ପ୍ରମୂଖ ଖବର
  • ବେଆଇନ୍ ବେଟିଂ ଆପ୍ ମାମଲା, ଅନେକ ସାଉଥ୍ ସେଲିବ୍ରିଟିଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
  • ||
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

‘ମୋ ପାଖରେ ଏତେ ସମୟ ନାହିଁ ଯେ ୟୁଟ୍ୟୁବ୍ ଦେଖିବି’ କାହିଁକି ଏମିତି କହିଲେ ସିଜେଆଇ ବି.ଆର୍.ଗାଭାଇ ?

Published By : Ladu Kishor | July 21, 2025 5:26 PM

ନୂଆଦିଲ୍ଲୀ: ଓକିଲ ମାନଙ୍କୁ ସମନ ପଠାଇବା ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)କୁ ତୀବ୍ର ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟା ଅଭିଯୋଗ କରିଛନ୍ତି ଯେ, କିଛି ରାଜନେତା ସାକ୍ଷାତକାର ମାଧ୍ୟମରେ ED ବିରୋଧରେ ଏକ କାହାଣୀ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟ ବିଚାରପତି ଭୂଷଣ ରାମକୃଷ୍ଣ ଗାଭାଇ ( ସିଜେଆଇ ବି.ଆର୍.ଗାଭାଇ) ଏହାର ପ୍ରତିବାଦ କରି କହିଛନ୍ତି ଯେ, ବିଚାରପତି ମାନଙ୍କ ପାଖରେ YouTube ଦେଖିବା ପାଇଁ ଯଥେଷ୍ଟ ସମୟ ନାହିଁ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟ ଅନ୍ ରେକର୍ଡ ଆସୋସିଏସନ୍, ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍, ଇନ-ହାଉସ୍ ଲୟର୍ସ ଆସୋସିଏସନ୍ ଏବଂ ଅନ୍ୟାନ୍ୟ ଆଇନଗତ ସଂସ୍ଥା ଏକ ହସ୍ତକ୍ଷେପ ଆବେଦନ ଦାଖଲ କରି କୋର୍ଟକୁ କହିଛନ୍ତି ଯେ, ED ସେମାନଙ୍କ ମହକିଲ ମାନଙ୍କୁ ଆଇନଗତ ପରାମର୍ଶ ଦେବାକୁ ନେଇ ଅନେକ ବରିଷ୍ଠ ଓକିଲଙ୍କୁ ସମନ ପଠାଇଛି । ପ୍ରସଙ୍ଗ ଥିଲା ଯେ,  ହସ୍ତକ୍ଷେପ ଆବେଦନରେ, ED ଓକିଲ ମାନଙ୍କୁ ସମନ ପଠାଇବା ପାଇଁ ନିର୍ଦ୍ଦେଶାବଳୀ ସ୍ଥିର କରିବାକୁ ଦାବି କରିଥିଲା, ଯେତେବେଳେ ED ଯୁକ୍ତି ଦେଇଥିଲା ଯେ ଅନେକ ସମୟରେ ହତ୍ୟା ମାମଲା ଭଳି ମାମଲାରେ ଲୋକମାନେ ମୃତଦେହ ଲୁଚାଇବା ପାଇଁ ମଧ୍ୟ ଓକିଲଙ୍କ ଠାରୁ ପରାମର୍ଶ ନିଅନ୍ତି। 

ମାମଲାର ଶୁଣାଣି ସମୟରେ, ମୁଖ୍ୟ ବିଚାରପତି ଭୂଷଣ ରାମକୃଷ୍ଣ ଗାଭାଇ କହିଥିଲେ ଯେ, ଯଦି ଜଣେ ଓକିଲ ତାଙ୍କ ମହକିଲଙ୍କୁ ଭୁଲ ପରାମର୍ଶ ଦିଅନ୍ତି, ତେବେ ତାଙ୍କୁ କିପରି ସମନ କରାଯାଇ ପାରିବ। ଏଥିପାଇଁ ନିର୍ଦ୍ଦେଶାବଳୀ ସ୍ଥିର କରିବା ଆବଶ୍ୟକ। ଏହା ଉପରେ ବରିଷ୍ଠ ଓକିଲ ବିକାଶ ସିଂହ କହିଛନ୍ତି ଯେ, ଇଡିର ଏହି କାର୍ଯ୍ୟ ଆଇନଗତ ବୃତ୍ତିକୁ ପ୍ରଭାବିତ କରୁଛି। ଅନ୍ୟ ଦେଶ ଗୁଡ଼ିକ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, 'ଆମେ ତୁର୍କୀରେ ଦେଖିଲୁ ଯେ କିପରି ସମଗ୍ର ବାର୍ ଆସୋସିଏସନ୍ ଭାଙ୍ଗି ଦିଆଗଲା। ଆମେ ଚୀନରେ ମଧ୍ୟ ସମାନ ଜିନିଷ ଦେଖିଲୁ। ଆମକୁ ସେହି ଦିଗରେ ଯିବା ଉଚିତ୍ ନୁହେଁ। କିଛି ନିର୍ଦ୍ଦେଶାବଳୀ ସ୍ଥିର କରିବା ଆବଶ୍ୟକ।'

ସିଜେଆଇ ଗଭାଇ ମଧ୍ୟ ଆଡଭୋକେଟ ବିକାଶ ସିଂହଙ୍କ ସହ ସହମତ ହୋଇଥିଲେ ଏବଂ କହିଥିଲେ ଯେ ସେ ଜଣେ ଆମିକସ୍ କ୍ୟୁରି ନିଯୁକ୍ତ କରିବେ ଏବଂ ଆସନ୍ତା ସପ୍ତାହରେ ମାମଲାର ଶୁଣାଣି କରିବେ। ସେ କହିଥିଲେ ଯେ ଆମେ ସମସ୍ତେ ଓକିଲ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଇଡି ପକ୍ଷରୁ କହିଥିଲେ ଯେ, ଏଜେନ୍ସିର ଛବିକୁ ଖରାପ କରିବା ପାଇଁ ପ୍ରୟାସ କରାଯାଉଛି। ଏଜେନ୍ସି ବିରୋଧରେ ଏକ କାହାଣୀ ତିଆରି କରିବାକୁ ଚେଷ୍ଟା କରାଯାଉଛି। 

ଏସ.ଜି ତୁଷାର ମେହେଟ୍ଟାଙ୍କ ଯୁକ୍ତି ଉପରେ ସିଜେଆଇ ବି.ଆର ଗଭାଇ କହିଥିଲେ, 'ଆମର ଖବରକାଗଜ ପଢ଼ିବା କିମ୍ବା ୟୁଟ୍ୟୁବ୍ ଦେଖିବା ପାଇଁ ସମୟ ନାହିଁ। ଗତ ସପ୍ତାହରେ ଯେତେବେଳେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲି ସେତେବେଳେ ମୋତେ ଏକ ଫିଲ୍ମ ଦେଖିବାର ସୁଯୋଗ ମଧ୍ୟ ମିଳିଥିଲା।' ଏସଜି ତୁଷାର ମେହେଟ୍ଟା କହିଛନ୍ତି ଯେ ସେ କହୁନାହାଁନ୍ତି ଯେ କୋର୍ଟ ଗୁଡ଼ିକ କୌଣସି ସାକ୍ଷାତକାର କିମ୍ବା କାହାଣୀ ଦ୍ୱାରା ପ୍ରଭାବିତ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.