• ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ​‌ ଯୋଗ ଦେଲେ ଇୟୁ ମୁଖ୍ୟ
  • ଭବ୍ୟ ଆୟୋଜନକୁ କଲେ ପ୍ରଶଂସା
  • କହିଲେ-ଅତିଥି ହେବା ମୋ ପାଇଁ ‘ଜୀବନ ସାରାର ସମ୍ମାନ’  
  • ସଫଳ ଭାରତ ଦୁନିଆକୁ ଅଧିକ ସ୍ଥିର, ସମୃଦ୍ଧ ଏବଂ ସୁରକ୍ଷିତ କରିଥାଏ
  • ଖୁବ୍ ଶୀଘ୍ର ଭାରତ-ଇୟୁ ‘ମଦର ଅଫ୍ ଟ୍ରେଡ୍ ଡିଲ’  

ନୂଆଦିଲ୍ଲୀ,୨୬।୧: ଭାରତର ଆର୍ଥିକ ଶକ୍ତିର  ପୁରା ବିଶ୍ବ ପରେ ଏବେ ୟୁରୋପ ଗ୍ରହଣ କରିଛି। ୭୭ ତମ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ୟୁରୋପୀୟ କମିଶନ୍‌ର ଅଧ୍ୟକ୍ଷ ଉର୍ତ୍ସୁଲା ଭନ୍ ଡେର ଲେୟନ୍। ସେ ଭାରତକୁ ବିଶ୍ବ ସ୍ଥିରତାର ସ୍ତମ୍ଭ ବୋଲି କହିଛନ୍ତି। ଏହା ସହ କହିଛନ୍ତି,ଭାରତର ସଫଳତା ହିଁ ଦୁନିଆକୁ ଅଧିକ ସ୍ଥିର, ସମୃଦ୍ଧ ଏବଂ ସୁରକ୍ଷିତ କରିଛି। ତାଙ୍କର ଏହି ବୟାନ ଭାରତ ଏବଂ ୟୁରୋପୀୟ ସଂଘ (ଇୟୁ) ଭିତରେ ହେବାକୁ ଯାଉଥିବା ବହୁ ପ୍ରତିକ୍ଷିତ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍ଟିଏମ) ର ଠିକ୍ ପୂର୍ବରୁ ଆସିଛି, ଯାହାକୁ ‘ମଦର ଅଫ୍ ଅଲ୍ ଟ୍ରେଡ୍ ଡିଲ୍’ କୁହାଯାଉଛି। ତିନି ଦିବସୀୟ ଭାରତ ଯାତ୍ରାରେ ଆସିଥିବା ଉର୍ସୁଲା ଭନ୍ ଡେର୍ ଲେୟେନ୍ ଆଜି ଭାରତର ୭୭ ତମ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ତାଙ୍କ ସହ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ମଧ୍ୟ ଏହି ଭବ୍ୟ ଆୟୋଜନରେ ସାମିଲ ହୋଇଥିଲେ।

ଭନ୍ ଡେର ଲେୟନ୍ ଏହାକୁ ନିଜ ଜୀବନର ‘ସବୁଠାରୁ ବଡ଼ ସମ୍ମାନ’ ବୋଲି କହିଛନ୍ତି। ସେ ସୋସିଆଲ ମିଡିଆ ମଞ୍ଚ ‘ଏକ୍ସ’ରେ ଲେଖିଛନ୍ତି, ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବା ‘ଜୀବନ ସାରାର ସମ୍ମାନ’। ସଫଳ ଭାରତ ଦୁନିଆକୁ ଅଧିକ ସ୍ଥିର, ସମୃଦ୍ଧ ଓ ସୁରକ୍ଷିତ କରିଥାଏ। ଏହାର ଲାଭ ଆମ ସମସ୍ତଙ୍କୁ ମିଳିଥାଏ।’

‘ମଦର ଅଫ୍ ଅଲ୍ ଟ୍ରେଡ୍ ଡିଲ’ର ଖୁବ୍ ନିକଟରେ ଭାରତ-ଇୟୁ

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଭାରତ-ଇୟୁ ଶିଖର ସମ୍ମିଳନୀରେ ଦୁଇ ପକ୍ଷ ଦୀର୍ଘ ସମୟ ଧରି ଅପେକ୍ଷାରେ ଥିବା ମୁକ୍ତ ବାଣିଜ୍ୟ ଚୁକ୍ତିର ସମାପନ ଘୋଷଣା କରିପାରିବେ। ଯଦି ଏହି ଚୁକ୍ତି ହୁଏ ତେବେ ଏହା ପ୍ରାୟ ୨ ବିଲିୟନ ଲୋକଙ୍କ ମିଳିବ ବଜାର ତିଆରି କରିବ। ସେଭଳି ବିଶ୍ବ ଜିଡିପିର ପ୍ରାୟ ୨୫ ପ୍ରତିଶତ ହେବ। ଏହାପୂର୍ବରୁ ଡାଭୋସ୍‌ରେ ଆୟୋଜିତ ବିଶ୍ବ ଆର୍ଥିକ ମଞ୍ଚ(ଡବ୍ଲୁଇଏଫ୍)ରେ ଭାନ୍ ଡେନ୍ ଲେୟନ୍ କହିଥିଲେ, ଭାରତ ଓ ୟୁରୋପୀୟ ସଂଘ ଏକ ଐତିହାସିକ ଚୁକ୍ତିର ଖୁବ୍ ନିକଟତର ରହିଛି। ଯାହାକି ୟୁରୋପକୁ ଦୁନିଆର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଆର୍ଥିକ କ୍ଷେତ୍ରର ଦ୍ରୁତ ବୃଦ୍ଧି ଦେଖାଇବ।

କାର ଉପରେ ଟାରିଫ୍ ହ୍ରାସ କରିବାକୁ ପ୍ରସ୍ତୁତି

ଏହି ଚୁକ୍ତି ଅନୁସାରେ,ଭାରତ ଏବଂ ୟୁରୋପୀୟ ସଂଘରୁ ଆମଦାନୀ ହେଉଥିବା କାର ଉପରେ ୧୧୦ ପ୍ରତିଶତ ପର୍ଯ୍ୟନ୍ତ ଲାଗୁଥିବା ଭାରି ଶୁଳ୍କକୁ ହ୍ରାସ କରି ୪୦% କରିବାର ଯୋଜନା ରହିଛି। ରିପୋର୍ଟ ଅନୁସାରେ, ୧୫୦୦୦ ୟୁରୋରୁ ଅଧିକ ଦାମ୍ ଥିବା ସୀମିତ ସଂଖ୍ୟାରେ କାର ଉପରେ ଟ୍ୟାକ୍ସ ତୁରନ୍ତ କମ୍ କରି ଦିଆଯିବ। ଭବିଷ୍ୟତରେ ଏହାକୁ୧୦% ପର୍ଯ୍ୟନ୍ତ ଆଣିବାର ସମ୍ଭାବନା ରହିଛି। ଏଥିରେ ଭୋଲକ୍ସୱାଗନ୍, ମର୍ସିଡିଜ୍-ବେଞ୍ଜ,ବିଏମ୍‌ଡବ୍ଲୁ ଭଳି ୟୁରୋପୀୟ ଅଟୋ କମ୍ପାନୀ ପାଇଁ ଭାରତୀୟ ବଜାରର ରାସ୍ତା ଆହୁରି ଖୋଲିଯିବ।

ଭାରତ-ଇୟୁ ବାଣିଜ୍ୟ ଚୁକ୍ତିର ଲମ୍ବା ଯାତ୍ରା

ଭାରତ ଏବଂ ଇୟୁ ଭିତରେ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ୨୦୦୭ ରେ ଆଲୋଚନା ହୋଇଥିଲା,କିନ୍ତୁ ୨୦୧୩ରେ ବାର୍ତ୍ତା ବନ୍ଦ କରି ଦିଆଯାଇଥିଲା। ପ୍ରାୟ ୯ ବର୍ଷ ପରେ ୨୦୨୨ ରେ ଆଲୋଚନା ପୁଣିଥରେ ଆରମ୍ଭ ହୋଇଥିଲା,ଯାହାକି ଏବେ ନିର୍ଣ୍ଣାୟକ ମୋଡରେ ପହଁଞ୍ଚିଛି। ଆର୍ଥିକ ବର୍ଷ ୨୦୨୩-୨୪ ରେ ଭାରତ-ଇୟୁ ମଧ୍ୟରେ ୧୩୫ ଅରବ ଆମେରିକୀୟ ଡଲାରର ଦ୍ବିପାକ୍ଷିକ ବାଣିଜ୍ୟ ହୋଇଥିଲା। ଯହାଫଳରେ ଇୟୁ ଭାରତର ସବୁଠାରୁ ବଡ଼ ବାଣିଜ୍ୟ ପାର୍ଟନର ପାଲଟିଛି। ଯଦି ଏହି ଚୁକ୍ତି ସଫଳ ହୁଏ,ତେବେ ଏହା ନା କେବଳ ଭାରତ-ୟୁରୋପ ସମ୍ପର୍କକୁ ଶୀର୍ଷରେ ପହଁଞ୍ଚାଇବ,ବଂର ବିଶ୍ବ ବାଣିଜ୍ୟ ଏବଂ ଭୂ-ରାଜନୀତିରେ ଏକ ନୂତନ ଯୁଗର ଆରମ୍ଭ ବୋଲି କୁହାଯିବ।

ଆହୁରି ପଢନ୍ତୁ: ଛତିଶଗଡ଼ ବିଜାପୁରରେ ନକ୍ସଲଙ୍କ ଏକାଧିକ ଆଇଇଡି ବ୍ଲାଷ୍ଟ, ୧୧ ସୁରକ୍ଷାକର୍ମୀ ଆହତ