ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଡିଆର୍‌ଡିଓର ବଡ଼ ଉପଲବ୍ଧି, ଷ୍ଟ୍ରାଟୋସ୍ଫେରିକ୍‌ ଏୟାରଶିପ୍‌ର ସଫଳ ପରୀକ୍ଷଣ

Published By : Rasmita Pradhan | May 5, 2025 9:01 AM

ନୂଆଦିଲ୍ଲୀ, ୦୫/୦୫ : ପହଲଗାମ୍‌ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ସହ ବଢ଼ିଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷା ଅନୁସଂଧ୍ୟାନ ଓ ବିକାଶ ସଂଗଠନ(ଡିଆର୍‌ଡିଓ) କୁ ଏକ ବଡ଼ ସଫଳତା ମିଳିଛି । ଷ୍ଟ୍ରାଟୋସ୍ଫେରିକ୍‌ ଏୟାରଶିପ୍‌ ପ୍ଲାଟ୍‌ଫର୍ମର ପ୍ରଥମ ଉଡ଼ାଣ ପରୀକ୍ଷଣରେ ସଫଳ ହୋଇଛି ସଂସ୍ଥାନ । ମଧ୍ୟପ୍ରଦେଶ ଶ୍ୟୋପୁରର ପରୀକ୍ଷଣସ୍ଥଳରୁ ଶନିବାର ଏହାର ପରୀକ୍ଷଣ କରାଯାଇଥିଲା । ଏହି ଏୟାରଶିପ୍‌ ପ୍ଲାଟ୍‌ଫର୍ମକୁ ଆଗ୍ରାସ୍ଥିତ ଏରିଆଲ୍‌ ଡେଲିଭରି ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିଶମେଣ୍ଟ ବିକଶିତ କରିଛି । 

ଗତକାଲି ପରୀକ୍ଷଣ ସମୟରେ ଏୟାରଶିପ୍‌କୁ ଭୂପୃଷ୍ଠରୁ ୧୭ କିମି ଉଚ୍ଚତାରେ ପେଲୋଡ୍‌ ସହିତ ଲଞ୍ଚ କରାଯାଇଥିଲା । ଏୟାରଶିପ୍‌ ୬୨ ମିନିଟ୍‌ ଧରି ଉଡ଼ାଣ ଭରିଥିଲା । ଡିଆର୍‌ଡିଓକୁ ଏହି ସଫଳତା ଲାଗି ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଖୁବ୍‌ କମ୍‌ ଦେଶ ନିକଟରେ ଏଭଳି ସ୍ୱଦେଶୀ ହାଇ ଅଲ୍‌ଟିଟ୍ୟୁଡ୍‌ ଏୟାରଶିପ୍‌ ଟେକ୍ନୋଲୋଜି ଥିବା ସେ ଦର୍ଶାଇଛନ୍ତି । ଏହି ମିଶନକୁ ଡିଆର୍‌ଡିଓର ହାଇ ଅଲ୍‌ଟିଚ୍ୟୁଡ୍‌ ଏୟାରଶିପ୍‌ ଟେକନିକ୍‌ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି । 

ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ଡିଆର୍‌ଡିଓ ଲେଖିଛି ଯେ, ‘ଲାଇଟର ଦ୍ୟାନ୍‌ ଏୟାର’ ପ୍ରଣାଳୀ ଭାରତର ପୃଥିବୀ ଅବଲୋକନ, ଗୁଇନ୍ଦା ସୂଚନା, ଅନୁଧ୍ୟାନ କ୍ଷମତାକୁ ବଢ଼ାଇବ । ଏହାଦ୍ୱାରା ଭାରତ ଏହି ସ୍ୱଦେଶୀ କୌଶଳ ଥିବା ହାତଗଣତି ଦେଶ ମଧ୍ୟରେ ସାମିଲ ହୋଇଛି । ପରୀକ୍ଷଣ ସମୟରେ ଏୟାରଶିପ୍‌କୁ ସ୍ୱତନ୍ତ୍ର ଇନ୍‌ଷ୍ଟ୍ରୁମେଣ୍ଟାଲ ପେଲୋଡ୍‌ ସହିତ ଲଞ୍ଚ କରାଯାଇଥିଲା । ଏୟାରଶିପ୍‌ରୁ ଅନ୍‌ବୋର୍ଡ ସେନ୍ସର ଜରିଆରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ ହୋଇଥିଲା । ଏହି ତଥ୍ୟ ଆଗକୁ ଅଧିକ ଉଚ୍ଚତାକୁ ଯାଉଥିବା ଏୟାରଶିପ୍‌ର ଉଡ଼ାଣ ଲାଗି ଠିକ୍‌ ସିମୁଲେସନ୍‌ ମଡେଲ୍‌ ବନାଇବାରେ ସହାୟତା କରିବ । ଟ୍ରାଏଲ ସମୟରେ ଏୟାରଶିପ୍‌ର ଏନ୍‌ଭଲପ୍‌ ପ୍ରେସର କଣ୍ଟ୍ରୋଲ ଓ ଜରୁରିକାଳୀନ ଡିଫ୍ଲେଶନ ସିଷ୍ଟମକୁ ମଧ୍ୟ ସକ୍ରିୟ କରାଯାଇଥିଲା । ଉଦ୍ଦେଶ୍ୟ ଥିଲା ଏହି ସିଷ୍ଟମର କାର୍ଯ୍ୟଦକ୍ଷତାକୁ ଯାଞ୍ଚ କରିବା । ପରୀକ୍ଷଣ ଟିମ୍‌ ଏୟାରଶିପ୍‌କୁ ସୁରକ୍ଷିତ ଭାବେ ରିକଭର କରିନେଇଥିବାବେଳେ ତାକୁ ଆଗକୁ ବୈଷୟିକ ଯାଞ୍ଚ ଲାଗି ସଂରକ୍ଷିତ ରଖାଯାଇଛି ।

ଏହି ଖବରଟିକୁ ପଢନ୍ତୁ-କାନପୁରରେ ଜୋତା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଗୋଟିଏ ପରିବାରର ୫ ଜୀବନ୍ତ ଦଗ୍ଧ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.