ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

‘ଭାରତ ଧର୍ମଶାଳା ନୁହେଁ, ଯେଉଁଠି ଦୁନିଆର ସବୁ ଲୋକଙ୍କୁ ଶରଣ ଦେବୁ’; ସର୍ବୋଚ୍ଚ ଅଦାଲତଙ୍କ କଡ଼ା ଟିପ୍ପଣୀ

Published By : Manash Sahoo | May 19, 2025 5:38 PM

ନୂଆଦିଲ୍ଲୀ: ଭାରତ କୌଣସି ଧର୍ମଶାଳା ନୁହେଁ ଯେ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଲୋକ ଆସି ଏଠାରେ ଶରଣ ନେବେ । ଶ୍ରୀଲଙ୍କାର ଜଣେ ନାଗରିକଙ୍କ ଶରଣ ଆବେଦନକୁ ଖାରଜ କରି ଏଭଳି କହିଛନ୍ତି ସୁପ୍ରିମକୋର୍ଟ । ଦୁନିଆର ବିଭିନ୍ନ ସ୍ଥାନରୁ ଆସୁଥିବା ବିଦେଶୀଙ୍କୁ ଭାରତରେ ଶରଣ ଦେବା ସମ୍ଭବ ନୁହେଁ । କାରଣ ଆମ ଦେଶରେ ୧୪୦ କୋଟି ଲୋକ ସଂଘର୍ଷ କରୁଛନ୍ତି  ।

ସୋମବାର ଜଷ୍ଟିସ୍ ଦୀପାଙ୍କର ଦତ୍ତ ଓ ଜଷ୍ଟିସ୍ ବିନୋଦ ଚନ୍ଦ୍ରନଙ୍କ ଦୁଇ ଜଣିଆ ଖଣ୍ଡପୀଠ ଶ୍ରୀଲଙ୍କାର ଜଣେ ନାଗରିକଙ୍କ ଶରଣ ଆବେଦନର ଶୁଣାଣି କରିଥିଲେ । ଯାହାଙ୍କୁ ୨୦୧୫ରେ ଲିବରେସନ ଟାଇଗର୍ସ ଅଫ୍ ତାମିଲ୍ ଈଲମ୍ ବା ଏଲଟିଟିଇ ସହିତ ଜଡ଼ିତ ଥିବାର ସନ୍ଦେହରେ ଗିରଫ କରାଯାଇଥିଲା । ଯାହା ସେତେବେଳେ ଶ୍ରୀଲଙ୍କାରେ ଏକ ସକ୍ରିୟ ଆତଙ୍କବାଦୀ ସଂଗଠନ ଥିଲା ।  

ଆବେଦନକାରୀ କ’ଣ ତର୍କ ରଖିଥିଲେ?

ଆବେଦନକାରୀ UAPA ଓ ବିଦେଶୀ ଅଧିନିୟମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସଜା ପୂର୍ଣ୍ଣ ହେବା ପରେ ଏବେ ସେ ଭାରତରେ ଶରଣାର୍ଥୀ ଭାବେ ରହିବାକୁ ଚାହୁଁଛନ୍ତି । କାରଣ ସେ ପୁଣି ଥରେ ଶ୍ରୀଲଙ୍କା ଫେରିଲେ ସେଠାରେ ତାଙ୍କୁ ହତ୍ୟା କରି ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ନିଜ ଆବେଦନରେ କୋର୍ଟଙ୍କୁ ଜଣାଇଥିଲେ । ମାତ୍ର ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ବେଞ୍ଚ୍ ଏହା ଉପରେ ବିଚାର କରିବାକୁ ନା କହିବା ସହିତ ଆବେଦନକୁ ଖାରଜ କରିଛନ୍ତି । କୋର୍ଟ କହିଛନ୍ତି, ଯଦି ନିଜ ଦେଖକୁ ଫେରିଲେ ଜୀବନ ପ୍ରତି ବିପଦ ରହିଛି, ତେବେ ଅନ୍ୟ କୌଣସି ଦେଶକୁ ଚାଲିଯାଅ ।

ପୂରା ଘଟଣା କ’ଣ ଥିଲା?

୨୦୧୮ ମସିହାରେ ଶ୍ରୀଲଙ୍କାର ନାଗରିକଙ୍କୁ ଟ୍ରାଏଲ୍ କୋର୍ଟ ବେଆଇନ ଗତିବିଧି ଅଧିନିୟମ ଆଧାରରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ୧୦ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ୨୦୨୨ରେ ମଦ୍ରାସ ହାଇକୋର୍ଟ ତଳ କୋର୍ଟଙ୍କ ସଜାକୁ ହ୍ରାସ କରି ୭ ବର୍ଷ କରି ଦେଇଥିଲେ । ହେଲେ ଏବେ ସଜା ପୂର୍ଣ୍ଣ ହେବା ପରେ ଭାରତ ଛାଡ଼ିବାକୁ କୁନ୍ଥୁ କୁନ୍ଥୁ ଶ୍ରୀଲଙ୍କା ନାଗରିକ । ଘରକୁ ଫେରିବା ବଦଳରେ ଭାରତରେ ଶରଣାର୍ଥୀ କେନ୍ଦ୍ର ରହିବାକୁ କୋର୍ଟରେ ଅବେଦନ କରିଛନ୍ତି ।  ଯାହାକୁ ସର୍ବୋଚ୍ଚ ଅଦାଲତ ଖରାଜ କରିଦେଇଛନ୍ତି ।...

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.