ପ୍ରମୂଖ ଖବର
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ ଲାଗୁ ରହୁ GRAP-4 ନିୟମ, ପ୍ରଦୂଷଣ ପାଇଁ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା

Published By : Harapriya Biswal | November 18, 2024 4:04 PM

ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀ ଏନ୍‌ସିଆରରେ ଦ୍ରୁତ ଗତିରେ ବଢିବାରେ ଲାଗିଛି ପ୍ରଦୂଷଣ। ଏହାକୁ ଦୃଷ୍ଟିରେ ରଖି ଲାଗୁ କରାଯାଇଛି GRAP-4 ନିୟମ। ଏହି ନିୟମଲାଗୁ ହେବା ପରେ ଦିଲ୍ଲୀ-ଏନସିଆରରେ ସମସ୍ତ ନିର୍ମାଣ ଏବଂ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିବ।  ତେବେ GRAP-3 ଲାଗୁ କରିବାରେ ବିଳମ୍ବ ପାଇଁ ସୁପ୍ରିମକୋର୍ଟ ଆଜି ଦିଲ୍ଲୀ ସରକାର ବାୟୁ ଗୁଣବତ୍ତା ପ୍ରବଦ୍ଧନ ଆୟୋଗକଙ୍କୁ କରିଛନ୍ତି କଡା ଭର୍ତ୍ସନା। ଏହା ସହ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି, ତାଙ୍କ ବିନା ବିର୍ଦେଶରେ GRAP-4 ଯେପରି ହଟା ନଯାଉ।

ସୁପ୍ରିମକୋର୍ଟ ଅଧିକାରୀଙ୍କୁ ପଚାରିଛନ୍ତି, ଦିଲ୍ଲୀ-ଏନସିଆରରେ GRAP-3 ଲାଗୁ କରିବାରେ କାହିଁକି ୩ ଦିନ ବିଳମ୍ବ ହୋଇଥିଲା?  ସରକାର କାହିଁକି ସାଙ୍ଘାତିକ ପରିସ୍ଥିତି ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ, ସମୟ ଥାଉ ଥାଉ କାହିଁକି ଗ୍ରେଡେଡ ରେସ୍ପନ୍ସ ଆକ୍ସନ ପ୍ଲାନ୍ (GRAP) ଲାଗୁ କଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। 

ସୁପ୍ରିମକୋର୍ଟ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ ଦିଲ୍ଲୀରେ GRAP-୪ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଲଗାତାର ଭାବେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବାୟୁ ଗୁଣବତ୍ତା ନିମ୍ନସ୍ତରକୁ ଖସିବା ପରେ  ସୋମବାର GRAP-୪ ଲାଗୁ କରାଯାଇଛି। ବାୟୁ ଗୁଣବତ୍ତା ୪୦୦ରୁ ଅତିକ୍ରମ କରିବା ପରେ ଦିଲ୍ଲୀରେ ଏହି ନିୟମ ଲାଗୁ ହୋଇଛି।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.