ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଆଦିବାସୀଙ୍କ ପ୍ରସିଦ୍ଧ ଶୁଳିଆ ଯାତ୍ରା ଆରମ୍ଭ, ବଡ଼ଖଳା ଓ ସାନଖଳାରେ ପଡ଼ିଲା ବଳି

Published By : Anindita Ratha | January 7, 2025 1:54 PM

ଦେଓଗାଁ,୦୭/୦୧:   ଆଜିଠୁ   ଆଦିବାସୀଙ୍କ ପ୍ରସିଦ୍ଧ ଶୁଳିଆ ଯାତ୍ରା ଆରମ୍ଭ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବଲାଙ୍ଗିର ଜିଲ୍ଲାର  ଦେଓଗାଁ ବ୍ଲକର କୁଳୁ୍ତାପଡ଼ା ପଞ୍ଚାୟତ ଅନ୍ତର୍ଗତ ଖଇରଗୁଡ଼ା ଓ କୁମୁରିଆ ବଡ଼ଖଳା ଓ ସାନଖଳା। ରୀତିନୀତି ଅନୁସାରେ ଶୁଳିଆ ଦେବତାଙ୍କୁ ହେବ ପୂଜାର୍ଚ୍ଚନା । ଏଥିସହ ଦେହୁରୀମାନେ ଶିଆଳପତ୍ରର ବସ୍ତ୍ର ପରିଧାନ କରି ପାରମ୍ପରିକ ବାଦ୍ୟର ତାଳେ ତାଳେ ଅସ୍ତ୍ର ଶସ୍ତ୍ର ଧରି ନୃତ୍ୟ କରିବାର ରହିଛି   ପରମ୍ପରା । 

ସେହିପରି ଯାତ୍ରାରେ ମାନସିକଧାରୀମାନେ ବଳି ପ୍ରଦାନ କରିଥିବା ବେଳେ ଶତାଧିକ ପୋଢ଼, ଛେଳି, ମେଣ୍ଢା, କୁକୁଡ଼ା, ବତକଙ୍କ ବଳିରେ ରକ୍ତ ରଂଜିତ ହୋଇ ଉଠିଥିଲା ଶୁଳିଆ ପୀଠ। ବଡ଼ଖଳାରେ ମୁଖ୍ୟପୂଜକ ସୋମନାଥ ଦେହୁରୀଆ ଓ ସାନଖଳାରେ ହରିହର ଝାଙ୍କର ଦାୟିତ୍ୱ ତୁଲାଇଥିଲେ।  ଯାତ୍ରାରେ କନ୍ଧ ସମାଜର ରାଜ୍ୟ ସଭାପତି ଚିନ୍ତାମଣି ଭୋଇ ସମେତ ବଲାଙ୍ଗିର ଜିଲ୍ଲାର ସମସ୍ତ ଚଉଦଟି କନ୍ଧ ପ୍ରଗଣାର ନେତୃମଣ୍ଡଳୀ ଯୋଗ ଦେଇଥିଲେ । ଏହା ସହ ଜିଲ୍ଲା ବାହାରର କନ୍ଧ ନେତୃ ମଣ୍ଡଳୀ ଯୋଗଦେଇଥିବା ବେଳେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ସୁରେନ୍ଦ୍ର ସିଂ ଭୋଇ, ଅନଙ୍ଗ ଉଦୟ ସିଂ ଦେଓ ଉପସ୍ଥିତ ରହି ଆଶୀର୍ବାଦ ଭିକ୍ଷା କରିଥିଲେ।  ଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ପରିଚାଳନା କରିବା ପାଇଁ ଡି ଏସ ପି ଅଜୟ କୁମାର ତୀର୍କୀ, ସଞ୍ଜୟ ମଣ୍ଡଳ , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଲୋକ ଜେନା,ଗୁଣନିଧି ମଲ୍ଲିକ ଏସଡ଼ିପିଓ ପ୍ରଦୀପ କୁମାର ସାହୁ, ଦେଓଗାଁ ଥାନାଧିକାରୀ ବୁଲୁ ମୁଣ୍ଡା, ତୁଷୁରା ଥାନାଧିକାରୀ ମନୋଜ ପ୍ରଧାନ, ମାଜିଷ୍ଟ୍ରେଟ ଭାବେ ଦେଓଗାଁ ତହସିଲଦାର ବିକ୍ରମ କେଶରୀ ନାୟକତୁଷୁରା ତହସିଲଦାର ଆର୍ତ୍ତତ୍ରାଣ ଥାଟିଙ୍କ ସହ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇ ଥିଲେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.