ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ

Published By : Rasmita Pradhan | April 23, 2025 8:33 AM

ମୁମ୍ବାଇ, ୨୩/୦୪ : ଚଳିତ ଆଇପିଏଲ୍‌ର ୪୧ତମ ଲିଗ୍‌ ମୁକାବିଲାରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଏହି ମ୍ୟାଚ୍‌ ଜରିଆରେ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଗତ ୧୭ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ଭେଟ ହେଇଥିଲା । ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯାଇଥିବା ଉକ୍ତ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୪ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ୫ଦିନ ପରେ ଉଭୟ ଦଳ ପୁଣି ଥରେ ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି । ଏହି ସମୟ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଆଉ ଏକ ମ୍ୟାଚ୍‌ ଖେଳିଛି ଓ ଚେନ୍ନାଇ ସୁପରକିଙ୍ଗ୍‌ସକୁ ୯ ୱିକେଟ୍‌ରେ ହରାଇଛି । ସନରାଇଜର୍ସ ସେବେଠୁ କୌଣସି ମ୍ୟାଚ୍‌ ଖେଳିନାହିଁ। କେବଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଛି । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । 

ପୂର୍ବ ରେକର୍ଡ ମୁମ୍ବାଇ ପକ୍ଷରେ ରହିଛି । ଉଭୟ ଦଳ ଗତ ୧୭ ବର୍ଷ ମଧ୍ୟରେ ୨୪ଥର ସାମ୍ନା ସାମ୍ନି ହୋଇଛନ୍ତି । ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୧୪ଟି ଓ ସନରାଇଜର୍ସ ୧୦ଟି ମ୍ୟାଚ୍‌ ଜିତିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଇତି ମଧ୍ୟରେ ୮ଟି ମ୍ୟାଚ୍‌ରୁ ୪ବିଜୟ ସହ ମୋଟ୍‌ ୮ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସ ଷଷ୍ଠ ସ୍ଥାନରେ ରହିଛି । ଆଜି ଜିତିଲେ ଦଳ ତୃତୀୟ କିମ୍ବା ଚତୁର୍ଥ ସ୍ଥାନକୁ ଉଠି ପାରିବ । ସନରାଇଜର୍ସ ୭ଟି ମ୍ୟାଚ୍‌ରୁ ୪ ପଏଣ୍ଟ ସହ ନବମ ସ୍ଥାନରେ ରହିଛି । ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ସନରାଇଜର୍ସକୁ ଅତି କମ୍‌ରେ ଆଉ ୫ଟି ମ୍ୟାଚ୍‌ ଜିତିବାକୁ ହେବ । ତେଣୁ ପ୍ରତ୍ୟେକ ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ । ସଠିକ୍‌ ସମୟରେ ଖେଳାଳିମାନେ ୫ଦିନର ବିଶ୍ରାମ ପାଇଛନ୍ତି । ତେଣୁ ଆଜି ଏକ ସତେଜ ମନୋଭାବ ସହ ଦଳ ଗ୍ରାଉଣ୍ଡକୁ ଓହ୍ଲାଇବ। ମୁମ୍ବାଇ ଇଣ୍ଡିଆନ୍ସ ଉପଲ୍‌ ଷ୍ଟାଡ଼ିୟମ୍‌ରେ ପୁଣି ଥରେ ରାଜୁତି କରିବାକୁ ଲକ୍ଷ୍ୟ ରଖିଛି । 

ଗତ ବର୍ଷ ଏଠାରେ ପରାଜୟର ସାମ୍ନା କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ସନରାଇଜର୍ସ ୩/୨୭୭ ରନ ସଂଗ୍ରହ କରିଥିଲା ଓ ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍‌ ହରାଇ ୨୪୬ ରନ କରିବାକୁ ସକ୍ଷମ ହୋଇଥିଲା । ଗତ ୧୨ ତାରିଖରେ ସନରାଇଜର୍ସ ଏହି ଗ୍ରାଉଣ୍ଡ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ଭେଟିଥିଲା ଓ ଅଭିଷେକ ଶର୍ମାଙ୍କ ଶତକ ବଳରେ ବିଜୟ ହାସଲ କରିଥିଲା । ଆଜି ମଧ୍ୟ ଘରୋଇ ଦଳ ବିଶାଳ ସ୍କୋର ସଂଗ୍ରହ କରିବାକୁ ପ୍ରୟାସ କରିବ । ଅଭିଷେକଙ୍କ ସହ ଟ୍ରେଭିସ୍‌ ହେଡ୍‌ ଓ ଇଶାନ କିଷନଙ୍କୁ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିବାକୁ ହେବ । ଉଭୟ ଦଳରେ ତାରକା ଖେଳାଳି ଭରପୁର । ମାତ୍ର ଫର୍ମକୁ ନେଇ ଉଭୟ ଦଳ ଚିନ୍ତାରେ ରହିଛନ୍ତି । ବିଳମ୍ବରେ ହେଉ ପଛେ ରୋହିତ ଶର୍ମା ଫର୍ମ ଫେରିପାଇଥିବାରୁ ମୁମ୍ବାଇ ଇଣ୍ଡିଆନ୍ସ ଆଶ୍ୱସ୍ତ । ଅନ୍ୟ ଓପନର ର‌୍ୟାନ ରିକେଲଟନ ମଧ୍ୟ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ବାକି ମଧ୍ୟ କ୍ରମରେ ସବୁ ବ୍ୟାଟର ଧୂଆଁଧାର ବ୍ୟାଟିଂ ପାଇଁ ପରିଚିତ । 

ଆଜି ଉଭୟ ଦଳ ଏକାଦଶ ଅପରିବର୍ତ୍ତିତ ରଖିବା ଆଶା କରାଯାଉଛି । ସନରାଇଜର୍ସ ଅଭିନବ ମନୋହରଙ୍କୁ ଏକାଦଶରୁ ଡ଼କାଇପାରେ । କିମ୍ବା ବ୍ୟାଟିଂ ବିଭାଗକୁ ସୁଦୃଢ କରିବା ପାଇଁ ଅଥର୍ବ ତାଇଡେଙ୍କୁ ଖେଳାଇବା ଆଶା କରାଯାଉଛି । ଇମ୍ପାକ୍ଟ ଖେଳାଳି ଭାବେ ଇଶାନ ମାଲିଙ୍ଗାଙ୍କୁ ଅଗ୍ରାଧିକାର ମିଳିବ । ଉଭୟ ଦଳର କିଛି ଖେଳାଳି ବୁମରା ଓ ହେଡ୍‌, ରୋହିତ ଓ କମିନ୍ସଙ୍କ ମଧ୍ୟରେ ଏକ ଅଘୋଷିତ ଲଢ଼େଇ ଦେଖିବାକୁ ମିଳିପାରେ । ଗତ ବର୍ଡରଗାଭାସ୍କର ଟ୍ରଫିରୁ ଏହି ଲଢ଼େଇ ଆରମ୍ଭ ହୋଇଛି । ଉପଲ ଷ୍ଟାଡ଼ିୟମର ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ । ଏଠାରେ ବିଶାଳ ସ୍କୋର ସଂଗୃହୀତ ହେବା ଏକ ପ୍ରକାର ନିଶ୍ଚିତ । ରାତ୍ରିରେ ଖେଳ ହେଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଦ୍ୱାଦଶ

ମୁମ୍ବାଇ ଇଣ୍ଡିଆନ୍ସ :- ରୋହିତ ଶର୍ମା, ର‌୍ୟାନ ରିକେଲଟନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ନମନ ଧିର, ୱିଲ ଜ୍ୟାକ୍ସ, ମିଚେଲ ସାଣ୍ଟନର, ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା, କରଣ ଶର୍ମା/ବିଘ୍ନେଶ ପୁଥୂର । 

ସନରାଇଜର୍ସ ହାଇଦ୍ରାବାଦ :- ଟ୍ରେଭିସ ହେଡ୍‌, ଅଭିଷେକ ଶର୍ମା, ଇଶାନ କିଷନ, ନୀତିଶ କୁମାର ରେଡ୍ଡୀ, ହେନରିକ କ୍ଲାସେନ, ଅନିକେତ ବର୍ମା, ଅଭିନବ ମନୋହର, ପ୍ୟାଟ୍‌ କମିନ୍ସ (ଅଧିନାୟକ), ହର୍ଷଲ ପଟେଲ, ମହମ୍ମଦ ସାମି, ଜିସନ ଅନସାରୀ, ଇଶାନ ମାଲିଙ୍ଗା/ୱିଆନ ମୋଲ୍ଡର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.