ନୂଆଦିଲ୍ଲୀ : ଇରାନରେ ଏହି ସମୟରେ ଯାହା କିଛି ବି ଚାଲିଛି, ଏହା ଉପରେ ପୂରା ଦୁନିଆର ନଜର ରହିଛି। ସାରା ବିଶ୍ୱର ଲୋକଙ୍କୁ ଲାଗୁଛି ଯେ, ଇରାନରେ ଜନତା ଇସଲାମିକ ରିପବ୍ଲିକକୁ ଓପାଡ଼ି ଫିଙ୍ଗି ଦେବେ ଏବଂ ଏହାପରେ ଜିୟୋପଲିଟିକ୍ସ ଓ ଏନର୍ଜି ମାର୍କେଟ୍ରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି।
ରିପୋର୍ଟ ମୁତାବିକ , ଇରାନରେ ସରକାର ବିରୋଧୀ ପ୍ରଦର୍ଶନ ଗୁଡ଼ିକରେ ଏବେସୁଦ୍ଧା ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସେଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ବାଣିଜ୍ୟ କରୁ ଥିବା ଦେଶ ଗୁଡ଼ିକ ଉପରେ ୨୫ ପ୍ରତିଶତର ଟାରିଫ୍ ଲଗାଇବାକୁ ଘୋଷଣା କରି ଦେଇଛନ୍ତି।
ଏହା ପ୍ରଥମ ଥର ନୁହେଁ ,ଯେବେ ଇରାନର ସୁପ୍ରିମ୍ ଲିଡର ଆୟତୁଲ୍ଲାହ ଅଲୀ ଖାମନେଇଙ୍କ କ୍ଷମତା ବିରୁଦ୍ଧରେ ବିରୋଧର ନିଆଁ ଜଳିଛି, କିନ୍ତୁ ଏହିଥର ଏହା କ୍ଷମତା ବିରୋଧୀ ଲହର ଖୁବ୍ ଶକ୍ତିଶାଳୀ ସାଜିଛି। ୯କୋଟିର ଜନସଂଖ୍ୟା ଥିବା ଏହି ଦେଶରେ ଏହି ସମୟରେ ସଡ଼କ ଗୁଡ଼ିକ ପ୍ରଦର୍ଶନକାରୀଙ୍କ ଦ୍ୱାରା ଭରି ଯାଇଛି। ରାଜଧାନୀ ତେହରାନ ସମେତ ଅନ୍ୟ ସହର ଗୁଡ଼ିକରେ ମଧ୍ୟ ପ୍ରଦର୍ଶନକାରୀ ଖୁବ୍ ଉଗ୍ର ହୋଇ ଯାଇଛନ୍ତି। ଆମେରିକାରେ ବସି ପୂର୍ବତନ ଶାହଙ୍କ ପୁଅ ରଜା ପହଲଭି ମଧ୍ୟ ଆନ୍ଦୋଳନକାରୀଙ୍କୁ ଉସୁକାଉଛନ୍ତି। ଏହା ବ୍ୟତୀତ ଇରାନର ଜନତା ଏବେ ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ନେଇ ଆଶା କରିଛନ୍ତି।
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ଦିନ ପୂର୍ବରୁ କହି ଥିଲେ ଯେ, ଇରାନ ଆମେରିକା ସହ କଥାବାର୍ତ୍ତା କରିବାକୁ ଚାହୁଁଛି। ଏହା ବ୍ୟତୀତ ସେ ଏହା ମଧ୍ୟ କହିଛି ଯେ, ଇରାନରେ ତାଙ୍କୁ ହସ୍ତକ୍ଷେପ କରିବାକୁ ହିଁ ପଡ଼ିବ। ରିପୋର୍ଟ ମୁତାବିତ , ଆମେରିକାର କମାଣ୍ଡରମାନେ ଡୋନାଲ୍ଡ ଟ୍ରମ୍ପଙ୍କ ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ସୂଚନା ଦେଇଛନ୍ତି। ଇରାନରେ ଅଶାନ୍ତି କାରଣରୁ ଗୁରୁବାର ଓ ଶୁକ୍ରବାର ବ୍ରେଣ୍ଟ କ୍ରୁଡର ମୂଲ୍ୟରେ ୬୩ ଡଲାର ପ୍ରତି ବ୍ୟାରେଲ ଯାଏ ବୃଦ୍ଧି ଘଟିଛି। କହି ରଖୁଛୁ କି , ଇରାନ ଓପେକର ୪ର୍ଥ ସବୁଠୁ ବଡ଼ ତୈଳର ସପ୍ଲାୟର।
ଏହାସହ ମଧ୍ୟ ପଢନ୍ତୁ : ଗ୍ରୀନଲ୍ୟାଣ୍ଡ ପାଇଁ ଚୀନ ବଡ଼ ବିପଦ ... ଡୋନାଲ୍ଡ ଟ୍ରମ୍ପଙ୍କ ଦାବିରେ କେତେ ଅଛି ଦମ୍ ?
ମଧ୍ୟ ଏସିଆର ମାମଲାର ଜଣେ ବରିଷ୍ଠ ସୂଚନାକାରୀ ୱିଲିୟମ ଉଶେର କହିଛନ୍ତି , ୧୯୭୯ ପରେ ଏହା ଇରାନରେ ସବୁଠୁ ବଡ଼ ବିଦ୍ରୋହ। ଏହି ସୟମରେ ବିଦ୍ରୋହ ପରେ ଇରାନରେ ଉସଲାମିକ ରିପବ୍ଲିକ୍ର ଜନ୍ମ ହୋଥିଲା। ଆଜି ସ୍ଥିତି ଏହା ଯେ, ଇସଲାମିକ ରିପବ୍ଲିକ ଉପରୁ ଲୋକଙ୍କ ବିଶ୍ୱାସ ଉଠି ଯାଇଛି। ମାନବାଧିକାର ସଙ୍ଗଠନ ମୁତାବିକ ଇରାନରେ ଏବେସୁଦ୍ଧା ୧୦ ହଜାରକୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।
ଆମେରିକା ବାରମ୍ୱାର ଧମକ ଦେଉଛି ଯେ, ଯଦି ଆନ୍ଦୋଳନକାରୀଙ୍କ ହତ୍ୟା କରାଯାଏ ତ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ କରିବାକୁ ଇରାନକୁ ଓହ୍ଲାଇ ପଡ଼ିବ। ନିକଟରେ ଆମେରିକା ଭେନେଜୁଏଲାରେ ଯେଉଁଭଳି ଅଭିଯାନ ଚଲାଇଲା ଏବଂ ତିନି ଘଣ୍ଟାରେ ମଧ୍ୟ ନିକୋଲସ ମାଦୁରୋଙ୍କୁ ଧରି ପାରିଲା , ଏଥିରେ ଆମେରିକାର କଥାକୁ ଅଣଦେଖା କରିବା ବି ମୁସ୍କିଲ ହୋଇ ଯାଇଛି। ଏପଟେ ଇସ୍ରାଏଲ ମଧ୍ୟ କହିଛି ଯେ, ଇରାନର ସ୍ଥିତି ଉପରେ ତାର ନଜର ରହିଛି। ଇସ୍ରାଏଲ ମଧ୍ୟ ଇରାନ ଉପରେ ହମଲା ନେଇ ପ୍ରସ୍ତୁତ ଅଛି। ଜୁନ୍ ମାସରେ ଇସ୍ରାଏଲ ଓ ଇରାନ ମଧ୍ୟରେ ୧୨ ଦି ଯାଏ ଯୁଦ୍ଧା ଚାଲିଥିଲା ଏବଂ ଶେଷରେ ଏଥିରେ ଆମେରିକା ଲମ୍ଫ ପ୍ରଦାନ କରିଥିଲା। ଯଦି ଇରାନରେ ବଡ଼ ପରିବର୍ତ୍ତନ ହେବ , ତ ଏଥିରେ ପୂରା ଦୁନିଆ ପ୍ରଭାବିତ ହେବ।