ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସୁନୀତା ୱିଲିୟମ୍ସଙ୍କୁ ତାଙ୍କ ସ୍ଥିତିରେ ଛାଡ଼ି ଦିଆ ଯାଇଛି କି ? ନିରବତା ଭାଙ୍ଗି ଏହି ମହାକାଶଚାରୀ କହିଲେ ...

Published By : Prameya | February 8, 2025 10:16 PM

ନୂଆଦିଲ୍ଲୀ : ସୁନୀତା ୱିଲିୟମ୍ସ ଓ ୱିଲମୋର ବୁଚ ମହାକାଶରେ ଅନେକ ମାସ ଧରି ରହିଛନ୍ତି। ଏବେ ଆସନ୍ତା ମାସ ଦୁହେଁ ଫେରିବାର ଅନୁମାନ କରାଯାଉଛି। ମାର୍ଚ୍ଚ ବା ଅପ୍ରେଲ୍‌ରେ ସୁନୀତା ଓ ୱିଲମୋରଙ୍କ ପୃଥିବୀକୁ ଫେରି ପାରନ୍ତି। ଏହି ମଧ୍ୟରେ ଟ୍ରମ୍ପ , ବାଇଡେନ ପ୍ରଶାସନ ଉପରେ ଟାର୍ଗେଟ୍‌ କରି ନିକଟରେ କହିଥିଲେ କି, ସୁନୀତା ଓ ୱିଲମୋରଙ୍କୁ ମହାକାଶରେ ତାଙ୍କର ହିଁ ସ୍ଥିତିରେ ଛାଡ଼ି ଦିଆ ଯାଇଛି। 

ଏବେ ଟ୍ରମ୍ପର ଏହି ବୟାନରେ ସୁନୀତା ୱିଲିୟମ୍ସଙ୍କର ପ୍ରତିକ୍ରିୟା ସାମନାକୁ ଆସିଛି। ସେ ନିରବତା ଭାଙ୍ଗି କହିଛନ୍ତି କି, ତାଙ୍କୁ ଓ ୱିଲମୋରଙ୍କୁ ମହାକାଶରେ ଛାଡ଼ି ଦିଆ ଯାଇ ନାହିଁ। ସେ କହିଛନ୍ତି , ଆମେ ଏଠାରେ ଏମିତି ସ୍ଥିତିରେ ଅଛୁ, ଯେଉଁଠି ଆମ ପାଖରେ ସ୍ପେସ୍‌ ଷ୍ଟେସନ ପୂରା ମାନବଯୁକ୍ତ ଅଛି ଏବଂ ବିଶ୍ୱସ୍ତରୀୟ ବିଜ୍ଞାନ ଉପରେ କାମ କରୁଛୁ। 

ସିବିଏସ ନ୍ୟୁଜ୍‌ ସହ କଥା ହୋଇ ସୁନୀତା ୱିଲିୟମ୍ସ କହିଛନ୍ତି , ମୋତେ ଲାଗୁ ନାହିଁ କି ମୋତେ ଏଠାରେ ଛାଡ଼ି ଦିଆ ଯାଇଛି। ମୁଁ ଏହା ବି ଭାବୁନି କି ଏଠାରେ ଫସି ରହିଛି। ସେ ଇଣ୍ଟରଭ୍ୟୁରେ ଆହୁରି କହିଛନ୍ତି , ଆମ ପାଖରେ ଖାଦ୍ୟ ଅଛି । ଆମ ପାଖରେ ପୋଷାକ ରହିଛି। ଆମ ପାଖରେ ଘରକୁ ଯିବାକୁ ଯାନ ଅଛି, ଯାହାକି ଯଦି ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନରେ କିଛି ଖରାପସ୍ଥିତି ଉପୁଜିଲେ ଆମେ ଏହାର ସାମନା କରିପାରିବୁ । 

ସୁନୀତା କହିଛନ୍ତି , ଆମେ ଏମିତି ସ୍ଥିତିରେ ,ଯେଉଁଠି ଆମ ପାଖରେ ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନ ସଂପୂର୍ଣ୍ଣ ରୂପେ ମାନବଯୁକ୍ତ ଓ ଆମେ କରଦାତାଙ୍କ ଇଚ୍ଛାନୁସାରେ କାମ କରୁଛୁ, ବିଶ୍ୱ ସ୍ତରୀୟ ବିଜ୍ଞାନ ଉପରେ କାମ କରୁଛୁ ଏବଂ ଏଥିପାଇଁ ମୁଁ ଏଠାକୁ ଆସି ଏବଂ ଟିମ୍‌ର ସଦସ୍ୟ ସାଜି ଗୌରବାନ୍ୱିତ ଅନୁଭବ କରୁଛି। 

ଡେଲି ମେଲ୍‌ର ରିପୋର୍ଟରେ ସୂତ୍ରାନୁସାରେ କୁହାଯାଇଛି କି , ନାସା ୱିଲିୟମ୍ସ ଓ ୱିଲମୋରଙ୍କୁ ତାଙ୍କର ଦୁଇ ମହାକାଶ ଷ୍ଟେସନ କ୍ରୁମେଣ୍ଟ , କ୍ରୁ-୯ କମାଣ୍ଡର ନିକ୍‌ ହେଗ୍‌ ଓ କସ୍ମୋନାଟ୍‌ ଆଲେକଜାଣ୍ଡର ଗୋରବୁନୋଭ ସହ ୧୯ ମାର୍ଚ୍ଚର ପାଖାପାଖି ପୃଥିବୀକୁ ଫେରାଇ ଆଣିବାକୁ ଯୋଜନାର ଅନ୍ତିମ ରୂପ ଦେଉଛି। 

ଉଲ୍ଲେଖନୀୟ ଯେ, ସୁନୀତା ଓ ୱିଲମୋର ଗତ ବର୍ଷ ଜୁନ୍‌ ମାସର ଆରମ୍ଭରେ ସ୍ପେସ୍‌ ଷ୍ଟେସନ ଯାଇଥିଲେ। ଉଭୟଙ୍କ ମିଶନ ପାଖାପାଖି ସପ୍ତାହେ ପାଇଁ ଥିଲା। କିନ୍ତୁ ସ୍ପେସ୍‌କ୍ରାଫ୍ଟ୍ ବୋଇଂ ଷ୍ଟାରଲାଇନରରେ ଟେକ୍ନିକାଲ ଖରାପ ଆସିବାରୁ ଦୁହିଁଙ୍କର ଫେରିବାରେ ବିଳମ୍ୱ ହେଉଛି। ପରେ ବୋଇଂ ଷ୍ଟାରଲାଇନର ବିନା ଯାତ୍ରୀରେ ପୃଥିବୀକୁ ଆସିଥିଲା। ସୁନୀତା ଓ ୱିଲମୋର ସେଠାରେ ରହିଥିଲେ। ଏହାପରେ ଦୁହିଁଙ୍କର ଫେରିବାର ଦାୟିତ୍ୱ ଏଲନ ମସ୍କଙ୍କ ସ୍ପେସଏକ୍ସକୁ ମିଳିଛି। ପରେ ଫେବ୍ରୁଆରୀରେ ଦୁହିଁଙ୍କୁ ଫେରେଇ ଆଣିବାକୁ ନିଷ୍ପତ୍ତି ନିଆଗଲା , କିନ୍ତୁ ପରେ ଅପ୍ରେଲ ଯାଏ ସ୍ଥଗିତ ରହିଥିଲା । ଏବେ ୧୯ ମାର୍ଚ୍ଚ ପାଖାପାଖି ଦୁହିଁଙ୍କୁ ପୃଥିବୀକୁ ଫେରିବାର ସମ୍ଭାବନା ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.