ଭୁବନେଶ୍ୱର ୦୭/୦୩: ଗୋଟିଏ ସୁଭଦ୍ରା, ଗୋଟିଏ ଦୀପ’। ଶୁକ୍ରବାର ସନ୍ଧ୍ୟାରେ ‘ସୁଭଦ୍ରା ସହାୟତା' ପାଇଥିବା ସବୁ ହିତାଧିକାରୀ ମା' ସୁଭଦ୍ରାଙ୍କ ନାଁରେ ଦୀପ ଜଳାଇବେ। ନିଜ ଘରର ମୁଖ୍ୟଦ୍ୱାରରେ ଦୀପଟିଏ ଜାଳି ସଫଳତା ପାଳନ କରିବାକୁ ଆହ୍ୱାନ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
ଗୁରୁବାର ସୁଭଦ୍ରା ଟଙ୍କା ବାଣ୍ଟିବା ପରେ ‘ଗୋଟିଏ ସୁଭଦ୍ରା, ଗୋଟିଏ ଦୀପ’ ଆହ୍ୱାନ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଥିଲେ, ମା' ସୁଭଦ୍ରା ଆମକୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରିଛନ୍ତି । ସେଥିନିମନ୍ତେ, ଆମ ପରିବାରର ମଙ୍ଗଳ, ଆମ ସମାଜ, ରାଜ୍ୟ ତଥା ମହିଳାଙ୍କ ସଶକ୍ତୀକରଣ ପାଇଁ ଶୁକ୍ରବାର ସନ୍ଧ୍ୟାରେ ‘ସୁଭଦ୍ରା ସହାୟତା' ପାଇଥିବା ସବୁ ହିତାଧିକାରୀ ମା' ସୁଭଦ୍ରାଙ୍କ ନାଁରେ ଦୀପ ଜାଳିବାକୁ କହିଥିଲେ। ନିଜ ଘରର ମୁଖ୍ୟଦ୍ୱାରରେ ଦୀପଟିଏ ଜାଳି ସଫଳତା ପାଳନ କରିବା । ଗୋଟିଏ ଘରେ ଏକାଧିକ ସୁଭଦ୍ରା ଥିଲେ ଘର ଦ୍ୱାରରେ ଏକାଧିକ ଦୀପ ଜାଳିବାକୁ ସେ କହିଛନ୍ତି ।