କୋଣାର୍କ,୪/୧୦ : ବିଶ୍ବ ହସ ଦିବସ ଅବସରରେ ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଶୁକ୍ରବାର ସଂଧ୍ୟାରେ ୧୦ମିନିଟ ପାଇଁ ନୀଳ ଆଲୁଅରେ ଚମକି ଉଠିଥିଲା । ସ୍ମାଇଲ ଟ୍ରେନ ଓ ଅଶ୍ବିନୀ ହସ୍ପିଟାଲ ପକ୍ଷରୁ ସୂର୍ଯ୍ୟ ମନ୍ଦିରରେ ଏହି ନୀଳ ଆଲୁଅ ବେଶ ଚିତ୍ତା କର୍ଷକ ହୋଇଥିଲା । ଗ୍ରହଣ ଖଣ୍ଡିଆ ଚିକିତ୍ସାରେ ସ୍ମାଇଲ ଟ୍ରେନ ୨୫ବର୍ଷ ପୂରଣ କରିଛି । ବିଶ୍ବର ୫୬ଟି ଐତିହ୍ୟ ସ୍ଥଳୀରେ ଏକା ସମୟରେ ଏହି ନୀଳ ଆଲୋକରେ ଉଦଭାସିତ ହୋଇଥିବା କହିଛନ୍ତି ଡାକ୍ତର ଶିବାନୀ ଦାଶ।
ଏଥିରେ ଡାକ୍ତର ସୁବ୍ରତ ଜେନା,ଶିବାନୀ ଦାଶ,ସ୍ମାଇଲ ଟ୍ରେନର ପୋଗ୍ରାମ ମ୍ୟାନେଜର ସୁଚରିତା ଚକ୍ରବର୍ତ୍ତୀ ପ୍ରମୁଖ ଯୋଗଦେଇଥିଲେ। ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିବା ପର୍ଯ୍ୟଟକମାନେ ନିଜ ମୋବାଇଲରେ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ସ୍ମାଇଲ ଟ୍ରେନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।