ପ୍ରମୂଖ ଖବର
  • ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ପରେ ଆନ୍ଦୋଳନରୁ ହଟିଲା ଓଏଏସ ସଂଘ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ
  • ||
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଦ୍ବିଶତକ କରି ଇତିହାସ ରଚିଲେ ଶୁଭମନ ଗିଲ, ଭାଙ୍ଗିଲା କୋହଲିଙ୍କ ରେକର୍ଡ: ପଛରେ ପଡିଲେ ଗାଭାସ୍କର-ଆଝାରୁଦ୍ଧିନ୍

Published By : Harapriya Biswal | July 3, 2025 7:53 PM

ନୂଆଦିଲ୍ଲୀ,୩।୭: ଇଂଲଣ୍ଡ ବିପକ୍ଷରେ ଏଜବେଷ୍ଟନ୍ ଟେଷ୍ଟରେ କ୍ୟାପଟେନ୍ ଶୁଭମନ୍ ଗିଲ୍‌ଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ଶୁଭମନ୍ ଗିଲ ଭାରତର ପ୍ରଥମ ଇନିଂସରେ ଦ୍ବିଶତକ କରିଛନ୍ତି। ଶୁଭମନ ୩୧୧ ବଲ୍‌ରେ ନିଜର ଦ୍ବିଶତକ ପୂରଣ କରିଛନ୍ତି, ଯେଉଁଥିରେ ୨୧ ଚୌକା ଓ ଦୁଇଟି ଛକା ରହିଛି। ଶୁଭମନ ଇଂଲଣ୍ଡରେ କୌଣସି ଟେଷ୍ଟ ମ୍ୟାଚ୍‌ରେ ଦ୍ବିଶତକ କରିଥିବା ପ୍ରଥମ ଭାରତୀୟ କ୍ୟାପଟେନ୍ ରହିଛନ୍ତି। ଶୁଭମନଙ୍କ ଟେଷ୍ଟ କ୍ୟାରିୟରର ଏହା ପ୍ରଥମ ଦ୍ବିଶତକ।

ଇଂଲଣ୍ଡରେ ଟେଷ୍ଟ ମ୍ୟାଚ୍‌ରେ ଦ୍ବିଶତକ କରିଥିବା ଶୁଭମନ ଗିଲ୍ ତୃତୀୟ ଭାରତୀୟ। ଶୁଭମନଙ୍କ ପୂର୍ବରୁ ସୁନିଲ ଗାଭାସ୍କର ଓ ରାହୁଲ ଦ୍ରାଭିଡ୍‌ ହିଁ ଏଭଳି କରିଥିଲେ। ଏବେ ଶୁଭମନ ଗିଲ୍ ବିଦେଶ ମାଟିରେ ଟେଷ୍ଟ କ୍ରିକେଟରେ ସବୁଠାରୁ ବଡ଼ ଇନିଂସ ଖେଳିଥିବା ଭାରତୀୟ କ୍ୟାପଟେନର ଗୌରବ ଅର୍ଜନ କରିଛନ୍ତି। ଏହା ସହ ବିରାଟ କୋହଲିଙ୍କୁ ମଧ୍ୟ ଶୁଭମନ ଗିଲ୍ ପଛରେ ପକାଇ ଦେଇଛନ୍ତି। କୋହଲି ଜୁଲାଇ ୨୦୧୬ ରେ ଓ୍ବେଷ୍ଟଇଣ୍ଡିଜ୍ ବିରୋଧରେ ନର୍ଥସାଉଣ୍ଡ ଟେଷ୍ଟରେ ୨୦୦ରନ୍ କରିଥିଲେ। 

ଶୁଭମନ ଏବେ ଇଂଲଣ୍ଡରେ ସବୁଠାରୁ ବଡ ଟେଷ୍ଟ ଇନିଂସ ଖେଳିଥିବା ଭାରତୀୟ କ୍ୟାପଟେନ୍ ହୋଇସାରିଛନ୍ତି। ମହମ୍ମଦ ଆଝାରୁଦ୍ଧିନ୍‌ଙ୍କୁ ସେ ପଛରେ ପକାଇ ଦେଇଛନ୍ତି। ଆଝାରୁଦ୍ଧିନ୍ ଅଗଷ୍ଟ ୧୯୯୦ ରେ ମଞ୍ଚେଷ୍ଟର ଟେଷ୍ଟ ମ୍ୟାଚ୍‌ରେ ୧୭୯ ରନ୍‌ର ଇନିଂସ ଖେଳିଥିଲେ। ଶୁଭମନ ଏବେ ଇଂଳଣ୍ଡରେ ଏବେ ସବୁଠାରୁ ବଡ଼ ଇନିଂସ ଖେଳିଥିବା ଭାରତୀୟ ବ୍ୟାଟର ପାଲଟିଛନ୍ତି। ଶୁଭମନ ୨୨୨ ରନ୍ କରି ସୁନିଲ ଗାଭାସ୍କରଙ୍କୁ ପଛରେ ପକାଇ ଦେଇଥିଲେ। ଗାଭାସ୍କର ୧୯୭୯ ରେ ଓଭାଲ ଟେଷ୍ଟରେ ୨୨୧ ରନ୍‌ର ଇନିଂସ ଖେଳିଥିଲେ। 

ଶୁଭମନ ଗିଲ ପ୍ରଥମ ଏସୀୟ ଅଧିନାୟକ ଭାବରେ SENA (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ) ଦେଶରେ ଦ୍ୱିଶତକ ହାସଲ କରିଛନ୍ତି। ପୂର୍ବ ସର୍ବୋତ୍ତମ ପ୍ରଦର୍ଶନ ତିଲକରତ୍ନେ ଦିଲସାନଙ୍କ ନାମରେ ଥିଲା, ଯିଏ ୨୦୧୧ ମସିହାରେ ଲର୍ଡସ ଟେଷ୍ଟ ମ୍ୟାଚରେ ୧୯୩ ରନ କରିଥିଲେ। ଭାରତୀୟ ଟେଷ୍ଟ ଅଧିନାୟକ ଭାବରେ ମନସୁର ଅଲି ଖାନ ପଟୌଦି, ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ଏମଏସ ଧୋନି, ବିରାଟ କୋହଲି, ଶୁଭମନ ଗିଲ୍ ଦ୍ୱିଶତକ କରିସାରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.