ପ୍ରମୂଖ ଖବର
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ଦୁର୍ଲ୍ଲଭ ସଂଯୋଗ: ଏକାଠି ହେବେ ବୁଧ,ଗୁରୁ ଓ ସୂର୍ଯ୍ୟ, ବଦଳିବ ଏହି ରାଶିଙ୍କ ଭାଗ୍ୟ

Published By : Harapriya Sethi | May 30, 2025 6:47 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନିର୍ଦ୍ଦିଷ୍ଟ ସମୟାନୁସାରେ ରାଶି ପରିବର୍ତ୍ତନ କରିଥାନ୍ତି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ପଡିଥାଏ । ବୁଦ୍ଧିର ଦାତା ବୁଧ ଓ ଗ୍ରହଙ୍କ ରାଜା ସୂର୍ଯ୍ୟ ଓ ସୁଖ ସମୃଦ୍ଧି ଦାତା ବୃହସ୍ପତି ମିଥୁନ ରାଶିରେ ରହିବେ । ଏହି ୩ଟି ଗ୍ରହ ଏକାଠି ହେବା ଦ୍ୱାରା ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବ । ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକିବ । ଏହି ରାଶିଙ୍କୁ ହଠାତ୍‌ ଧନ ପ୍ରାପ୍ତି ହେବ । ଭାଗ୍ୟ ହଠାତ୍‌ ବଦଳିଯିବ । ସନ୍ତାନ ସହ ଜଡିତ ଶୁଭ ଖବର ମିଳିବ । ଆସନ୍ତୁ ଜାଣିବା ସେହି ୩ ଭାଗ୍ୟଶାଳୀ ରାଶି ବିଷୟରେ..

ମେଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ସୂର୍ଯ୍ୟ, ଗୁରୁ ଓ ବୁଧ ଏକାଠି ହେବା ଦ୍ୱାରା ଶୁଭଫଳ ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପାରିବାରିକ ଜୀବନରେ ଥିବା ସସମ୍ୟା ଦୂର ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ହଠାତ୍‌ ଧନ ପ୍ରାପ୍ତି ହେବ ।

ବୃଷ- ଏହି ରାଶିଙ୍କୁ ହଠାତ୍‌ ଧନ ଲାଭ ହେବ । ଚାକିରିରେ ପଦନ୍ନୋତି ହେବ । ସଫଳତା ମିଳିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । କରିଥିବା ଯୋଜନା ସଫଳ ହେବ ।

କନ୍ୟା- ଚାକିରିରେ ନୂଆ ନୂଆ ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ସମୟ ଅନୁକୂଳ ରହିଛି । ଚାକିରିରେ ଉନ୍ନତି ସହ ପଦନ୍ନୋତିର ଯୋଗ ରହିଛି । ନୂଆ ବ୍ୟବସାୟ ଆରମ୍ଭ କରିବେ । ପରିବାରରେ ହସଖୁସିର ବାତାବରଣ ରହିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.