ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା, ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

Published By : Anindita Ratha | April 8, 2025 3:21 PM

ଆଦିଲ୍ଲୀ,୦୮/୦୪: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଛି  । ହାଇକୋର୍ଟ ଦେଇଥିବା ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । କିନ୍ତୁ ସରକାରୀ ସ୍କୁଲରେ ୨୫,୭୫୩ ଶିକ୍ଷକ ଏବଂ କର୍ମଚାରୀଙ୍କ ନିଯୁକ୍ତିର ଅନ୍ୟାନ୍ୟ ଦିଗଗୁଡ଼ିକ ସମ୍ପର୍କରେ ସିବିଆଇ ତଦନ୍ତ ଜାରି ରହିବ । 

ତେବେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ  ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। କୋର୍ଟ କହିଛନ୍ତି, କ୍ୟାବିନେଟ୍ ନେଇଥିବା ନିଷ୍ପତ୍ତିକୁ ଯାଞ୍ଚ କରିବା ଆମର କାମ ନୁହେଁ।   କିନ୍ତୁ ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ନିର୍ଦେଶ  କେବଳ ଅତିରିକ୍ତ ପଦବୀ ସୃଷ୍ଟିର ତଦନ୍ତ ବିଷୟରେ ସୀମିତ । ଏହା କୌଣସି ପ୍ରକାରେ ସିବିଆଇ ଦ୍ୱାରା କରାଯାଉଥିବା ତଦନ୍ତ କିମ୍ବା ଏହି ସମଗ୍ର ଦୁର୍ନୀତିର ଅନ୍ୟାନ୍ୟ ଦିଗଗୁଡ଼ିକରେ ଦାଖଲ ହେଉଥିବା ଚାର୍ଜସିଟ୍ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। 

ଏହା ମଧ୍ୟ ପଢନ୍ତୁ- ମୁଦ୍ରା ଯୋଜନାକୁ ୧୦ ବର୍ଷ : ହିତାଧିକାରୀଙ୍କ ସହ ଆଲୋଚନା କଲେ ପିଏମ୍ ମୋଦି, ଉଦ୍ୟୋଗୀ ହେବାର ସିକ୍ରେଟ୍ କହିଲେ ଲାଭାର୍ଥୀ

ଏପ୍ରିଲ ୩ ତାରିଖରେ, ସର୍ବୋଚ୍ଚ ନ୍ୟାୟାଳୟ ପଶ୍ଚିମବଙ୍ଗର ସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୨୫,୭୫୩ ଶିକ୍ଷକ ଏବଂ କର୍ମଚାରୀଙ୍କ ନିଯୁକ୍ତିକୁ ଅବୈଧ ଘୋଷଣା କରିଥିଲେ। କୋର୍ଟ ସମ୍ପୂର୍ଣ୍ଣ ଚୟନ ପ୍ରକ୍ରିୟାକୁ ତ୍ରୁଟିପୂର୍ଣ୍ଣ ବୋଲି କହିଥିଲେ। ଏହି କର୍ମଚାରୀମାନଙ୍କୁ ୨୦୧୬ ମସିହାରେ ରାଜ୍ୟ ସ୍କୁଲ ସେବା ଆୟୋଗ ଦ୍ୱାରା ପରିଚାଳିତ ଏକ ନିଯୁକ୍ତି ଅଭିଯାନ ମାଧ୍ୟମରେ ଚୟନ କରାଯାଇଥିଲା। ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସନ୍ତୁଷ୍ଟ ନୁହଁନ୍ତି। ସେ କହିଛନ୍ତି ଯେ,  ଜେଲ ଯିବାକୁ ପଡିଲେ ମଧ୍ୟ ସେ ତାଙ୍କ ଶେଷ ନିଶ୍ୱାସ ପର୍ଯ୍ୟନ୍ତ  ଲଢ଼େଇ ଜାରି ରଖିବେ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.