ପ୍ରମୂଖ ଖବର
  • ଦିଲ୍ଲୀ: ବଢିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ, 'ଶୀଶମହଲ'ର ତଦନ୍ତ ନେଇ CPWDକୁ CVCର ନିର୍ଦ୍ଦେଶ
  • ||
  • ୧୯ରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଳାକୁ ଓ୍ୱାର୍ଣ୍ଣିଂ ଜାରି
  • ||
  • ସାର୍ବଜନୀନ ହେବ ରତ୍ନଭଣ୍ଡାର ତଥ୍ୟ, ଅଳଙ୍କାର ଗଣତି ମଣତି ପରେ ସୂଚନା ଦେବେ ସରକାର
  • ||
  • E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି
  • ||
  • ଜୟନାରାୟଣଙ୍କ ବିସ୍ଫୋରକ ବୟାନ : 'ପାଣ୍ଡିଆନ୍‌ଙ୍କ ନଂ ୱାନ୍ ଚାମଚା ହେବାକୁ ଚାଲିଛି ପ୍ରତିଯୋଗୀତା'
  • ||
  • ଶିମିଳିପାଳରେ AI କ୍ୟାମେରା ଧରିଲା ଶିକାରୀ, ୬ ଶିକାରୀ ଗିରଫ
  • ||
  • ଝାରସୁଗୁଡ଼ା : ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଉତ୍ତେଜନା
  • ||
  • ହଟିଲା ନିଲମ୍ଵନ, ଦୀର୍ଘ ୯ ମାସ ପରେ ଘର ବାହୁଡ଼ିଲେ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟ
  • ||
  • ବଜେଟ୍ ଅଧିବେଶନ ଅଚଳାବସ୍ଥା, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡ଼ି ସଦସ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ହୁଲସ୍ତୁଲୁ, ୧ ମିନିଟ୍ ବି ଚାଲିପାରିଲାନି ଗୃହ
  • ||
  • ଢେଙ୍କାନାଳ : ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ମକର ସଂକ୍ରାନ୍ତିରେ ଏହି ରାଶିରେ ଚଳିବେ ସୂର୍ଯ୍ୟ , ଜାଣନ୍ତୁ କେମିତି ରହିବ ପ୍ରଭାବ

Published By : Ankita S | January 13, 2025 3:32 PM

ଭୁବନେଶ୍ବର,୧୩/୦୧: ଜ୍ୟୋତିଷଶାସ୍ତ୍ରରେ ସୂର୍ଯ୍ୟ ଦେବତାଙ୍କୁ ବିଶେଷ ସ୍ଥାନ ମିଳିଛି । ସୂର୍ଯ୍ୟଙ୍କୁ ସବୁ ଗ୍ରହର ରାଜା କୁହାଯାଏ । ସବୁ ସଂକ୍ରାନ୍ତିରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିଥାନ୍ତି । ଜାନୁଆରୀ ୧୪ ତାରିଖରେ ସୂର୍ଯ୍ୟ ଦେବତା ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିବେ । ପ୍ରତିମାସରେ ସଂକ୍ରାନ୍ତି ପଡିଥାଏ । ସବୁ ସଂକ୍ରାନ୍ତି ମହତ୍ତ୍ବପୂର୍ଣ୍ଣ ହୋଇଥାଏ । ମାତ୍ର ମକର ସଂକ୍ରାନ୍ତି ଅଧିକ ଗୁରୁତ୍ବପୂର୍ଣ୍ଣ । ଏହି ଦିନ ସୂର୍ଯ୍ୟ ଦେବତାଙ୍କ ପ୍ରଭାବ ରାଶିରେ ପଡିଥାଏ । ତେବେ ଜାଣନ୍ତୁ ମକର ସଂକ୍ରାନ୍ତିରେ ରାଶି ଉପରେ କଣ ପ୍ରଭାବ ରହିବ । କେମିତି କଟିବ ଆପଣଙ୍କୁ ଦିନ ।

ମେଷ- ଆତ୍ମବିଶ୍ବାସ ବଢିବ । ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ପଡିବ । ମାଆଙ୍କ ପାଖରୁ ଧନ ପ୍ରାପ୍ତି ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବନ୍ଧୁଙ୍କ ସହଯୋଗରେ ରୋଜଗାରର ଅବସର ମିଳିବ । ଆୟ ବଢିବ । ପରନ୍ତୁ ଅନ୍ୟ ସ୍ଥାନକୁ ଯିବାକୁ ପଡିବ । ଆଶା ନିରାଶାର ମିଶ୍ରିତ ଫଳ ପ୍ରାପ୍ତ ହେବ । ସ୍ବଭାବରେ ଚିଡଚିଡାପଣ ଆସିପାରେ । ପାରିବାରିକ ଦାୟିତ୍ବ ବଢିପାରେ । ପରିବାରର ମାନ ସମ୍ମାନ ବଢିବ । ଚାରିକିରେ ପଦୋନ୍ନତି ମିଳିପାରେ ।

ବୃଷ- ମାନସିକ ଶାନ୍ତି ରହିବ ପରନ୍ତୁ ଅସନ୍ତୋଷ ରହିବ । ପରିବାରରେ ସୁଖ ଶାନ୍ତି ରହିବ । ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ । ମହିଳାଙ୍କଠୁ ଧନପ୍ରାପ୍ତି ହୋଇପାରେ । ଭାଇଙ୍କ ସହ ତିକ୍ତତା ଆସିପାରେ । ଖର୍ଚ୍ଚ ବଢିପାରେ । ଶୈକ୍ଷିକ କ୍ଷେତ୍ରରେ ସଫଳତା ମିଳିବ । ଚାକିରିରେ ଅନ୍ୟ ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ବନ୍ଧୁଙ୍କ ସହଯୋଗ ମିଳିପାରେ ।

ମିଥୁନ- ମନରେ ନିରାଶା ଭାବ ରହିବ । ମାଆଙ୍କ ସହଯୋଗ ମିଳିପାରେ । ଚାକିରିରେ ପରିବର୍ତ୍ତନର ଯୋଗ ହେବ । କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ସମ୍ଭାବନା ରହିଛି । ସନ୍ତାଙ୍କଠୁ ସୁଖ ସମ୍ବାଦ ପ୍ରାପ୍ତି ହୋଇପାରେ । ପରିବାରରେ ହସଖୁସିର ମାହୋଲ ରହିବ ।

କର୍କଟ- ମାନସିକ ଶାନ୍ତି ରହିବ । ମାତ୍ର କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଘର ପରିବାରରେ ଧାର୍ମିକ କାର୍ଯ୍ୟ ହେବ । ପରିବାରରେ ସୁଖ ଶାନ୍ତି ରହିବ । ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ । କର୍ମକ୍ଷେତ୍ରରେ ପରିଶ୍ରମ ପଡିପାରେ । ସନ୍ତାଙ୍କ ପ୍ରତି ବିପଦ ଆସିପାରେ । ଧର୍ମ ପ୍ରାପ୍ତି ଶ୍ରଦ୍ଧାଭାବ ରହିବ । ଆତ୍ମବିଶ୍ବାସ ବୃଢିବ । ସଙ୍ଗୀତ ପ୍ରତି ରୁଚି ବଢିବ ।

ସିଂହ- ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ପଡିବ । ସନ୍ତାନଙ୍କଠୁ ସୁସମ୍ବାଦ ମିଳିପାରେ । ମାନ ସମ୍ମାନ ବଢି  । ଯାନବାହାନ କିଣିବାର ଯୋଗ ରହିଛି । ପରିବାର ସହ କୌଣସି ଧାର୍ମିକ ସ୍ଥାନ ଯାତ୍ରା କରିପାରନ୍ତି । ଆତ୍ମବିଶ୍ବାସ ବଢିବ ମାତ୍ର କ୍ରୋଧ ଅଧିକ ରହିବ । ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ । ରଜନୈତିକ କ୍ଷେତ୍ରରେ ସଫଳତା ମିଳିପାରେ ।

କନ୍ୟା- ମନରେ ଶାନ୍ତି ଓ ପ୍ରସନ୍ନତା ରହିବ । କଥାବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ । ଶିକ୍ଷା କ୍ଷେତ୍ରରେ ଭଲ ପରିଣାମ ମିଳିପାରେ । ଚାକିରି କ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗ ମିଳିପାରେ । ସ୍ଥାନ ପରିବର୍ତ୍ତନ ହୋଇପାରେ । ସଞ୍ଚିତ ଧନ ବଢିବ ।

ତୁଳା- ସ୍ବଭାବରେ ଚିଡଚିଡାପଣ ଆସି ପାରେ । କିଛି କଥା ନଥାଇ ବି ଚିଡା ଲାଗିବ । ଚାକିରିରେ ପଦନ୍ନୋଦି ହୋଇପାରେ । କଥା କହିବା ବେଳେ ଭାବି ଚିନ୍ତି ନ କହିଲେ କଥାରେ କଠୋରତା ରହିଲେ ସଂଞ୍ଚିତ ଧନ ହ୍ରାସ ହେବାର ସମ୍ଭାବନା ରହିଛି । ପରୀକ୍ଷାର୍ଥୀ ଓ ଚାକିରି କ୍ଷେତ୍ରରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ମାନସିକ ଶାନ୍ତି ରହିବ ମାତ୍ର ପାରିବାରିକ ଦାୟିତ୍ବ ବଢିବ । 

ବିଛା- ଦିନଟି ଆପଣଙ୍କୁ ମିଶ୍ରିତ ଫଳ ଦେବ । ସନ୍ତାନଙ୍କଠୁ ସୁସମ୍ବାଦ ମିଳିପାରେ । ମାନ ସମ୍ମାନ ବଢି  । ଯାନବାହାନ କିଣିବାର ଯୋଗ ରହିଛି । ପରିବାର ସହ କୌଣସି ଧାର୍ମିକ ସ୍ଥାନ ଯାତ୍ରା କରିପାରନ୍ତି । ଆତ୍ମବିଶ୍ବାସ ବଢିବ ମାତ୍ର କ୍ରୋଧ ଅଧିକ ରହିବ ।

ଧୁନୁ- ଆତ୍ମବିଶ୍ବାସ ବଢିବ । ପରିବାର ସହିତ ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ସନ୍ତାଙ୍କ ସୁଖ ବୃଦ୍ଧି ହେବ । ଉଚ୍ଚ ଶିକ୍ଷା ବିଦେଶ ଗସ୍ତ କରିପାରନ୍ତି । ମନରେ ଶାନ୍ତି ଓ ପ୍ରସନ୍ନତା ଭାବ ରହିବ । ସ୍ବାସ୍ଥ୍ୟରେ ପରିବର୍ତ୍ତନ ଦେଖା ଦେଇପାରେ । ପାରିବାରିକ ଜୀବନ ସୁଖମୟ ହେବ । ସନ୍ତାନଙ୍କଠୁ ଖୁସି ଖବର ମିଳିବ ।

ମକର-ସମ୍ପତ୍ତରୁ ଆୟ ବୃଦ୍ଧି ହେବ । ମାତାଙ୍କଠୁ ଧନ ପ୍ରାପ୍ତି ହୋଇପାରେ । କଳାପ୍ରିୟ ବିଶେଷ କରି ସଙ୍ଗୀତ ପ୍ରତି ରୁଚି ବଢିବ । କର୍ମକ୍ଷେତ୍ରରେ ପରିବର୍ତ୍ତନ ସମ୍ଭାବନା ଅଛି । ସ୍ବାସ୍ଥ୍ୟରେ ପରିବର୍ତ୍ତନ ଦେଖା ଦେଇପାରେ । ପାରିବାରିକ ଜୀବନ ସୁଖମୟ ହେବ । ସନ୍ତାନଙ୍କଠୁ ଖୁସି ଖବର ମିଳିବ । ଚାକିରିରେ ଉନ୍ନତି ହେବ ।

କୁମ୍ଭ- ଧୈର୍ଯ୍ୟଶୀଳତା ସହ କାମ କରନ୍ତୁ । ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ପାରିବାରିକ ଦାୟିତ୍ବ ବଢିବ । ଚାକିରିରେ ଉନ୍ନତି ହେବାର ଯୋଗ ରହିଛି । ଆୟ ବୃଦ୍ଧି ହେବ । ସନ୍ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିପାରେ । ମାନସିକ ଶାନ୍ତି ମିଳିବ ମାତ୍ର ମନ ଅସନ୍ତୋଷ ରହିବ । ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ । ଉପହାରରେ ବସ୍ତ୍ର ପ୍ରାପ୍ତ ହେବ । ଅଯଥା ଖର୍ଚ୍ଚରୁ ଦୂରରେ ରୁହନ୍ତୁ । ଜୀବନସାଥୀଙ୍କଠୁ ଧନ ପ୍ରାପ୍ତି ହୋଇପାରେ । ଯାତ୍ରା ଲାଭାପ୍ରଦ ହେବ ।

ମୀନ- ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଭଲ ରହିବ । ଧନପ୍ରାପ୍ତି ହୋଇପାରେ । କଥା କହିବା ବେଳେ ସଞ୍ଜମତା ରଖିବାକୁ ହେବ । କଥା କହିବା ବେଳେ ଭାବି ଚିନ୍ତି ନ କହିଲେ କଥାରେ କଠୋରତା ରହିଲେ ସମ୍ପର୍କରେ ଫାଟ ଆସିପାରେ । ସଞ୍ଚିତ ଧନ ହ୍ରାସ ହେବାର ସମ୍ଭାବନା ରହିଛି । ପରୀକ୍ଷାର୍ଥୀ ଓ ଚାକିରି କ୍ଷେତ୍ରରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସନ୍ତାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.