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମହିଳାଙ୍କ ପାଇଁ ଖୁସି ଖବର,ଫେବ୍ରୁଆରୀ ୮ ରେ ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

Published By : Anindita Ratha | February 2, 2025 11:46 AM

ଭୂବନେଶ୍ବର,୦୨/୦୨:  ମହିଳାଙ୍କ ପାଇଁ ଖୁସି ଖବର ।  ଫେବ୍ରୁଆରୀ ୮ ରେ ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଯାଜପୁରରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମହିଳାଙ୍କୁ ଆକାଉଣ୍ଟକୁ ପଠାଯିବ ଟଙ୍କା। ତେବେ ଏହି ପର୍ଯ୍ୟାୟରେ ୨୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।


କିଛି ଟେକ୍ନିକାଲ ତ୍ରୁଟି ଯୋଗୁଁ ଅନେକ ମହିଳାଙ୍କୁ ଟଙ୍କା ମିଳିପାରିନାହିଁ। ବ୍ୟାଙ୍କର ଏନପିସିଆଇରେ ସମସ୍ୟାରେ ଥିବାରୁ କିଛି ସମସ୍ୟା ଦେଖାଦେଇଛି । କିନ୍ତୁ ଯେଉଁ ହତାଧିକାରୀଙ୍କ ଏନପିସିଆଇରେ ସମସ୍ୟା ଅଛି ସେମାନେ କିନ୍ତୁ ଟଙ୍କା ପାଇବାକୁ ଯୋଗ୍ୟ । ସେଥିପାଇଁ ଚିନ୍ତା କରିବାର କିଛି ଚିନ୍ତା ନାହିଁ ବୋଲି ସୁନିଶ୍ଚିତ କରିଛନ୍ତି ପ୍ରଭାତୀ ପରିଡା। ସେହିପରି ଆସନ୍ତା ମାର୍ଚ୍ଚ ୮ ତାରିଖ ଅର୍ଥାତ ମହିଳା ଦିବସରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ମିଳିବ। ତେବେ ଏ ଯାଏଁ ପ୍ରାୟ ୮୦ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.