- ଭାରତର ବାରବାଟୀ ବିଜୟ
- ୧୦୧ ରନ୍ରେ ହରାଇଲା ଭାରତ
- ମାତ୍ର ୭୪ ରନ୍ କରି ଦକ୍ଷିଣ ଆଫ୍ରିକା ଅଲ୍ ଆଉଟ୍
- ୧୦୧ ରନ୍ରେ ହରାଇଲା ଭାରତ
- ୧୭୬ ରନ୍ର ଟାର୍ଗେଟ୍ ଦେଇଥିଲା ଟିମ୍ ଇଣ୍ଡିଆ
କଟକ : ଭାରତର ବାରବାଟୀ ବିଜୟ। ଦକ୍ଷିଣ ଆଫ୍ରିକାକୁ ୧୦୧ ରନ୍ରେ ହରାଇଲା ଟିମ୍ ଇଣ୍ଡିଆ। ୧୩ ତମ ଓଭରରେ ମାତ୍ର ୭୪ ରନ୍ କରି ଦକ୍ଷିଣ ଆଫ୍ରିକା ଅଲ୍ ଆଉଟ୍ ହୋଇଛି। କଟକର ବାରବାଟୀ ଷ୍ଟାଡିୟମରେ ଆଜି (ମଙ୍ଗଳବାର) ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳା ଯାଇଛି। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୬ ୱିକେଟ୍ରେ ୧୭୫ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକାକୁ ଦେଇଥିଲା ୧୭୬ ରନ୍ର ଟାର୍ଗେଟ୍। ଏହି ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ମୈଦାନକୁ ଓହ୍ଲାଇ ଥିଲା।
ଏହାର ପ୍ରାରମ୍ଭିକ ବ୍ୟାଟିଂ ଖୁବ୍ ଖରାପ ରହିଥିଲା। ପ୍ରଥମ ଓଭରରେ ଦ୍ୱିତୀୟ ବଲ୍ରେ ଅର୍ଶଦୀପ କ୍ୱିଟନ ଡିକାକଙ୍କୁ ଆଉଟ୍ କରିଥିଲେ । ଡିକାକ ଖାତା ଖୋଲି ପାରି ନଥିଲେ। ତାଙ୍କ ପରେ ୩ୟ ଓଭରରେ ଅର୍ଶଦୀପ ଷ୍ଟବ୍ସଙ୍କୁ ମଧ୍ୟ ଆଉଟ୍ କରିଥିଲେ। ଷ୍ଟବ୍ସଙ୍କ ଖାତାରେ ୧୪ରନ୍ ଆସିଥିଲା। ଷଷ୍ଠ ଓଭରର ପ୍ରଥମ ବଲରେ ଅକ୍ଷର ପଟେଲ ଅଧିନାୟକ ଏଡେନ ମାର୍କରନ୍କୁ ଆଉଟ୍ କରିଥିଲେ। ମାର୍କରନ ୧୪ ରନ୍ କରି ପାରିଥିଲେ। ୭ମ ଓଭର ନେଇ ହାର୍ଦ୍ଦିକ୍ ପାଣ୍ଡ୍ୟା ଆସିଥିଲେ। ସେ ନିଜର ପ୍ରଥମ ହିଁ ବଲ୍ରେ ମିଲରଙ୍କୁ ଆଉଟ୍ କରିଦେଲେ। ଅର୍ଥାତ୍ ୫୦ରନ୍ ଭିତରେ ହିଁ ଦକ୍ଷିଣ ଆଫ୍ରିକାକୁ ୪ର୍ଥ ଝଟକା ଲାଗିଥିଲା। ଏହାପରେ ୮ମ ଓଭରରେ ବରୁଣ ଦକ୍ଷିଣ ଆଫ୍ରିକାକୁ ୫ମ ଝଟକା ଦେଇଥିଲେ। ଏହାପରେ ୧୦ମ ଓଭରରେ ବରୁଣ ଜାନସେନଙ୍କୁ ମଧ୍ୟ ବୋଲ୍ଡ କରି ଦେଇଥିଲେ ଏବଂ ଦକ୍ଷିଣ ଆଫ୍ରିକାକୁ ୬ଷ୍ଠ ଝଟକା ଦେଇ ଥିଲେ। ଜାନସେନ ୧୨ ରନ୍ କରି ଥିଲେ। ୧୧ତମ ଓଭରରେ ବୁମରାହ ବ୍ରେଭିସଙ୍କୁ ଆଉଟ୍ କରିଥିଲେ। ଏହି ୱିକେଟ୍ ସହ ବୁମରାହଙ୍କ ଟି-୨୦ କ୍ୟାରିୟରରେ ୧୦୦ୱିକେଟ୍ ମଧ୍ୟ ପୂରା ହୋଇଥିଲା। ଏହି ଓଭରରେ ବୁମରାହ କେଶବ ମହାରାଜଙ୍କ ମଧ୍ୟ ୱିକେଟ୍ ନେଇଥିଲେ। ୧୨ତମ ଓଭରରେ ଅକ୍ଷର ଦକ୍ଷିଣ ଆଫ୍ରିକାକୁ ୯ମ ଝଟକା ଦେଇଥିଲେ। ଏହାପରେ ପରବର୍ତ୍ତୀ ଓଭରରେ ଶୁବମ ଦୁବେ ଦକ୍ଷିଣ ଆଫ୍ରିକାକୁ ୭୪ରେ ହିଁ ଅଟକାଇ ଦେଇଥିଲେ।
ଏହାସହ ମଧ୍ୟ ପଢନ୍ତୁ : ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦;୬ ୱିକେଟ୍ରେ ୧୭୬ରନ୍ର ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ
ଏହି ଟି-୨୦ସିରିଜ୍ ଦୁଇ ମାସ ପରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ୍ର ପ୍ରସ୍ତୁତ ନେଇ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ ମନେକରା ଯାଉଛି। ଏହି ମୁକାବିଲାରେ ସାଉଥ୍ ଆଫ୍ରିକାର ଅଧିନାୟକ ଏଡେନ ମାର୍କରନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରିଥିଲା।
କଟକ ଟି-୨୦ରେ ଭାରତର ପ୍ରାରମ୍ଭିକ ଖୁବ୍ ଖରାପ ରହିଥିଲା ଏବଂ ଶୁଭମନ ଗିଲ୍ ମାତ୍ର ୪ ରନ୍ କରି ପ୍ରଥମ ଓୋଭରରେ ଲୁଙ୍ଗି ଏନଗିଡିଙ୍କ ବଲ୍ରେ ଆଉଟ୍ ହୋଇଥିଲେ। କିଛି ସମୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ୧୧ ରନ୍ରେ ଲୁଙ୍ଗିଙ୍କ ବଲ୍ର ଶିକାର ହୋଇଥିଲେ। ୬ ଓଭର ପରେ ଭାରତର ସ୍କୋର ୪୦-୨ ଥିଲା। ୭ମ ଓଭରରେ ଭାରତକୁ ୩ୟ ଝଟକା ଲାଗିଥିଲା, ଯେବେ ଅଭିଷେକ ଶର୍ମା ୧୭ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ତିଳକ ବର୍ମା ଓ ଅକ୍ଷର ପଟେଲଙ୍କ ମଧ୍ୟରେ ପାର୍ଟନରସିପ୍ ଆଗେଇ ଚାଲୁଥିଲା,କିନ୍ତୁ ୧୨ତମ ଓଭରରେ ତିଳକ ବର୍ମା ୨୬ ରନ୍ କରି ଆଉଟ୍ ହୋଇଥିଲେ। ୧୪ତମ ଓଭରରେ ଭାରତକୁ ୫ମ ଝଟକା ଲାଗିଥିଲା ,ଯେବେ ଅକ୍ଷର ପଟେଲ ୨୩ ରନ୍ରେ ଆଉଟ୍ ହୋଇ ଥିଲେ।
ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ହୋଇଥିଲା। ଉଭୟଙ୍କ ମଧ୍ୟରେ ୧୯ଟି ବଲ୍ରେ ୩୩ ରନ୍ର ପାର୍ଟନରସିପ୍ ହୋଇଥିଲା। କିନ୍ତୁ ୧୮ ତମ ଓଭରରେ ଶିବମ ଦୁବେ ଆଉଟ୍ ହୋଇଥିଲେ। ଶିବମ ୧୧ ରନ୍ କରି ଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୨୫ଟି ବଲ୍ରେ ନିଜର ଫିଫ୍ଟି ପୂରା କରିଥିଲେ। ହାର୍ଦ୍ଦିକ ୨୮ଟି ବଲ୍ରେ ଅପରାଜେୟ ୫୯ ରନ୍ର ଇଂନିସ୍ ଖେଳିଥିଲେ। ତାଙ୍କ ଦ୍ୱାରା ଭାରତ ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୭୬ରନ୍ର ଏକ ଲକ୍ଷ୍ୟ ରଖି ପାରିଥିଲା।