ନୀଳଗିରି,୧୭/୧୨: ବାଲେଶ୍ଵର ନୀଳଗିରି କୂଳଡିହା ବନ ବିଭାଗକୁ ସଫଳତା। ହାତୀ ମରିଯିବା ପରେ ବନବିଭାଗ ପୋତୁଥିବା ଶବର ହାଡ଼ ଆଣି ଦାନ୍ତ ନିର୍ମାଣ କରୁଥିବା ୯ ତସ୍କରଙ୍କୁ ଗିରଫ କରିଛି । ଡିଏଫଓ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏସିଏଫ ଶୋଭନ ଦିଗନ୍ତ ଚାନ୍ଦ,କୂଳଡିହା ରେଞ୍ଜର ସୁବ୍ରତ କୁମାର ବେହେରା ଏକ ଟିମ ନେଇ ଅଚାନକ ଚଢ଼ାଉ କରିଥିଲେ। ଯାହାଦ୍ୱାରା ୯ ଜଣ ତସ୍କରଙ୍କୁ ଗିରଫ କରାଯାଇଛି। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା କୂଳଡିହା ବନ ବିଭାଗ ହାତୀ ଖୁଲିଆ ଗ୍ରାମରେ ।
ସୂଚନା ଅନୁଯାୟୀ, ୨ ବର୍ଷ ପୂର୍ବରୁ ହାତୀ ମରିବା ପରେ କୂଳଡିହା ବନ ବିଭାଗ ହାତୀର ଶବକୁ ମାଟି ତଳେ ପୋତିଥିଲା। ହାତୀର ହାଡ଼କୁ ତସ୍କର ମାନେ ମାଟି ତଳୁ ଖୋଳି ଏହାକୁ ଗ୍ରାଇଡିଂ କରି ହାତୀ ଦାନ୍ତ ତିଆରି କରୁଥିଲେ। କିଛିଦିନ ଆଗରୁ ତିନିଜଣ ଶିକାରୀଙ୍କ ଠାରୁ ମୃତ ଝିଙ୍କ ଓ ଜଙ୍ଗଲୀ ମୂଷା ଧରା ପଡିବା ପରେ ତାଙ୍କ ମୋବାଇଲ ଟ୍ରାକରୁ ସବୁ ଘଟଣା ତଦନ୍ତକାରୀ ଅଧିକାରୀ ଏସିଏଫ ଶୋଭନଦିଗନ୍ତ ଚାନ୍ଦ ଜାଣିବାକୁ ପାଇଥିଲେ। ପରେ ତଦନ୍ତ କରି ସନ୍ତରଗଡ଼ିଆ ଅଞ୍ଚଳର ୨୧ ବର୍ଷୀୟ ମାଷ୍ଟର ମାଇଣ୍ଡକୁ ଧରିବା ପରେ ଆଉ ୫ଜଣଙ୍କୁ ଗିରଫ କରିଥିଲେ। ହାତୀଖୁଲିଆ ଅଞ୍ଚଳର ଅନେକ ତସ୍କର ଏହି ଘଟଣାରେ ସାମିଲ ଥିବା ଜଣାପଡିଛି। ଆହୁରି ଅଭିଯୁକ୍ତ ଧରାପଡିବେ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।