ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସୁପ୍ରିମକୋର୍ଟରୁ ଆଇନଜୀବି ପ୍ରାଚାଙ୍କୁ ଆଶ୍ବସ୍ଥି, ୧ ଲକ୍ଷ ଟଙ୍କାର ଜରିମାନା ଉପରେ ଲଗାଇଲେ ରୋକ୍

Published By : Harapriya Biswal | October 26, 2024 6:00 PM

ନୂଆଦିଲ୍ଲୀ,୨୬।୧୦: ସୁପ୍ରିମକୋର୍ଟ  ଆଡଭୋକେଟ୍‌  ମେହମୁଦ୍ ପ୍ରାଚାଙ୍କୁ ଆଶ୍ବସ୍ଥି। ତାଙ୍କ ଉପରେ ଲାଗିଥିବା ୧ ଲକ୍ଷ ଟଙ୍କାର ଜରିମାନା ଉପରେ ସର୍ବୋଚ୍ଚ ଅଦାଲତ ରୋକ ଲଗାଇଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସବୁପକ୍ଷକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି।  ପ୍ରାଚା ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ। ହାଇକୋର୍ଟ ପ୍ରାଚାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନକୁ ଖାରଜ କରି କହିଥିଲେ କୋର୍ଟଙ୍କର ସେ ବହୁମୂଲୃ ସମୟ ନଷ୍ଟ କରିଛନ୍ତି। ତେଣୁ ତାଙ୍କୁ ୧ ଲ୪ ଟଙ୍କାର ଜରିମାନା ଦେବାକୁ ହେବ। ପ୍ରାଚ ଏହି ଆବେଦ ଉତ୍ତର ପ୍ରଦେଶର ରାମପୁର ଲୋକସଭା ଆସନରେ ନିର୍ବାଚନୀ ପକ୍ରିୟାର ଭିଡିଓଗ୍ରାଫିର ଭେରିଫିକେସନ୍‌ ଏବଂ ସିସିଟିଭି ଫୁଟେଜ ମାଗି ହାଇକୋର୍ଟ ଯାଇଥିଲେ। 

ପ୍ରାଚା ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟରେ ଦୁଇଟି ଆବେଦନ ଦାଖଲ କରିଥିଲେ। ଦିଲ୍ଲୀ ହାଇକୋର୍ଟ ତାଙ୍କର ଇଛା ମୁତାବତ ନିର୍ଦେଶ ଦେଇ ସାରିଛନ୍ତି ଓ ପ୍ରାଚା ହାଇକୋର୍ଟର ଏହି ନିଷ୍ପତ୍ତିରେ ସନ୍ତୁଷ୍ଟ ମଧ୍ୟ ଥିଲେ। ଏହାପରେ ବି ପ୍ରାଚା ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ ଦାଖଲ କରିଥିଲେ। ଆଇନଜୀବି ପ୍ରାଚା କୋଟ୍‌ ଓ ବ୍ୟାଣ୍ଡ ପିନ୍ଧି ବ୍ୟକ୍ତିଗତ ଭାବରେ ଦାଖଲ ହୋଇଥିବା ମାମଲାରେ ଚର୍ଚ୍ଚା କରିବା ଓ ତାଙ୍କ ଆଚରଣ ସମ୍ପର୍କରେ କୋର୍ଟ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ହାଇକୋର୍ଟ କହିଥିଲେ ଏଭଳି ବ୍ୟବହାର ବାରର ଜଣେ ବରିଷ୍ଠ ସଦସ୍ୟଙ୍କ ପାଇଁ ଅନୁଚିତ ଥିଲା। ଯାହାଙ୍କୁ ବ୍ୟକ୍ତିଗତ ଭାବରେ ବେଞ୍ଚଙ୍କୁ ସମ୍ବୋଧିତ କରିବା ସମୟରେ ଆବଶ୍ୟକୀୟ ଶିଷ୍ଟାଚାର ବିଷୟରେ ଜଣା ରହିବା ଦରକାର। ପ୍ରାଚାଙ୍କୁ ଭବିଷ୍ୟତରେ ସତର୍କ ରହିବାକୁ ଓ ଏହା ସୁନିଶ୍ଚିତ କରିବାକୁ ନିର୍ଦେଶ ଦିଆଯାଉଛି। ସେ କୋର୍ଟଙ୍କ ମର୍ଯ୍ୟାଦା ଓ ଗାରିମା ବଜାୟ ରଖନ୍ତୁ। 

ହାଇକୋର୍ଟ ନିଜ ରାୟରେ ଏହା ମଧ୍ୟ କହିଥିଲେ ଯେ, କୋର୍ଟ ଆବେଦନକାରୀଙ୍କ ଦ୍ବାରା କରାଯାଇଥିବା ଏହି ପରିବର୍ତ୍ତନକୁ ବୁଝି ପାରୁନାହାନ୍ତି। ଯେତେବେଳେ ଆବେଦନକାରୀ ଦିଲ୍ଲୀ ହାଇକୋର୍ଟ ନିକଟରେ ରେକର୍ଡରେ କହିଥିଲେ ତାଙ୍କ ଚିନ୍ତାର ସମାଧାନ ହୋଇରହିଛି। ତେଣୁ ଆବେଦନକାର ମଝିରେ ନିଜର ମନ ବଦଳାଇ ପାରିବେନି। ତାଙ୍କୁ ଯଦି କିଛି ସମସ୍ୟା ଥିଲା ତେବେ ସେ ପୁଣିଥରେ ଦିଲ୍ଲୀ ହାଇକୋର୍ଟ ଯାଇପାରିଥାନ୍ତେ, କାରଣ ମାମଲା ଦିଲ୍ଲୀର ଥିଲା। କୋର୍ଟଙ୍କ ମୂଲ୍ୟବାନ ସମୟ ନଷ୍ଟ କରିଥିବାରୁ ତାଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଥିଲା।                    

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.