ନୂଆଦିଲ୍ଲୀ,୦୩/୧୨: ଦେଶବାସୀଙ୍କୁ ୩ ନୂଆ ଅପରାଧିକ ଆଇନ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଣ୍ଡିଗଡରେ ଆଇନ କାର୍ଯ୍ୟକାରିତା ନେଇ ହୋଇଥିବା ପ୍ରଦର୍ଶନୀରେ ଯୋଗ ଦେଇ ନୂଆ ୩ ଅପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଦେଶର ଆଇନ ଓ ନ୍ୟାୟିକ ବ୍ୟବସ୍ଥାର ପରିବର୍ତ୍ତନ କ୍ଷେତ୍ରରେ ଏହି ୩ ନୂଆ ଆଇନ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ । ଗତ ଜୁଲାଇ ୧ରେ ୩ ନୂଆ ଆଇନ ଦେଶରେ ଲାଗୁ ହୋଇ ସାରିଛି । ଦେଶରେ ଏହି ଆଇନ ଦେଶବାସୀଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ନ୍ୟାୟ ସଂହିତା ଲୋକଙ୍କର, ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ବାରା । ଯାହା ଲୋକତନ୍ତ୍ରର ଆଧାର । ଭାରତୀୟ ନ୍ୟାୟ ସଂହିତାର ମୂଳମନ୍ତ୍ର ହେଉଛି ନାଗରିକ ପ୍ରଥମ । ଏହି ଆଇନ ନାଗରିକଙ୍କ ଅଧିକାରର ସୁରକ୍ଷା କବଚ ହେବ । ସହଜ ନ୍ୟାୟ ପ୍ରଦାନର ଆଧାର ହେବ । ପୁରୁଣା ବ୍ୟବସ୍ଥାରେ ପ୍ରୋସେସ ହିଁ ପନିସମେଣ୍ଟ ଥିଲା। ଏକ ସୁସ୍ଥ ସମାଜରେ ଆଇନର ସମ୍ବଳ ହେବା ଦରକାର । ମାତ୍ର ଆଇପିସିରେ କେବଳ ଆଇନର ଡର ହିଁ ଏକମାତ୍ର ତରିକା ଥିଲା । ଆଇନ ନାଗରିକ ସଶକ୍ତିକରଣର ମାଧ୍ୟମ ହେଉ ସେ ନେଇ ଆମକୁ ଚିନ୍ତାଧାରା ବ୍ୟାପକ କରିବାକୁ ପଡିବ । ଏହି ନୂଆ ଆଇନ ଆତଙ୍କବାଦ ବିରୋଧରେ ଲଢିବାରେ ସହାୟକ ହେବ ।
#WATCH | Chandigarh | While addressing a programme marking the successful implementation of the three new criminal laws, PM Modi says, "In the older system - the process was punishment. In a healthy system - the law should work as a support but in IPC - there was one way only -… pic.twitter.com/AdLjVcCQSL
— ANI (@ANI) December 3, 2024
ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଚଣ୍ଡିଗଡରେ ଏହି ସ୍ବତନ୍ତ୍ର ଉତ୍ସବରେ ୩ ନୂଆ ଅପରାଧିକ ଆଇନ ଏକାସଙ୍ଗରେ ଲାଗୁ ହେଲା । ପର୍ଯ୍ୟାୟକ୍ରମେ ସାରା ଦେଶରେ ୩ ଅପରାଧିକ ଆଇନ ଲାଗୁ ହେବ । ୧୬୦ ବର୍ଷ ତଳେ ପୁରୁଣା ଆଇନ ଲାଗୁ ହୋଇଥିଲା । ବ୍ରିଟିଶ ପାର୍ଲାମେଣ୍ଟରେ ସେମାନେ ତାଙ୍କ ସୁରକ୍ଷା ପାଇଁ ଆଇନ କରିଥିଲେ । ଏ ନୂଆ ଆଇନ ଆମ ସଂସଦରେ ଆମ ପାଇଁ ତିଆରି । ୩ ବର୍ଷ ଭିତରେ ଏହି ଆଇନ ସାରା ଦେଶରେ ଲାଗୁ ହେବ । ତାରିଖ ପେ ତାରିଖରୁ ମିଳିବ ମୁକ୍ତି । ରାଜଦ୍ରୋହର ପ୍ରାବଧାନକୁ ବଦଳାଇ ଦେଶଦ୍ରୋହ କରାଯାଇଛି ।