ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

କ୍ଳାସେନଙ୍କ ଦମଦାର୍‌ ଶତକ, ଟ୍ରାଭିସ୍‌ଙ୍କ ଅର୍ଦ୍ଧଶତକ; କେକେଆର୍‌ ଆଗରେ ୨୭୯ ରନ୍‌ର ବିଶାଳ ବିଜୟଲକ୍ଷ୍ୟ ରଖିଲା ହାଇଦ୍ରାବାଦ

Published By : Soubhagya Ranjan | May 25, 2025 9:34 PM

Image source: Cricbuzz

ନୂଆଦିଲ୍ଲୀ,୨୫/୦୫: ହେନ୍‌ରିଚ୍‌ କ୍ଳାସେନଙ୍କ ଧୂଆଁଧାର ଶତକ ସାଂଗକୁ ଟ୍ରାଭିସ୍‌ ହେଡ୍‌ଙ୍କ ଦର୍ଶନୀୟ ଅର୍ଦ୍ଧଶତକ। ଛକା ଚୌକା ବର୍ଷାରେ କମ୍ପିଲା ଷ୍ଟାଡିୟମ। ହାଇଦ୍ରାବାଦ ଦଳର ଘାତକ ପ୍ରଦର୍ଶନ ଆଗରେ ଧ୍ବସ୍ତବିଧ୍ବସ୍ତ କୋଲକାତା ବୋଲର। ଆଇପିଏଲ୍‌ ୨୦୨୫ର ୬୮ତମ ମ୍ୟାଚ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ। ନିର୍ଦ୍ଧାରିତ ୨୦ ଓଭରରେ ଦଳ ୨୭୮ ରନ୍‌ର ବିଶାଳ ସ୍କୋର୍‌ କରିଥିଲା। 

ଦଳ ପକ୍ଷରୁ ହେନ୍‌ରିଚ୍‌ କ୍ଳାସେନ୍‌ ୩୯ ବଲ୍‌ରେ ୭ ଚୌକା ୯ ଛକା ସହାୟତାରେ ୧୦୫ରନ୍‌ର ଆକର୍ଷଣୀୟ ଶତକୀୟ ପାଳି ଖେଳି ଅପରାଜିତ ରହିଥିବା ବେଳେ ଟ୍ରାଭିସ୍‌ ହେଡ୍‌ ୪୦ ବଲ୍‌ରେ ୬ ଟି ଚୌକା ଓ ୬ଟି ଛକା ସହାୟତାରେ ୭୬ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭିଶେକ ଶର୍ମା ୧୬ ବଲ୍‌ରେ ୪ ଚୌକା ୨ଟି ଛକା ସହାୟତାରେ ୩୨ ରନ୍‌ କରିଥିବା ବେଳେ ଇଶାନ କିଶନ ୨୯ ଏବଂ ଅନିକେତ ଶର୍ମା ୧୨ ରନ୍‌ କରି ଅପରାଜିତ ରହିଥିଲେ। କେକେଆର୍‌ ବୋଲରଙ୍କ ମଧ୍ୟରେ ସୁନିଲ ନାରିନ ୨ଟି ଓ୍ବିକେଟ ନେଇଥିବା ବେଳେ ବୈଭବ ଆରୋରାଙ୍କୁ ଗୋଟିଏ ସଫଳତା ମିଳିଥିଲା। ବର୍ତ୍ତମାନ କୋଲକାତା, ହାଇଦ୍ରାବାଦ ଦେଇଥିବା ୨୭୯ ରନ୍‌ର ବିଜୟଲକ୍ଷ୍ୟକୁ ପୂରଣ କରିବାକୁ ମଇଦାନକୁ ଓହ୍ଲାଇବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.