ଭୁବନେଶ୍ବର,୧୯/୦୯: ରାଜ୍ୟର ୧୭ଟି ବିଶ୍ଵବିଦ୍ୟାଳୟରେ ବଢିଛି ଶାରୀରିକ,ମାନସିକ ଓ ଯୌନ ନିର୍ଯାତନା । ୧୯ଜଣ ଛାତ୍ରୀ ନିର୍ଯାତନାର ଶିକାର ହୋଇଛନ୍ତି । ୬ ଯୌନ ନିର୍ଯାତନା, ୯ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଓ ଦୁଇ ଜଣ ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ ବ୍ୟବହାର କରାଯାଇଛି । ତେବେ ଗୃହରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ସେପଟେ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଛି ଅଧ୍ୟାପକ ପଦ । ୧୭ ବିଶ୍ୱବିଦ୍ୟାଳୟରେ ୧୪୦୪ ଅଧ୍ୟାପକ ପଦ ଖାଲି ପଡିଛି। ଏଥିରୁ ୨୬୦ ପ୍ରାଧ୍ୟାପକ, ୪୫୩ ଆସୋସିଏଟ ପ୍ରାଧ୍ୟାପକ, ୬୬୯ ସହକାରୀ ପ୍ରାଧ୍ୟାପକ ପଦ ଖାଲି ପଡିଛି। ସର୍ବାଧିକ ରେଭେନ୍ସା ଓ ତା ପଛକୁ ରହିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ସେହିପରି ୧୭ ବିଶ୍ୱବିଦ୍ୟାଳୟରେ ୨୨୮୬ ଅଣଶିକ୍ଷକ ପଦ ଖାଲି ପଡିଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।