ନୂଆଦିଲ୍ଲୀ,୧୮/୦୩; ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ଟ୍ରଫି ଜିତିବା ପରେ, ସୂର୍ଯ୍ୟକୁମାର ଯାଦବ ତାଙ୍କ ପ୍ରଶଂସକମାନଙ୍କୁ ଆଉ ଏକ ବଡ଼ ଖୁସି ଖବର ଦେଇଛନ୍ତି । ଭାରତୀୟ ଟି-ଟ୍ୱେଣ୍ଟି ଅଧିନାୟକ ମିଷ୍ଟର ୩୬୦ ସୂର୍ଯ୍ୟକୁମାର ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି । ବିବାହରେ ୧୦ ବର୍ଷ ପରେ ତାଙ୍କ ଘରକୁ କୁନି ଅତିଥି ଅସିବେ । ନିକଟରେ ସୂର୍ଯ୍ୟକୁମାର ଯାଦବ ଏବଂ ତାଙ୍କ ପତ୍ନୀଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓଟି ଦେବୀଶା ଶେଟ୍ଟିଙ୍କ ବେବି ସାୱାରର । ଯେଉଁଥିରୁ ସ୍ପଷ୍ଟ ହୋଇଛି କି ଆଉ କିଛି ଦିନ ପରେ କ୍ୟାପ୍ଟେନ ସୂର୍ଯ୍ୟକୁମାରଙ୍କ ଘରେ କୁନି ଅତିଥିଙ୍କ ଏଣ୍ଟ୍ରୀ ହେବ ।

କ୍ରିକେଟ ପଡିଆରେ ବଡ ବଡ ସଟ୍ ଖେଳିବା ଲାଗି ପରିଚିତ ସୂର୍ଯ୍ୟକୁମାର ବାପା ହେବେ । ଆଉ ଦିନ କେଇଟା ପରେ ସୂର୍ଯ୍ୟ ଏବଂ ପତ୍ନୀ ଦେବୀଶା ପ୍ରଥମ ସନ୍ତାନର ପିତାମାତା ହେବେ । ଗତ ଶନିବାର ଏ ନେଇ ୭ ମାସିଆ ପୂଜା ସରିଛି । ବେବି ସାୱାରର ଭିଡିଓରେ, ସୂର୍ଯ୍ୟ ଏବଂ ଦେବୀଶା ଏକ ହଲରେ ପହଞ୍ଚିଥିବାର ଦେଖାଯାଉଛି । କିଛି ଦିନ ଧରି ଦେବୀଶା ଶେଟ୍ଟୀଙ୍କ ଗର୍ଭବତୀ ହେବା ନେଇ ଗୁଜବ ଉଠିଥିଲା, କିନ୍ତୁ କିଛି ନିଶ୍ଚିତ ହୋଇନଥିଲା । ଏବେ, ବେବି ସାୱାର ଭିଡିଓ ସାମ୍ନାକୁ ଆସିବା ପରେ, ଏହା ସ୍ପଷ୍ଟ ଯେ ସୂର୍ଯ୍ୟଙ୍କ ପତ୍ନୀ ଗର୍ଭବତୀ ଅଛନ୍ତି । ୭ ମାସିଆ ପୂଜାରେ ସୂର୍ଯ୍ୟଙ୍କ ପରିବାର ଓ ନକଟତମ ବନ୍ଧୁ ଦେବୀଶା ଏବଂ ତାଙ୍କ ଗର୍ଭରେ ବଢୁଥିବା ସନ୍ତାନର ଶୁଭମନାସୀ ଥିଲେ ।   ସୂର୍ଯ୍ୟ ଏବଂ ଦେବୀଶା ଜୁଲାଇ ୨୦୧୬ରେ ବିବାହ କରିଥିଲେ ।

ଏହା ବି ପଢନ୍ତୁ...ଆଇପିଏଲ୍କୁ ଆଉ ୧୦ ଦିନ; ରୋହିତଙ୍କ ବିଶାଳ ଛକା ଦେଖି ସବୁ ଛାନିଆ, ଷଷ୍ଠ ଟାଇଟଲ୍ ଉଠାଇବ କି ମୁମ୍ବାଇ ?  

ଜିତ୍ ନାମକ ଜଣେ ଏକ୍ସ ୟୁଜର ସୂର୍ଯ୍ୟକୁମାରଙ୍କ ପତ୍ନୀ ଦେବୀଶାଙ୍କ ବେବି ସୋଏର ବା ସାଦ ଖିଆର ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଦେବୀଶା ସୁନ୍ଦର ଭାବେ ସଜେଇ ହୋଇଛନ୍ତି । ସୂର୍ଯ୍ୟ ତାଙ୍କ ହାତ ଧରି ଆସୁଛନ୍ତି । ଏକ ପୋଷ୍ଟରରେ ଲେଖାଯାଇଛି ୱେଲ୍ କମ୍ ଟୁ ବେବି ସାୱାର ଅଫ୍ ଦେବୀଶା ଏବଂ ସୂର୍ଯ୍ୟ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରୁ ଅନୁମାନ ଯେ ଖୁବଶୀଘ୍ର କ୍ୟାପ୍ଟେନ ସୂର୍ଯ୍ୟକୁମାରଙ୍କ ଘରକୁ ନୂଆ ଅତିଥି ଆସିବାକୁ ଯାଉଛନ୍ତି ।