ଧଉଳି, ୨୪/୦୨: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଧଉଳି ଥାନା ଶିଶୁପାଳଗଡ଼ ସ୍ଥିତ ନୂଆଗାଁ ନିକଟରେ ଥିବା ସୁପର ମାର୍ଟ ଭୟଙ୍କର ଅଗ୍ନିକାଣ୍ଡ। ତୃତୀୟ ମହଲାରେ ସୋମବାର ରାତି ସାଢ଼େ ୧୦ଟାରୁ ଏଯାଏ ହୁତୁହୁତ ହୋଇ ଜଳୁଛି। ନିଆଁ ଲିଭା କାର୍ଯ୍ୟରେ ୮ ଦମକଳ ଗାଡ଼ି ସହ ୨୫ଟି ଅଗ୍ନିଶମ ଟିମ୍ ଉଦ୍ୟମ ଜାରି ରଖିଛନ୍ତି। ୨ ଶହ ଫୁଟ ଉଚ୍ଚତାକୁ ଯାଇ ନିଆଁ ଲିଭାଇବାର କ୍ଷମତା ରଖୁଥିବା ହାଇଡ୍ରୋଲୋଇକ୍ ପ୍ଲାଟଫର୍ମ ନିୟୋଜିତ ଅଛି। ଷ୍ଟ୍ରାଇକିଂ ଫାୟାର ଫୋର୍ସ ନିଆଁ ଲିଭାଇବା ପାଇଁ ନୂଆ କୌଶଳ ଆପଣାଇଛି। ରୋବଟ୍ ଗାଡି ସହାୟତାରେ ମଧ୍ୟ ନିଆଁକୁ ଲଭାଇବାକୁ ଉଦ୍ୟମ କରାଯାଉଛି । ଏ ପର୍ଯ୍ୟନ୍ତ ଚତୁର୍ଥ ମହଲାରେ ନିଆଁ ବଳବତ୍ତର ରହିଛି । ବିଲ୍ଡିଂର କାନ୍ଥରେ ଏବେ ବଡ଼ ଫାଟ ସୃଷ୍ଟି ହୋଇଛି। ତେଣୁ କିଛି ଅଂଶ ଭାଙ୍ଗିବା ପାଇଁ ପ୍ରୟାସ କରୁଛି ଅଗ୍ନିଶମ ଟିମ୍। କାନ୍ଥ ନଭାଙ୍ଗିଲେ ଵିଲ୍ଡିଂ ଭୁଷୁଡିବା ଆଶଙ୍କା ରହିଥିବା ଅନୁମାନ କରାଯାଉଛି।ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲେ ମଧ୍ୟ ବିଦ୍ୟୁତ୍ ଶର୍ଟ ସର୍କିଟରୁ ଏଭଳି ହୋଇଥିବା ଅନୁମାନ କରାଯାଉଛି ।
ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ, ଷ୍ଟିଲ ଆଦି ଘରୋଇ ଉପକରଣ ଜଳି ଯାଇଥିବା ଜଣାପଡିଛି । ଭୁବନେଶ୍ୱର, କଳ୍ପନା ଓ ବାଲିଅନ୍ତା ଅଗ୍ନିଶମ ବିଭାଗର ୮ଟି ଗାଡି ସମେତ ରୋବଟ୍ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି । ମାର୍ଟ ଭିତରେ ଅଧିକ ପ୍ଲାଷ୍ଟିକ ସାମଗ୍ରୀ ଥିବାରୁ ରୋବଟ ମନିଟରିଙ୍ଗ ମାର୍ଟ ଭିତରେ ପଶି ନିଆଁକୁ ଆୟତ କରିଥିଲା । ଅନ୍ୟପକ୍ଷରେ ଉକ୍ତ ମଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ମହଜୁଦ ଥିଲା ନା ନାହିଁ ତଦନ୍ତ କରାଯାଉଛି ।
ସୂଚନା ଅନୁଯାୟୀ, ରାତି ପ୍ରାୟ ସାଢେ ୧୦ଟାରେ ହଠାତ ମାର୍ଟର ତୃତୀୟ ମହଲାରୁ ନିଆଁ ବାହାରିଥିଲା । ସେହି ସମୟରେ ମାର୍ଟ ବନ୍ଦ ଥିଲା । ନିଆଁ ଧିରେ ଧିରେ ବ୍ୟାପିଯାଇଥିଲା । କ୍ଷଣିକ ଭିତରେ ହୁତ୍ହତ୍ତ୍ ହୋଇ ଜଳିଉଠିଥିଲା । ଫଳରେ ମାର୍ଟରେ ଥିବା ପ୍ଲାଷ୍ଟିକ, ଷ୍ଟିଲ ଆଦି ଉପକରଣ ଜଳି ଯାଇଥିଲା ।