ଭୁବନେଶ୍ଵର, ୨୩/୧୨ : ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ। ଠୁଳ କରିଥିଲେ ଆୟଠୁ ଅଧିକା। ସୁନ୍ଦରଗଡ଼ OSCSC ଲିମିଟେଡ୍ ଜୁନିୟର୍ ଆକାଉଣ୍ଟାଣ୍ଟ ରବୀନ୍ଦ୍ର କୁମାର ବାରିକଙ୍କ ଘରେ ଭିଜିଲାନ୍ସ ରେଡ୍। ଚଢାଉ ବେଳେ ରବୀନ୍ଦ୍ରଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ ହୋଇଛି। ରବୀନ୍ଦ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି।
ସୂଚନାନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ OSCSC ଲିମିଟେଡ୍ ଜୁନିୟର୍ ଆକାଉଣ୍ଟାଣ୍ଟ ରବୀନ୍ଦ୍ର କୁମାର ବାରିକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ଚଢାଉ ବେଳେ ରବୀନ୍ଦ୍ରଙ୍କ ଘରୁ ବିପୁଳ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ତାଙ୍କର ବାଲେଶ୍ଵରରେ ଗୋଟିଏ ବଡ଼ ଅଟ୍ଟାଳିକା, ମାର୍କେଟ କମ୍ପ୍ଲେକ୍ସ ଓ ଜିମ୍ ଠାବ ହୋଇଛି। କଲ୍ୟାଣ ମଣ୍ଡପ ସହ ବାଲେଶ୍ଵର ସହର ଆଖପାଖରେ ୪ଟି ଦାମୀ ପ୍ଲଟ୍ ରହିଛି। ଏହା ସହ ୧୭୫ ଗ୍ରାମର ସୁନା ଓ ୪୩ ଲକ୍ଷ ୮୧ ହଜାର ଟଙ୍କାର ଜମାରାଶି ଠାବ ହୋଇଛି। ୧୯୯୫ରେ ଜୁନିଅର ଆକାଉଣ୍ଟାଣ୍ଟ ଭାବେ ଚାକିରିରେ ଯୋଗ ଦେଇଥିଲେ ରବୀନ୍ଦ୍ର। ଭଦ୍ରକ ସିଭିଲ୍ ସପ୍ଲାଏଜ୍ ଅଫିସରେ ମାସିକ ବେତନ ପାଉଥିଲେ ୫୪୦୦ ଟଙ୍କା।
ଏହି ଖବରଟିକୁ ପଢନ୍ତୁ- ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ହାଇୱା, ଡ୍ରାଇଭର ଅଟକ