ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

କାର୍ତ୍ତିକ ପୂର୍ଣ୍ଣିମାରେ ଚଲଚଞ୍ଚଳ ଶ୍ରୀକ୍ଷେତ୍ର, ରତ୍ନସିଂହାସନରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

Published By : Harapriya Sethi | November 15, 2024 9:23 AM

ପୁରୀ,୧୫/୧୧: ଆଜି କାର୍ତ୍ତିକ ପୂର୍ଣ୍ଣମୀ । ଏହି ଅବସରରେ ରତ୍ନସିଂହାସନାରୂଢ଼ ଶ୍ରୀବିଗ୍ରହଙ୍କ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ଏହି ବେଶରେ ଠାକୁରେ ବହୁମୂଲ୍ୟ ଅଳଙ୍କାର ଲାଗି ହେବେ । ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ସୁନାବେଶରେ ଦେଖି ଧନ୍ୟ ହେବେ । ସେଥିପାଇଁ ଗୁରୁବାରଠାରୁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଲାଣି । ଅବକାଶ ପରେ ଠାକୁରଙ୍କ ବେଶ ଆରମ୍ଭ ହେବ । ପୂର୍ବ ପଞ୍ଚୁକ ନୀତିକୁ ଦେଖିଲେ ସମ୍ଭବତଃ ସକାଳ ସାଢେ ୭ଟାରେ ଆରମ୍ଭ ହୋଇ ଠାକୁରଙ୍କ ସୁନା ବେଶ ପୂର୍ବାହ୍ନ ଦଶଟା ପୂର୍ବରୁ ସରିବ । ଭୋଗମଣ୍ଡପ ପୂଜା ଶେଷ ବେଳକୁ ଅପରାହ୍ନ ପ୍ରାୟ ୪ଟା ହେଉଛି । ସେହି ସମୟ ପର୍ଯ୍ୟନ୍ତ ସୁନାବେଶ ରହିବ ବୋଲି ସୂଚନା ରହିଛି ।

ଶୁକ୍ରବାର ପ୍ରତ୍ୟୁଷରୁ ଶ୍ରୀମନ୍ଦିର ଦ୍ୱାର ଖୋଲି ସହଳ ମହାପ୍ରଭୁଙ୍କ ସୁନାବେଶ କରିବା ପାଇଁ ପ୍ରଶାସନ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ, ଅନ୍ୟ ଅଧିକାରୀ,ବିଭିନ୍ନ ନିଯୋଗର ମୁଖିଆମାନେ ଯୋଗ ଦେଇଥିଲେ । ସେବାୟତଙ୍କ ସହ ସମନ୍ୱୟ ରଖି ନୀତିକୁ ଶୀଘ୍ର ସମ୍ପନ୍ନ କରିବାକୁ ବୈଠକରେ ସ୍ଥିର ହୋଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ଶ୍ରଦ୍ଧାଳୁମାନେ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଶୁକ୍ରବାର ପ୍ରତ୍ୟୁଷରୁ ଡଙ୍ଗା ଭସାଇବା ପରେ ଆସି ଯେପରି ସୁବିଧାରେ ଠାକୁରଙ୍କ ଦର୍ଶନ ପାଇବେ ସେଥି ନିମନ୍ତେ ସବୁ ବନ୍ଦୋବସ୍ତ କରାଯାଇଛି । ଶ୍ରୀମନ୍ଦିର ଭିତରେ ପାନୀୟ ଜଳ ବ୍ୟବସ୍ଥା କରାଯିବା ସହ ମେଡିକାଲ ଟିମ୍‌ ଉପସ୍ଥିତ ରହି ଆବଶ୍ୟକ ସ୍ଥଳେ ଆଶୁ ଚିକିତ୍ସା ଯୋଗାଇ ଦେବେ । ଶ୍ରୀମନ୍ଦିର ବାହାରେ ମଧ୍ୟ ଶ୍ରଦ୍ଧାଳୁମାନଙ୍କ ସୁବିଧା ନିମନ୍ତେ ପାନୀୟ ଜଳ ଓ ଜଳସିଞ୍ଚନ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ ମାର୍କେଟ ଛକରୁ ହୋଇଥିବା ବ୍ୟାରିକେଡ ଭିତରେ ଆସି ସିଂହଦ୍ୱାର ବାଟେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ଠାକୁର ଦର୍ଶନ କରି ଅନ୍ୟ ଦ୍ୱାରରେ ଫେରିଯିବେ ।

ପୂର୍ଣ୍ଣିମା ସକାଳୁ ମହୋଦଧି ତଥା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବା ସହ ଡଙ୍ଗା ଭସାଇ ପୂଣ୍ୟ ଅର୍ଜନ କରିଛନ୍ତି । ଶ୍ରୀମନ୍ଦିରରେ ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ସୂଚନା ଥାଉକି, ବର୍ଷକରେ ସମୁଦାୟ ୫ ଥର ସୁନାବେଶ ଅନୁଷ୍ଠିତ ହୁଏ । ରଥ ଉପରେ ଆଷାଢ଼ ଏକାଦଶୀରେ ସୁନାବେଶ ହେଉଥିବା ବେଳେ ପୌଷ ପୂର୍ଣ୍ଣିମା, ଦଶହରା, ଦୋଳ ପୂର୍ଣ୍ଣିମା ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ସୁନାବେଶ ହୁଏ । ମହଣ ମହଣ ସୁନା ତଥା ରତ୍ନ ଅଳଙ୍କାରରେ ଶ୍ରୀବିଗ୍ରହ ବିଭୂଷିତ ହେବେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.