ତେହେରାନ : ଇରାନର ନୂଆ ସର୍ବୋଚ୍ଚ ନେତା ଅୟାତୁଲ୍ଲା ଖାମେନି ସଙ୍କେତ ଦେଇଛନ୍ତି ଯେ, ହୋର୍ମୁଜ ଜଳପ୍ରଣାଳୀକୁ ବନ୍ଦ କରିବା ଚାପକୁ ବ୍ୟବହାର କରାଯାଇ ପାରେ। ପଦ ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ସାର୍ବଜନିକ ବାର୍ତ୍ତା , ଯାହାକୁ ଗୁରୁବାର ସରକାରୀ ଟେଲିଭିଜନରେ ପ୍ରସାରିତ କରାଯାଇଛି। ନୂଆ ନେତାଙ୍କର ଏହି ବିବୃତ୍ତି ଏମିତି ସମୟରେ ଆସିଛି, ଯେତେବେଳେ ଇରାନ ଦ୍ୱାରା ପାରସ୍ୟ ଉପସାଗରରେ ଜାହାଜ ଓ ଏନର୍ଜୀ ଇନଫାଷ୍ଟ୍ରକଚର ଉପରେ ଲଗାତାର ଆକ୍ରମଣ କାରଣରୁ ବିଶ୍ୱ ତୈଳ ବଜାରରେ ହାହାକାର ପଡ଼ିଛି। ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ ଅଶୋଧିତ ତୈଳର ଦାମ୍ ପୁଣି ଥରେ ୧୦୦ ଡଲାର ପ୍ରତି ବ୍ୟାରେଲ ଉପରେ ପହଞ୍ଚି ଯାଇଛି।

ନିଜର ସମ୍ୱୋଧନରେ ଇରାନର ନୂଆ ସର୍ବୋଚ୍ଚ ନେତା ମହମ୍ମଦ ମୋଜତବା ଖାମେନି ରାଷ୍ଟ୍ରକୁ ସମ୍ୱୋଧିତ କରି ରାଷ୍ଟ୍ରୀୟ ଏକତାର ଅପିଲ କରିଛନ୍ତି। ସେ କହିଛନ୍ତି ଯେ, ହୋର୍ମୁଜ ଜଳ ପ୍ରଣାଳୀକୁ ଶତ୍ରୁଙ୍କ ଉପରେ ଚାପ ପକାଇବା ପାଇଁ ବନ୍ଦ ରଖାଯିବ। ଏହି ସମୟରେ ସେ ସ୍ପଷ୍ଟ କହିଛନ୍ତି ଯେ,ହୋର୍ମୁଜ ଜଳପ୍ରଣାଳୀ ବନ୍ଦ ରହିବ। ସେ ଏହାକୁ ଇରାନର ଶତ୍ରୁଙ୍କ ଉପରେ ଚାପ ପକାଇବାର ସଶକ୍ତ ମାଧ୍ୟମ ବୋଲି କହିଛନ୍ତି। ସେ ପଡୋଶୀଙ୍କ ସହ ମିତ୍ରତା ଉପରେ ଜୋର ଦେଇଛନ୍ତି, କିନ୍ତୁ ଆମେରିକୀୟ ଠିକଣାକୁ ଟାର୍ଗେଟ୍ କରିବାର ନୀତି ଜାରି ରଖିବା କଥା କହିଛନ୍ତି।

ସମ୍ୱୋଧନ ବେଳେ ଖାମେନି କ୍ଷେତ୍ରରେ ଥିବା ସବୁ ଆମେରିକୀୟ ସାମରିକ ସ୍ଥଳୀକୁ ତୁରନ୍ତ କରିବାକୁ ଦାବି କରିଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ, ଯଦି ଏହି ଆଡ୍ଡାକୁ ହଟା ନଯାଏ ତ ଏହା ଉପରେ ଆକ୍ରମଣ କରାଯିବ। ସେ ସ୍ପଷ୍ଟ କରିଛନ୍ତି ଯେ, ଇରାନ କେବଳ ଆମେରିକୀୟ ଠିକଣା ଗୁଡ଼ିକୁ ଟାର୍ଗେଟ୍ କରୁଛି ଏବଂ ଏହି ନୀତିରେ କୌଣସି ପରିବର୍ତ୍ତନ ହେବ ନାହିଁ।

କହି ରଖୁଛୁ କି , ଇରାନର ନୂଆ ସର୍ବୋଚ୍ଚ ନେତାଙ୍କ ଏହି ବୟାନ ଏମିତି ସମୟରେ ଆସିଛି,ଯେବେ ମଧ୍ୟ ପୂର୍ବରେ ଉତ୍ତେଜନା ଶୀର୍ଷସ୍ତରରେ ଏବଂ ତୈଳର ଦାମରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ଇରାନର ଏହି କଡ଼ା ଆଭିମୁଖ୍ୟ ଅନ୍ତର୍ଜାତୀୟ ଗୋଷ୍ଠୀରେ ଚିନ୍ତାକୁ ଆହୁରି ବଢାଇ ଦେଇଛି।