ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଦଣ୍ଡ ନାଚରେ କଡ଼ା କଡ଼ି ହେବ ସୁପ୍ରିମକୋର୍ଟ ଗାଇଡଲାଇନ୍

Published By : Gurupada Nath | April 1, 2025 8:29 PM

ବ୍ରହ୍ମପୁର,୧/୪ : ଗଞ୍ଜାମ ଜିଲ୍ଲାର ପାରମ୍ପରିକ ପ୍ରସିଦ୍ଧ ଦଣ୍ଡ ଯାତ୍ରା ପାଇଁ ଉତ୍ସବ ମୁଖର ହୋଇଉଠିଛି ଗାଁ ଠୁ ସହର। ନାଚ ଗୀତ ପୂଜା ପାଠରେ ପ୍ରକମ୍ପିତ ହେଉଛି ପରିବେଶ। ହେଲେ ଏହାରି ଭିତରେ କେତେବେଳେ କେଉଁଠି ଅଶ୍ଳୀଳତାର ଛାପ ଦେଖିବାକୁ ମିଳିଛି ତ ଆଉ କେତେବେଳେ କେଉଁଠି ରକ୍ତର ଛିଟା । ଏ ନେଇ ଦଣ୍ଡ ନାଚରେ ଲଗାମ ଲଗାଇବାକୁ ପୋଲିସ ଉଦ୍ୟମ ଆରମ୍ଭ କରିଛି । 

ଦଣ୍ଡ ନାଚ କମିଟିକୁ ଏଥିପାଇଁ ପୋଲିସ ପରାମର୍ଶ ନେଇଛି । ଯେଉଁଥିରେ କୁହାଯାଇଛି ଦଣ୍ଡ ନାଚ ସମୟରେ ସୁପ୍ରିମକୋର୍ଟ ଗାଇଡଲାଇନକୁ ଅନୁକରଣ କରାଯାଉ । ନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରମ୍ପରା ନାଁରେ ଅପ ସଂସ୍କୃତିକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଚରମ ବାଣୀ ଶୁଣାଇଛି ବ୍ରହ୍ମପୁର ପୋଲିସ।

ଏ ନେଇ ବ୍ରହ୍ମପୁର ଏସପି କହିଛନ୍ତି, ଦଣ୍ଡ ନାଚ ସମୟରେ ଯେଉଁଭଳି ଭାବେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ଏହାକୁ ନେଇ ପୋଲିସ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଏଥିପାଇଁ ସୁପ୍ରିମକୋର୍ଟ ଗାଇଡଲାଇନକୁ ଅନୁକରଣ କରି ନାଚ କରିବାକୁ ଦଣ୍ଡ ନାଚ କମିଟିକୁ ପରାମର୍ଶ ଦେଇଛି ପୋଲିସ । ଏହାର ବ୍ୟତିକ୍ରମ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, ଦଣ୍ଡନାଚ ପାଇଁ ମାନସିକଧାରୀ ଦଣ୍ଡୁଆମାନେ ବିଭିନ୍ନ ଦଣ୍ଡ ପ୍ରଦର୍ଶନ କରୁଥିବା ବେଳେ ରାତିରେ ଅନିଦ୍ରା ରହିବା ବିଧି ରହିଛି । ଅନିଦ୍ରା ସମୟକୁ ଅତିବାହିତ କରିବା ପାଇଁ ବିଭିନ୍ନ ପୌରାଣିକ କଥାବସ୍ତୁକୁ ନାଚ ମାଧ୍ୟମରେ ପ୍ରଦର୍ଶନ କରିବା ପରମ୍ପରା ରହିଛି । ହେଲେ ଏହି ପରମ୍ପରାର ବ୍ୟତିକ୍ରମ ଘଟିଥିବା ଦେଖିବାକୁ ମିଳିଛି । ସାମାଜିକ ନାଟକ, ରେକର୍ଡ ଡ୍ୟାନ୍ସ, ଆଧୁନିକ ନାଚ ଗୀତ ମଧ୍ୟରେ ଅଶ୍ଲୀଳତା ଛାପ ଦେଖିବାକୁ ମିଳିଥିବା ନଜିର ରହିଛି । ଗତ ୨୭ ତାରିଖରେ ଗାନ୍ଧିନଗର ଅଞ୍ଚଳରେ ରାତିରେ ନାଚରେ ଅଶ୍ଳୀଳତା ପ୍ରଦର୍ଶନ କରିବାବେଳେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଣି ୩୦ ତାରିଖରେ ମଧ୍ୟ ଜେନା ସାହିରେ ହତ୍ୟାକାଣ୍ଡ ଘଟିଥିଲା ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.