ନୂଆଦିଲ୍ଲୀ,୦୮/୦୮: ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ମୋଦି ସରକାରଙ୍କ କେନ୍ଦ୍ର କ୍ୟାବିନେଟ୍ ମହିଳାମାନଙ୍କୁ ଏକ ବଡ଼ ଉପହାର ଦେଇଛି। ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍ ବୈଠକରେ, ଏଲପିଜି ସବସିଡି ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ପାଇଁ ୧୨,୦୬୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ବୈଷୟିକ ଶିକ୍ଷା ପ୍ରତିଷ୍ଠାନ ପାଇଁ ୪୨ ହଜାର କୋଟି ମଞ୍ଜୁର:
ଏତିକିବେଳେ ଶସ୍ତା ରନ୍ଧନ ଗ୍ୟାସ ପାଇଁ ୩୦ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଏହା ବ୍ୟତୀତ, ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ ୪୨ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ସବସିଡି ଦେବାର ଉଦ୍ଦେଶ୍ୟ ହେଉଛି ସରକାରୀ ତୈଳ କମ୍ପାନୀଗୁଡ଼ିକ ବଜାର ମୂଲ୍ୟଠାରୁ କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ ବିକ୍ରୟ କରିବା ଦ୍ୱାରା ହେଉଥିବା କ୍ଷତିକୁ ପୂରଣ କରିବା।
ସାରା ଦେଶରେ ୧୦.୩୩ କୋଟି ପିଏମ୍ୟୁଓ୍ବାଇ ଯୋଗାଣ:
ଦେଶବ୍ୟାପୀ ଗରିବ ପରିବାରର ବୟସ୍କ ମହିଳାଙ୍କୁ ମାଗଣା ଏଲପିଜି ସଂଯୋଗ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ମେ' ୨୦୧୬ରେ ଆରମ୍ଭ କରାଯାଇଥିଲା। ୧ ଜୁଲାଇ ସୁଦ୍ଧା, ଭାରତରେ ପ୍ରାୟ ୧୦.୩୩ କୋଟି ପିଏମୟୁୱାଇ ସଂଯୋଗ ରହିଛି। "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ହିତାଧିକାରୀଙ୍କୁ ପ୍ରତି ୧୪.୨ କିଲୋଗ୍ରାମ ସିଲିଣ୍ଡର ପାଇଁ ପ୍ରତିବର୍ଷ ୯ ରିଲୋ ପର୍ଯ୍ୟନ୍ତ ୩୦୦ ଟଙ୍କା (ଏବଂ ସମାନୁପାତିକ ଭାବରେ ୫ କିଲୋଗ୍ରାମ ସିଲିଣ୍ଡର ପାଇଁ ମଧ୍ୟ) ଲକ୍ଷିତ ସବସିଡି ମଞ୍ଜୁର କରିଛନ୍ତି, ଯାହାର ବ୍ୟୟ ୧୨,୦୦୦ କୋଟି ଟଙ୍କା ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି।
ଭାରତ ଏହାର ଏଲପିଜି ଆବଶ୍ୟକତାର ପ୍ରାୟ ୬୦ ପ୍ରତିଶତ ଆମଦାନୀ କରେ। କ୍ୟାବିନେଟ୍ ତାମିଲନାଡୁରେ ମାରିକନମ୍-ପୁଡୁଚେରୀ (୪୬ କିଲୋମିଟର) ରାସ୍ତାର ଚାରି ଲେନ୍ ନିର୍ମାଣକୁ ₹୨,୧୫୭ କୋଟି ଟଙ୍କାର ମୋଟ ପୁଞ୍ଜି ବ୍ୟୟରେ ଅନୁମୋଦନ କରିଛି।