ପ୍ରମୂଖ ଖବର
  • ପୁରୀ ଶରଧାବାଲି ଦଳାଚକଟା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
  • ||
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ଓ୍ୱାଶିଂଟନ୍ ପୋଷ୍ଟର ବଡ଼ ଖୁଲାସା, ଭାରତର ସିନ୍ଦୁର ଅପରେସନରେ ପାକିସ୍ତାନର ୬ଟି ଏୟାରଫିଲ୍ଡ ଧ୍ୱଂସ

Published By : Swapna Ray | May 15, 2025 2:23 PM

ନୂଆଦିଲ୍ଲୀ, ୧୫।୫: ଓ୍ୱାଶିଂଟନ୍ ପୋଷ୍ଟର ବଡ଼ ଖୁଲାସା । ଅପରେସନ୍ ସିନ୍ଦୂର ଭାଙ୍ଗିଲା ପାକିସ୍ତାନ ସେନାର ଅଣ୍ଟା । ଭାରତର ସିନ୍ଦୁର ଅପରେସନରେ ପାକିସ୍ତାନର ୬ଟି ଏୟାରଫିଲ୍ଡ୍ ଧ୍ୱଂସ ହୋଇଥିବା ଜଣାପଡ଼ିଛି । ଗତ କିଛି ଦିନ ତଳେ ପହଲଗାମ୍ ଆକ୍ରମଣର ବଦଲା ନେବା ପାଇଁ ପିଓକେ ଏବଂ ପାକିସ୍ତାନ ଭିତରେ ପଶି ଅପରେସନ୍ ସିନ୍ଦୂର କରିଥିଲା ଭାରତୀୟ ସେନା । ଯେଉଁଥିରେ ଆତଙ୍କୀ ଆଡ୍ଡା ସହିତ ପାକିସ୍ତାନର ସୈନ୍ୟ ଠିକଣା ଉପରେ ଜୋରଦାର ଆକ୍ରମଣ କରାଯାଇଥିଲା । ଏନେଇ ବର୍ତ୍ତମାନ ବଡ଼ ଖୁଲାସା କରିଛି ଆମେରିକୀୟ ଖବରକାଗଜ ଓ୍ୱାଶିଂଟନ୍ ପୋଷ୍ଟ । 

ଓ୍ୱାଶିଂଟନ୍ ପୋଷ୍ଟର ରିପୋର୍ଟ ଅନୁସାରେ, ଭାରତର ଆକ୍ରମଣରେ ପାକିସ୍ତାନର ଅତି କମ୍‌ରେ ୬ଟି ଏୟାରବେସର ରନଓ୍ୱେ ଏବଂ କୋଠାବାଡ଼ି ନଷ୍ଟ ହେଇଛି । ଦୁଇ ଡର୍ଜନରୁ ଅଧିକ ସାଟେଲାଇଟ୍ ଫଟୋ ସହିତ ଅନେକ ଭିଡିଓର ରିଭ୍ୟୁ କରିବା ପରେ ଏହା ଜଣାପଡ଼ିଛି ଯେ, ଏହି ଆକ୍ରମଣରେ ପାକିସ୍ତାନୀ ସେନାର ତିନୋଟି ହ୍ୟାଙ୍ଗର, ଦୁଇଟି ରନଓ୍ୱେ ଏବଂ ବାୟୁସେନା ତରଫରୁ ବ୍ୟବହାର କରାଯାଉଥିବା ଦୁଇଟି କୋଠା କ୍ଷତିଗ୍ରସ୍ତ ହୋଇଛି । କିଛି ସ୍ଥାନରେ ଭାରତ, ପାକିସ୍ତାନର ୧୦୦ ମାଇଲ୍ ଭିତରେ ପଶି ଆକ୍ରମଣ କରିଛି ବୋଲି ଓ୍ୱାଶିଂଟନ୍ ପୋଷ୍ଟ ରିପୋର୍ଟ ଦେଇଛି । 

ଏହି ଖବରକାଗଜ ଆହୁରି ଦାବି କରିଛି ଯେ, ପରମାଣୁ ଶକ୍ତି ସମ୍ପନ୍ନ ଏହି ଦୁଇଟି ଦେଶ, ପରମାଣୁ ଯୁଦ୍ଧର ବହୁତ ନିକଟତର ହୋଇଯାଇଥିଲେ । ଯାହାକୁ ନେଇ ଆମେରିକା ଚିନ୍ତାରେ ଥିଲା । ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ପରେ କିନ୍ତୁ, ଦୁଇ ଦେଶ ଯୁଦ୍ଧ ବିରତି ଘୋଷଣା କରିଥିଲେ । କହିରଖୁ କି, ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ସ୍ଥିତି ଭିତରେ ମୋଦୀ ସରକାର ଯୁଦ୍ଧ ବିରତି ଘୋଷଣା କରିଥିଲେ । ଯୁଦ୍ଧ ବିରତି ଘୋଷଣା ପରେ ପାକିସ୍ତାନ ସୀମାରେ କିଛି ବି, ହରକତ୍ କରେ ତେବେ ଭାରତ ପୁଣିଥରେ ଆକ୍ରମଣ କରିପାରେ ବୋଲି ଚର୍ଚ୍ଚା ହେଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.