ନୂଆଦିଲ୍ଲୀ,୧୨/୧୦: ସୁଦାନର ସୁଦାନିଜ୍ ସଶସ୍ତ୍ର ବାହିନୀ ଦ୍ବାରା ଘେରାବନ୍ଦୀ ହୋଇଥିବା ଦାରଫୁରର ରାଜଧାନୀ ଅଲ୍ ଫାସିରର ଏକ ଆଶ୍ରୟସ୍ଥଳ ଉପରେ ଭୟାବହ ଆକ୍ରମଣ । ରାପିଡ୍ ସପୋର୍ଟ ଫୋର୍ସ ଦ୍ବାରା ଏହି ହମଲା ହୋଇଛି । ଯେଉଁଥିରେ ପ୍ରାୟ ୬୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୪ ଶିଶୁ ଏବଂ ୧୫ ମହିଳା ଅଛନ୍ତି । ରାପିଡ୍ ସପୋର୍ଟ ଫୋର୍ସ ଦ୍ୱାରା ଅଲ୍-ଆର୍କାମ୍ ହୋମ୍ ଉପରେ ଆକ୍ରମଣ ହୋଇଥିଲା, ଯାହା ଉତ୍ତର ଦାରଫୁର ପ୍ରଦେଶର ପ୍ରାଦେଶିକ ରାଜଧାନୀ ଅଲ୍-ଫଶିରରେ ବିସ୍ଥାପିତ ପରିବାରଗୁଡ଼ିକୁ ଆଶ୍ରୟ ଦେଇଥିଲା । ଏହି ଆଶ୍ରୟସ୍ଥଳଟି ଓମଡୁରମାନ ଇସଲାମିକ୍ ବିଶ୍ୱବିଦ୍ୟାଳୟରେ ଅବସ୍ଥିତ। ଏହି ହତ୍ୟାକାଣ୍ଡ ସମସ୍ତ ଅନ୍ତର୍ଜାତୀୟ ମାନଦଣ୍ଡ ଏବଂ ଆଇନର ଖୋଲା ଉଲ୍ଲଂଘନ କରି ସାଧାରଣ ନାଗରିକଙ୍କ ବିରୁଦ୍ଧରେ ରାପିଡ୍ ସପୋର୍ଟ ଫୋର୍ସ ଦ୍ୱାରା ଏହି ଆକ୍ରମଣ କରାଯାଉଛି ।
ଆରଏସଏଫ ରାଜଧାନୀ ଖାର୍ତୁମ୍ ଏବଂ କେନ୍ଦ୍ରୀୟ ସୁଦାନର ଅନ୍ୟାନ୍ୟ ପ୍ରମୁଖ ସ୍ଥାନଗୁଡ଼ିକୁ ଦଖଲ କରିବା ପରେ, ଆଲ୍ ଫରକୁ ପୁଣି ଟାର୍ଗେଟ କରୁଛି । ଏହା ଦାରଫୁର ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ନେବାକୁ ଚାହୁଁଛି । ସୁଦାନରେ ଗୃହ ଯୁଦ୍ଧ ଚାଲିଥିବା ବେଳେ ଅଲ୍-ଫାଶର ଏବଂ ଆଖପାଖ ଶିବିରଗୁଡ଼ିକରେ ପ୍ରାୟ ଦଶ ଲକ୍ଷ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହେଉଛନ୍ତି । ଆରଏସଏଫ ସମ୍ପୂର୍ଣ୍ଣ ଅବରୋଧ ଜାରି କରିଛି, ଖାଦ୍ୟ ଆଣିବା ପାଇଁ ନିଜ ଜୀବନକୁ ବାଜି ଲଗାଉଥିବା ସ୍ୱେଚ୍ଛାସେବକ ଏବଂ ସହାୟତା କର୍ମୀଙ୍କ ଉପରେ ସଶସ୍ତ୍ର ଆକ୍ରମଣ ଆରମ୍ଭ କରୁଛି । ସହର ଭିତରେ, ହଜାର ହଜାର ଲୋକ ପ୍ରାୟ ପ୍ରତିଦିନ ଆରଏସଏଫ ସୈନ୍ୟଙ୍କ ଗୁଳିର ଶିକାର ହେଉଛନ୍ତି । ଉତ୍ତର-ପୂର୍ବ ଆଫ୍ରିକା ଦେଶ ସୁଦାନରେ ୨୦୧୯ରେ ରାଷ୍ଟ୍ରପତି ଓମାଦ-ଅଲ୍-ବାଶିରଙ୍କୁ ସୁଦାନ ସେନା (ସୁଦାନିଜ୍ ସଶସ୍ତ୍ର ବାହିନୀ) ଦ୍ବାରା ଗାଦିଚ୍ୟୁତ କରାଯାଇଥିଲା । ୨୦୨୧ ପର ଠାରୁ ସୁଦାନିଜ୍ ସଶସ୍ତ୍ର ବାହିନୀ ଓ ଅର୍ଦ୍ଧସାମରୀକ ବାହିନୀ ମଧ୍ୟରେ ଉତ୍ତେଜନା ଲାଗି ରହିଛି ।