ଭୁବନେଶ୍ୱର,୦୬/୦୯: ରବିବାର(ସେପ୍ଟେମ୍ବର ୭) ଆକାଶରେଦେଖାଯିବ ଆଲୌକିକ ଦୃଶ୍ୟ । ୮୨ ମିନିଟ ପର୍ଯ୍ୟନ୍ତ ଧରି ଜହ୍ନ ଲାଲ ରଙ୍ଗର ହୋଇଯିବ । ସେହି ସମୟରେ, ଶନି ଗ୍ରହ ମଧ୍ୟ ପୂର୍ଣ୍ଣ ଦୃଶ୍ୟମାନ ହେବ ।
ବରିଷ୍ଠ ବୈଜ୍ଞାନିକ ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ରବିବାର ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ରହିଛି । ଏହି ଦିନ ଚନ୍ଦ୍ର ପୃଥିବୀର ଭିତର ଛାୟାରେ ପ୍ରବେଶ କରିବ । ସୂର୍ଯ୍ୟ କିରଣ ବାୟୁମଣ୍ଡଳ ଦେଇ ଯିବା ଯୋଗୁଁ ଚନ୍ଦ୍ର ଲାଲ ହୋଇଯିବ । ଏହାକୁ ରେଡ୍ ମୁନ୍ ବା ଲୋହିତ ଜହ୍ନ ମଧ୍ୟ କୁହାଯାଏ । ଚନ୍ଦ୍ର ନିକଟରେ ହଳଦିଆ ବିନ୍ଦୁ ପରି ଝଲସୁଥିବା ଶନିକୁ ଖାଲି ଆଖିରେ ଦେଖିପାରିବେ । ଟେଲିସ୍କୋପ ମାଧ୍ୟମରେ ଦେଖିଲେ ଏହାର ବଳୟ ସ୍ପଷ୍ଟ ହେବ । ସେହି ସମୟରେ, ଏକ ହାଲୁକା ନୀଳ-ସବୁଜ ବିନ୍ଦୁ ପରି ନେପଚ୍ୟୁନ ଦୃଶ୍ୟମାନ ହେବ ।