ପ୍ରମୂଖ ଖବର
  • ମେ ୨୭ରେ କେରଳ ଛୁଇଁବ ମୌସୁମୀ ବାୟୁ ! ମଡେଲଜନିତ ତ୍ରୁଟି ପାଇଁ ୪ ଦିନ ଆଗପଛ ହୋଇପାରେ
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌, ୧୭ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ : ମହାନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଭଦ୍ରକ : ତୋଟା ସାହିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା ଘର
  • ||
  • ବୈଦେଶିକ ମନ୍ତ୍ରାଳୟ ଓ ସେନା ପକ୍ଷରୁ ମିଳିତ ପ୍ରେସ୍‌ମିଟ୍‌, ସୀମାନ୍ତ ରାଜ୍ୟକୁ ଡ୍ରୋନରେ ଟାଗେର୍ଟ କରୁଛି ପାକ୍
  • ||
  • ସେଲ୍‌ଫି ପ୍ରତିଯୋଗିତାର ବିଜେତାଙ୍କୁ ସୁଭଦ୍ରା ମଞ୍ଚରେ ପୁରସ୍କୃତ କରାଯିବ
  • ||
  • ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଓ IPSଙ୍କ ଛୁଟି ବାତିଲ, ହେଡକ୍ଵାଟର୍ ନଛାଡ଼ିବାକୁ ନିର୍ଦ୍ଦେଶ
  • ||
  • ରାଜଧାନୀରେ ବାର୍‌ ଉପରକୁ ଗୁଳି ଏବଂ ବୋମାମାଡ଼, ଜଣେ ଗୁରୁତର
  • ||
  • ଏମ୍‌ସ ଭୁବନେଶ୍ୱର କର୍ମଚାରୀଙ୍କ ଛୁଟି ବାତିଲ, ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ
  • ||
  • ରାଜୌରୀ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ଘର ଉପରକୁ ପାକିସ୍ତାନର ଆକ୍ରମଣ, ଅଧିକାରୀଙ୍କ ସମେତ ୨ ମୃତ
  • ||
  • ରଣପୁର ଆକାଶରେ ଉଡିଲା ଡ୍ରୋନ୍: ଲୋକେ ଛାନିଆ, ପୁଲିସକୁ ଦେଲେ ସୂଚନା
  • ||
  • ଫୁଲବାଣୀ : ବାଇକ୍‌ ଆରୋହୀଙ୍କୁ ଚାପିଦେଲା ବସ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ରେକ୍ଟର ୪.୦ ତୀବ୍ରତା ରେକର୍ଡ
  • ||
  • ରାଜ୍ୟରେ୧୪ ଯାଏ କଲବଲ କରିବ ଗ୍ରୀଷ୍ମଲହରି, ନାକେଦମ୍‌ କରିବ ଗୁଳୁଗୁଳି
  • ||

ୱାକଫ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ୍‌, ୧୬ରେ ସୁପ୍ରିମକୋର୍ଟରେ ଶୁଣାଣି

Published By : Prameya | April 9, 2025 11:50 AM

ନୂଆଦିଲ୍ଲୀ, ୯/୪ : ୱାକଫ (ସଂଶୋଧନ) ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ୍‌ କରି ହୋଇଥିବା ପିଟିସନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ଆସନ୍ତା ୧୬ ତାରିଖରେ ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି କରିବେ ବୋଲି କହିଛନ୍ତି । ବିଭିନ୍ନ ବିରୋଧୀ ଦଳ ଓ ସଙ୍ଗଠନ ପକ୍ଷରୁ ମୋଟ ୧୫ଟି ପିଟିସନ ଦାଖଲ ହୋଇଛି । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ଏହି ମାମଲାରେ ଏକ କ୍ୟାଭିଏଟ୍‌ ଦାଖଲ କରାଯାଇଛି । ୱାକଫ ଆଇନ ବିରୋଧରେ ହୋଇଥିବା ପିଟିସନଗୁଡ଼ିକର ଏକପାଖିଆ ଶୁଣାଣିକୁ ରୋକିବା ଉଦ୍ଦେଶ୍ୟରେ ଏହା ଦାଖଲ ହୋଇଛି । ଶୁଣାଣି ବେଳେ ଯେମିତି ସରକାରଙ୍କ ପକ୍ଷ ବି ଶୁଣାଯାଏ, ସେଥିଲାଗି କ୍ୟାଭିଏଟ୍‌ ଦିଆଯାଇଛି । ଏହା ଏକ ଆଇନଗତ ପ୍ରକ୍ରିୟା । ଏକପାଖିଆ ରାୟ ନ ଦେଇ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରି ଏହାର ଜବାବ ମାଗିବେ । 

ଉଲ୍ଲେଖଯୋଗ୍ୟ, ୱାକଫ ସଂଶୋଧନ ଆଇନ ବିରୋଧରେ ପ୍ରାୟ ୧୫ଟି ପିଟିସନ ସୁପ୍ରିମକୋର୍ଟରେ ଦାଖଲ ହୋଇଛି । ବିଭିନ୍ନ ବିରୋଧୀ ଦଳ ନେତା, ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ’ ବୋର୍ଡ ଏବଂ ଜମିୟତ୍‌ ଉଲ୍‌ମା-ଏ-ହିନ୍ଦ୍‌ର ପିଟିସନ ଏଥିରେ ସାମିଲ ରହିଛି । ଏପ୍ରିଲ ୭ରେ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ତ୍ୱରିତ ଶୁଣାଣିକୁ ମନା କରିଦେଇଥିଲେ । ତେବେ ଏହାକୁ ତାଲିକାଭୁକ୍ତ ପାଇଁ ବିଚାର କରାଯିବ ବୋଲି ଆଶ୍ୱାସନା ଦେଇଥିଲେ । ସୁପ୍ରିମକୋର୍ଟରେ ଜମିୟତ୍‌ ଉଲ୍‌ମା-ଏ-ହିନ୍ଦ୍‌ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ୍‌ ହାଜର ହୋଇ ମାମଲାର ତତ୍କାଳ ଶୁଣାଣି ଲାଗି ତାଲିକାଭୁକ୍ତ ପାଇଁ ବିଚାର କରିବାକୁ ଅପିଲ୍‌ କରିଥିଲେ ।

ଏହି ଖବରଟିକୁ ପଢନ୍ତୁ-ବିରୋଧ ପ୍ରଦର୍ଶନ ମଧ୍ୟରେ ୱାକଫ ଆଇନ ଲାଗୁ , ସୁପ୍ରିମକୋର୍ଟରେ ପହଞ୍ଚିଲା କେନ୍ଦ୍ର ; କହିଲା –ପ୍ରଥମେ ଆମ କଥା ଶୁଣାଯାଉ

କେନ୍ଦ୍ର ସରକାର ଆଣିଥିବା ନୂଆ ୱାକଫ ଆଇନ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ଆଇନର ଧାରା ୧ (୨) ଅନୁସାରେ ୮ ଏପ୍ରିଲ ୨୦୨୫କୁ ୱାକଫ ସଂଶୋଧନ ଆଇନ ୨୦୨୫ କାର୍ଯ୍ୟକାରୀ ତାରିଖ ଭାବେ ବିବେଚନା କରାଯିବ । ଗତ ଏପ୍ରିଲ ୪ ତାରିଖରେ ଏହି ଆଇନ ସଂସଦର ଅନୁମୋଦନ ଲାଭ କରିଥିଲା ବେଳେ ଏହାର ଦିନକ ପରେ ଅର୍ଥାତ ୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ମଞ୍ଜୁରି ଦେଇଥିଲେ । ଅନ୍ୟପକ୍ଷରେ ଏହି ଆଇନର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାୟର କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.