ମୁମ୍ବାଇ,୧୨/୨ : ଅଭିନେତା ସନୀ ଦେଓଲ ତାଙ୍କୁ କିଏ ବା ନ ଜାଣେ । ଷ୍ଟାଇଲ୍ ହେଉ କି ଡାଇଲଗ୍ ତାଙ୍କର ଦ୍ବିଓ୍ବାନା ସମସ୍ତେ । ଯୁବପୀଢି ହୁଅନ୍ତି କି ବୟସ୍କ ସମସ୍ତେ ତାଙ୍କର ଫ୍ୟାନ୍ସ । ପରଦାରେ ଆସିବାମାତ୍ରକେ ତାଳିରେ ଭରପୁର୍ ହୋଇ ଉଠେ ସିନେମା ହଲ୍ । ଅଭିନେତା ସନୀ ଦେଓଲଙ୍କ ଫିଲ୍ମ ଏବେ ‘ବର୍ଡ଼ର ୨’ ରିଲିଜ ହୋଇଛି । ସନୀଙ୍କ ଏହି ଫିଲ୍ମକୁ ଫ୍ୟାନ୍ସ ବି ବହୁ ପସନ୍ଦ କରିଛନ୍ତି । ବକ୍ସ ଅଫିସରେ ଫିଲ୍ମ ଠିକ୍ ଠାକ୍ କଲେକ୍ସନ କରୁଛି । ଏବେ ସନୀ ଦେଓଲ ନିଜ ଅପକମିଂ ଫିଲ୍ମକୁ ନେଇ କହିଛନ୍ତି । ସେ ଦୁଇଟି ଫିଲ୍ମ କନଫର୍ମ କରିଛନ୍ତି । ସନୀ ଦେଓଲଙ୍କୁ ‘ଲାହୋର ୧୯୪୭’ ଏବଂ ‘ଗବଋ’ରେ ଦେଖିବାକୁ ମିଳିବ ।
ସନୀ ଦେଓଲ କହିଛନ୍ତି , ‘ମୋ ପାଖରେ ଦୁଇଟି ଫିଲ୍ମ ଅଛି ଗୋଟିଏ ଲାହୋର ୧୯୪୭ ଏବଂ ଦ୍ବିତୀୟଟି ଗବଋ । ଲାହୋର ୧୯୪୭ ଅଗଷ୍ଟ ସ୍ବାଧୀନତା ଦିବସରେ ରିଲିଜ ହେବ । ସନୀ ଦେଓଲଙ୍କ ଆଉ ଗୋଟିଏ ବହୁତ ଭଲ ଫିଲ୍ମ ଆସୁଛି ଗବଋ । ମୋର ବହୁତ ନିକଟତର ଅଟେ । ହୋଇପାରେ କି ବହୁତ ଅଧିକ ସ୍କ୍ରିନରେ ନ ଲାଗିପାରେ । କିନ୍ତୁ ମୋତେ ସେହି ଫିଲ୍ମ ବହୁତ ପସନ୍ଦ ଅଟେ । ଏଭଳି ଚରିତ୍ର ମୋତେ ମିଳିଛି, ଯାହା ପୂରା ଦେଶରେ ଯେଉଁ ଲୋକମାନେ ଛୋଟ ସ୍ଥାନରୁ ଏହି ଆଶା ରଖି ଆସୁଛନ୍ତି କି ମୁଁ ବଡ଼ ସହର ଯିବି । କିଛି ହେବି । ଏହି କାହାଣୀ ଏକ ମଣିଷର ଅଟେ । ପରେ ସହର କିଭଳି ତାକୁ ଆପଣେଇ ନେଇଥାଏ । ନା ସେ ଗାଁକୁ ଯାଇପାରେ, କାରଣ କ’ଣ କରିବାକୁ ଆସିଥିଲା । ଏହି ଫିଲ୍ମ ବହୁତ ଇମୋଶନାଲ ଅଟେ ।
ସନୀ ଦେଓଲଙ୍କ ହାତରେ ବହୁ ଫିଲ୍ମ ଅଛି । ଫିଲ୍ମ ଗଦର ୨ ପରେ ସନୀଙ୍କ ଭାଗ୍ୟ ଚମକ ହୋଇଯାଇଛି । ତାଙ୍କ ଫିଲ୍ମ ବକ୍ସ ଅଫିସରେ ବି ଧମାଲ କରିଛି । ଫିଲ୍ମ ଗଦର ୨ ବକ୍ସ ଅଫିସରେ ରେକର୍ଡ଼ ବ୍ରେକ୍ କଲେକ୍ସନ କରିଥିଲା । ଲୋକମାନେ ଫିଲ୍ମକୁ ବହୁତ ଭଲ ପାଇବା ଦେଇଛନ୍ତି । ଏହାପରେ ତାଙ୍କ ଫିଲ୍ମ ଜାଟ୍ ଏବଂ ବର୍ଡ଼ର ୨କୁ ବି ଫ୍ୟାନ୍ସ ବହୁତ ଭଲପାଇବା ଦେଇଛନ୍ତି ।