ଭୁବନେଶ୍ବର,୨୮/୧୧: ଶୁକ୍ରବାର ରାଜ୍ୟ ବିଧାନସଭାରେ ରାଜ୍ୟ ବିଧାନସଭାରେ ଆଗତ ହୋଇଛି ଅତିରିକ୍ତ ବଜେଟ। ବିଧାନସଭା ଶୀତକାଳିନ ଅଧିବେଶନର ଦ୍ବିତୀୟ ଦିନର ଦ୍ବିତୀୟାର୍ଦ୍ଧ ଅଧିବେଶନରେ ଗୃହରେ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମୁଖ୍ୟମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷରେ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ ହୋଇଥିବା ବେଳେ, ଶିକ୍ଷା ବିଭାଗକୁ ସିଂହଭାଗ ମିଳିଛି। ସେହି ଅନ୍ୟାନ୍ୟ ବିଭାଗ ଗୁଡ଼ିକ ବିଷୟରେ ଯଦି ଦେଖିବା ତେବେ, ମହିଳା ଶିଶୁ ବିକାଶ ପାଇଁ ୧୫୫୮ କୋଟି, ପଂଚାୟତିରାଜ ପାଇଁ ୩୫୩ କୋଟି, ଶିକ୍ଷାକୁ ୨୩୨୭ କୋଟି, ଖାଦ୍ୟ ସୁରକ୍ଷା ପାଇଁ ୪୩୨୯ କୋଟି ବରାଦ, କୃଷି ଜଳସେଚନ ପାଇଁ ୧୬୭୩ କୋଟି, ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୧୬୪ କୋଟି ଏବଂ ଭିତ୍ତିଭୂମି ବିକାଶ ପାଇଁ ୧୯୫୫ କୋଟି ବ୍ୟୟବରାଦ କରାଯାଇଛି।
ସ୍ବତନ୍ତ୍ର ଭାବେ ଆମେ ଯଦି କୃଷି କ୍ଷେତ୍ରକୁ ଦେଖିବା ତେବେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ବିଧାନସଭାରେ ଆଗତ ହୋଇଥିବା ଅତିରିକ୍ତ ବଜେଟରେ ୧୬୭୩ କୋଟି ଟଙ୍କା ଆଗତ ହୋଇଛି। ଏଥିମଧ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ଧାନ କ୍ରୟ ପାଇଁ ରିଭଲଭିଂ ପାଣ୍ଠି ପାଇଁ ୩୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରିହାତି ପାଇଁ ୧୩୨୫ କୋଟି, ସମୃଦ୍ଧ କୃଷକ ଯୋଜନାରେ ଅଧିନରେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଇନ୍ପୁଟ ସହାୟତା ପାଇଁ ୮୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେହିପରି କୁକୁଡ଼ା ପାଳନ ବିକାଶ ପାଇଁ ୧୩୭ କୋଟି, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ ୯୧ କୋଟି, ମତ୍ସ୍ୟଜୀବୀ କଲ୍ୟାଣ ପାଇଁ ୧୧୭ କୋଟି, ଚାଷୀଙ୍କୁ ଋଣ ସୁଧ ଛାଡ଼ ପାଇଁ ସମବାୟ ବ୍ୟାଙ୍କ/ ପ୍ୟାକ୍ସ ପାଇଁ ୩୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।