ଗୋପାଳପୁର, ୬।୭ : ଗୋପାଳପୁରରେ ବାହୁଡା଼ ଯାତ୍ରା ଅବସରରେ ମାଉସୀ ମା’ ମନ୍ଦିରରୁ ରଥରେ  ବାହାରି ତିନି ଠାକୁର ସିଗିଡି ସାହି ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚି ଥିଲେ।  ରବିବାରତିନି ଠାକୁର ଙ୍କୁ ସକାଳେ ନୀତି କାନ୍ତି ଭାବେ ପୂଜାରୀ ଲକ୍ଷଣ ପଣ୍ଡା,ସନ୍ତୋଷ କୁମାର ପଣ୍ଡା, ଜଗନ ଦାଶ ପୂଜାର୍ଚ୍ଚନା ଦାୟିତ୍ଵ ତୁଲାଇଥିଲେ। 

ରବିବାର ଅପରାହ୍ନରେ ତିନି ଠାକୁରଙ୍କୁ ରଥରେ ବିଭିନ୍ନ ସୁନା ଅଳଙ୍କାରରେ ସଜାଇଥିଲେ। ପରେ ତିନି ଠାକୁର ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।