ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଜନସନ୍ ସ୍ପେସ୍ ସେଣ୍ଟରରେ ପହଁଞ୍ଚିଲେ ସୁନିତା ଓ ତାଙ୍କ ସାଥୀ, ଡାକ୍ତରଙ୍କ ଦେଖାଶୁଣାରେ ରହିବେ କିଛି ଦିନ

Published By : Harapriya Biswal | March 19, 2025 4:19 PM

ନୂଆଦିଲ୍ଲୀ,୧୯।୩: ଦୀର୍ଘ ନଅ ମାସର ଅପେକ୍ଷାର ଅନ୍ତଃ ଘଟିଛି। ଶେଷରେ ମହାକାଶରୁ ପୃଥିବୀପୃଷ୍ଠକୁ ଫେରି ଆସିଛନ୍ତି ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲ୍‌ମୋର। ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ୍ ଷ୍ଟେସନରୁ ବାହାରି ପୃଥିବୀରେ ପହଞ୍ଚିଛନ୍ତି ସୁନୀତା ଏବଂ ବୁଚ୍‌। ବୁଧବାର ସକାଳେ ଫ୍ଲୋରିଡ଼ା ତଟରେ ଅବତରଣ କରିଥିଲା ସ୍ପେସ୍‌ ଏକ୍ସ କ୍ରିଉ ଡ୍ରାଗନ୍ କ୍ୟାପସୁଲ। ମହାକାଶରେ ୯ ମାସ ବିନା ଗ୍ରାଭିଟିରେ ବିତାଇବା ପରେ ଏବେ ସୁନିତା ଏବଂ ତାଙ୍କ ସାଥିଙ୍କୁ ପୃଥିବୀ ପୃଷ୍ଠରେ ରହିବାରେ ଅନେକ ସମସ୍ୟା ହେବ। ଆରମ୍ଭରୁ ଏହା ଏତେ ସହଜ ହେବନି। 

ଡ୍ରାଗ୍ସନ୍ ସ୍ପେସ୍‌କ୍ରାଫ୍ଟରୁ ସୁନିତା ଓ ଅନ୍ୟ ମହାକାଶଚାରୀ ସୁରକ୍ଷିତ ଭାବରେ ପୃଥିବୀରେ ପାଦ ରଖିଛନ୍ତି। ପହଁଞ୍ଚିବା ମାତ୍ରେ ସୁନିତା ଓ ଅନ୍ୟ ମହାକାଶଚାରୀଙ୍କୁ  ଷ୍ଟେ୍ରଚରରେ ନାସାର ବିମାନ ଭିତରକୁ ନିଆଯାଇଥିଲା। ଏହାପରେ ତାଙ୍କୁ ହୁଷ୍ଟନରେ ଥିବା ଜନ୍‌ସନ୍ ସ୍ପେସ୍‌ ସେଣ୍ଟରକୁ ନିଆଯାଇଛି। ସେଠାରେ ୪୫ ରୁ ଦିନରୁ ଅଧିକ ଦୁଇ ମହାକାଶଚାରୀ ଡାକ୍ତରୀ ଦେଖାଶୁଣାରେ ରହିବେ। ସୁନିତା ଓ ଅନ୍ୟ ମହାକାଶଚାରୀଙ୍କୁ ପୃଥିବୀ ପୃଷ୍ଠରେ ଆଡଜଷ୍ଟ କରିବା ଖୁବ୍ କଷ୍ଟକର ହେବ। କାରଣ ତାଙ୍କୁ ଚାଲିବାରେ ସମସ୍ୟା ହେବ। ୯ ମାସ ମହାକାଶରେ ରହିବା ପରେ ତଳିପାଦ ନରମ ପଡିଯାଇଥାଏ। ଏହି କାରଣରୁ ଚାଲିବା ଖୁବ୍ କଷ୍ଟକର ହୋଇଯାଏ। କାରଣ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି କାରଣରୁ ପାଦର ଚମଡା ମୋଟା ଓ ଶକ୍ତ ହୋଇଥାଏ। ପୂର୍ବଭଳି ପାଦ ହେବା ପାଇଁ ଆଉ କିଛି ସପ୍ତାହ କିମ୍ବା ମାସ ଲାଗିପାରେ। ମହକାଶରେ ହାଡର ଘନତ୍ବ କମ୍ ହୋଇଯାଏ।  ଫଳରେ ହାଡ ଦୁର୍ବଳ ହେବା ସହ ପାଦ, ପିଠି, ବେକର ମାଂସପେଶୀରେ ପ୍ରଭାବ ପଡିଥାଏ।  

ମହାକାଶଯାତ୍ରୀ ପୃଥିବୀ ଫେରିବା ପରେ ତାଙ୍କୁ ସିଧାସଳଖ ଘରକୁ ଯିବାର ଅନୁମତି ମିଳିନଥାଏ। ତାଙ୍କୁ କିଛି ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ଦେଖାଶୁଣାରେ ରଖାଯାଏ। ଏହା ଏକ ନିୟମିତ ପକ୍ରିୟା। ମେଡିକାଲ ଯାଞ୍ଚର ପକ୍ରିୟା ଶେଷ ହେବା ପରେ ଅବଜରଭେସନ୍‌ରେ ରହିବେ। ଏହି ସମୟରେ ତାଙ୍କୁ ପରିବାର ସଦସ୍ୟ ଓ ବନ୍ଧୁଙ୍କୁ ଦେଖାକରିବାକୁ ଦିଆଯାଏ। ଏହାଛଡା ମହାକାଶଯାତ୍ରୀ ଏହି ମିଶନ୍ ସମୟରେ ନିଜର ଅନୁଭବ, ସମସ୍ୟା ଏବଂ ସଫଳତା ମଧ୍ୟ ସେୟାର କରିଥାନ୍ତି। ନାସାର ଇଣ୍ଟର ନ୍ୟାସନାଲ ସ୍ପେସ୍‌ ଷ୍ଟେସନ୍‌ ପୋଗ୍ରାମର ଅପରେସନ୍ ମ୍ୟାନେଜର କହିଛନ୍ତି, ସମସ୍ତ ମହାକାଶଚାରୀଙ୍କୁ ସର୍ଭେ ଏବଂ ମୂଲ୍ୟାଙ୍କନ କରିବାକୁ ପଡିଥାଏ। ସେଭଳି ନାସାର କମର୍ସିଆଲ କ୍ରୁ ପୋଗ୍ରାମ ମ୍ୟାନେଜର କହିଛନ୍ତି, ସମସ୍ତ ମହାକାଶଚାରୀଙ୍କୁ ନିରାପଦରେ ଫେରାଇ ଆଣିବାର ସୁଯୋଗ ଆମେ ଖୋଜୁଥିଲୁ। ଯାହାକି ଏବେ ସଫଳ ହୋଇଛି। ’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.