ନୂଆଦିଲ୍ଲୀ –ଗୁଗଲରେ ଚାକିରି ପାଇବାକୁ ଅନେକ ଲୋକଙ୍କର ସ୍ୱପ୍ନ ଥାଏ। ଏଥିରେ ଚାକିରି ପାଇବାକୁ ଇଚ୍ଛା ରଖି ଥିବା ଲୋକେ ଭଲଭାବେ ଜାଣିବାକୁ ଇଚ୍ଛା ରଖିଥାନ୍ତି ଯେ, ଗୁଗଲ କେଉଁ ପ୍ରକାରର କ୍ୟାଣ୍ଡିଡେଟ୍‌ଙ୍କୁ ହାୟର କରିଥାଏ। ନିକଟରେ The David Rubenstein Show : Peer to Peer Conversations ବେଳେ ଆଲଫାବେଟ୍‌ର ସିଇଓ ସୁନ୍ଦର ପିଚାଇ ଖୁଲାସା କରିଥିଲେ। କହିଥିଲେ ଗୁଗଲ ବାସ୍ତିବକ୍‌ କେଉଁ ପ୍ରକାରର ଟ୍ୟାଲେଣ୍ଟ ଖୋଜିଥାଏ। ସୁନ୍ଦର ପିଚାଇଙ୍କ ଅନୁସାରେ , କମ୍ପାନୀକୁ ସୁପରଷ୍ଟାର ସଫ୍ଟୱେୟାର ଇଞ୍ଜିନିୟର ର ଆବଶ୍ୟକ। ଅର୍ଥାତ୍‌ ସଫ୍ଟୱେୟାରର କ୍ଷେତ୍ରର ମାଷ୍ଟର କ୍ୟାଣ୍ଡିଡେଟ୍‌ କମ୍ପାନୀ ହାୟର କରିବାରୁ ପସନ୍ଦ କରିଥାଏ।

ପିଚାଇ ଆହୁରି କହିଛନ୍ତି , ପ୍ରସିଦ୍ଧ ଗୁଗଲରେ ଜଏନ କରିବାର ଇଚ୍ଛା ରଖିଥିବା ବ୍ୟକ୍ତିଙ୍କୁ ଶିଖିବାର (ଲର୍ଣ୍ଣିଂ) ଇଚ୍ଛା ଥିବା ଦରକାର., ଆଗକୁ ବଢିବାର ଉଦ୍ୟମ ଥିବା ଉଚିତ୍‌ ଏବଂ ନୂଆ ନୂଆ ଚ୍ୟାଲେଞ୍ଜ ଅନୁସାରେ ନିଜକୁ ସେଥିରେ ସଂପୃକ୍ତି କରିବାର ଇଚ୍ଛା ଥିବା ଉଚିତ। ପିଚାଇ କହିଛନ୍ତି , ଗୁଗଲର ୱାର୍କପ୍ଲେସ୍ କଲଚର କ୍ରିଏଟିଭିଟି ଓ ଇନୋଭେସନକୁ ଖୁବ୍‌ ପ୍ରୋତ୍ସାହିତ କରିଥାଏ। କମ୍ପାନୀ ନିଜର କର୍ମଚାରୀଙ୍କୁ ମୁକ୍ତ ଭୋଜନ ବି ଦେଇଥାଏ। ଏହା ପ୍ରକୃତରେ କମ୍ପାନୀର ଏକ ରଣନୀତି , ଯେଉଁଥିରେ କର୍ମଚାରୀ ଏକ ଟିମ୍‌ ପରି ଏକାଠି ରହିବେ ଓ କ୍ରିଏଟିଭ୍‌ ଉପାୟରେ ଭାବି ପାରିବେ।

ସୁନ୍ଦର ପିଚାଇ କମ୍ପାନୀରେ ନିଜର ପ୍ରାରମ୍ଭିକ ଦିନକୁ ମନେପକାଇ କହିଛନ୍ତି , ତାଙ୍କର ମନେଅଛି ଯେ, କେମିତି କାଫେରେ ଅନ୍ୟ ଲୋକଙ୍କ ସହ ମିଶିବା ଦ୍ୱାରା ନୂଆ ଉପାୟକୁ ଜନ୍ମ ଦେଉଥିଲା। ଜୁନ ୨୦୨୪ ଯାଏ ପରିସଂଖ୍ୟାନକୁ ଦେଖିଲେ, କମ୍ପାନୀରେ ୧୭୯,୦୦୦ କର୍ମଚାରୀ କାମ କରୁଛନ୍ତି। ପିଚାଇ କହିଛନ୍ତି ଯେ, କମ୍ପାନୀର ଅପିଲ ଖୁବ୍‌ ଦୃଢ। କମ୍ପାନୀରୁ ଜବ୍‌ ଅଫର୍‌ ପାଇଥିବା ୯୦ ପ୍ରତିଶତ କ୍ୟାଣ୍ଡିଡେଟ୍‌ ଏହାକୁ ସ୍ୱୀକାର କରି ନିଅନ୍ତି।