ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବୈକୁଣ୍ଠଧାମ ଆଶ୍ରମର ବିଶାଳ ସାମ୍ରାଜ୍ୟ, ସରକାରୀ ନା ଘରୋଇ ଜମି ? କୁନି ସାରଥୀ ଉପରୁ ହଠିବ ପରଦା

Published By : Swapna Ray | November 18, 2024 11:53 AM

ଭୁବନେଶ୍ୱର, ୧୮।୧୧: ଏବେ ସାରା ଓଡ଼ିଶାରେ ଚର୍ଚ୍ଚା କୁନି ସାରଥୀ । ବାବା କଳ୍‌କୀ ଭଗବାନ । ଏବେ ଚଢ଼ୁଛନ୍ତି କେଟିଏମ୍‌ । ଖଣ୍ତଗିରିରେ ରହିଛି ବିରାଟ ଆଶ୍ରମ । ସରକାରୀ ଜାଗାରେ ଶ୍ରୀ ବୈକୁଣ୍ଠଧାମ ଆଶ୍ରମର ବିଶାଳ ସାମ୍ରାଜ୍ୟକୁ ନେଇ ତମ୍ବିତୋଫାନ ପରେ ଏବେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ । ମଙ୍ଗଳବାର ଆଶ୍ରମକୁ ଯିବ ଏକ ସରକାରୀ ଦଳ । ଏହା ସରକାରୀ ଜମି ନା ଘରୋଇ ଜମି, ତନାଘନା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ କହିବାନୁସାରେ, ବେଆଇନ ଭାବେ ଆଶ୍ରମ ନିର୍ମାଣ ହୋଇଥିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ୍ ଆଶ୍ରମରେ ଯାଞ୍ଚ କରି ରିପୋର୍ଟ ଦେବେ । ତେବେ ଏହା ରାଜସ୍ୱ ନା ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଆସୁଛି ତାହା ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି ଶ୍ରୀ ରାଣା କହିଛନ୍ତି । ଏହି ଘଟଣାରେ ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗ ନିଜ ଆଡ଼ୁ ରୁଜୁ କରିଛି ମାମଲା । ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କର ଘଟଣା ସମ୍ପର୍କରେ ଭରତପୁର ଥାନାକୁ ରିପୋର୍ଟ ତଲବ କରିଛନ୍ତି । ଆଗାମୀ ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ଦିଆଯାଇଛି ନିର୍ଦ୍ଦେଶ । 

ସେହିଭଳି ଘଟଣାର ତଦନ୍ତ କରିବା ପାଇଁ ସିଡବ୍ଲୁସିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କୁନି ସାରଥି ପାଦରେ ତୁଳସୀ ରଖି ପୂଜା ହେବା ନେଇ ଆସିଥିଲା ବଡ଼ ଅଭିଯୋଗ । ଏନେଇ ଶେଷରେ ମୁହଁ ଖୋଲିଛନ୍ତି ନାବାଳକର ବାପା ପଣ୍ଡିତ କାଶୀନାଥ ମିଶ୍ର । ପଣ୍ଡିତ କାଶୀନାଥ ମିଶ୍ର ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । କିଛି କୁଚକ୍ରୀ ଗୋଷ୍ଠୀ ମତେ ବଦନାମ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି ବୋଲି ଶ୍ରୀ ମିଶ୍ର ପାଲଟା ଅଭିଯୋଗ କରିଛନ୍ତି । 

ଜଣେ ନାବାଳକକୁ ‘କଳକୀ ଅବତାର’ ଦର୍ଶାଇବା ଘଟଣା ପ୍ରଘଟ ପରେ ସମସ୍ତଙ୍କ ପାଇଁ ବନ୍ଦ ହୋଇଯାଇଥିଲା ଆଶ୍ରମର ଫାଟକ । ଆଶ୍ରମର ଭକ୍ତ ଓ ସଦସ୍ୟ କାହାରିକୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦେଉନଥିଲେ । ଏହାକୁ ନେଇ ରବିବାର ତାତିଥିଲେ ସ୍ଥାନୀୟ ବାସିନ୍ଦା । ମୁହାଁମୁହିଁ ହୋଇଥିଲେ ଆଶ୍ରମ ଭକ୍ତ ଓ ସ୍ଥାନୀୟ ଲୋକ । ଶତାଧିକ ବାସିନ୍ଦା ଏକାଠି ହୋଇ ଆଶ୍ରମର ଫାଟକକୁ ଭାଙ୍ଗି ଭିତରକୁ ଧସେଇ ପଶିଥିଲେ । ଆଶ୍ରମରେ ପଣ୍ଡିତ କାଶୀନାଥ କିମ୍ବା ତାଙ୍କ ଏମବିଏ ପଢ଼ୁଆ ପୁଅର ଦେଖା ଦର୍ଶନ ମିଳିନଥିଲା । କାର୍ ଡିକିରେ ଲୁଚି କଳ୍‌କୀ ଭଗବାନ ଚମ୍ପଟ୍ ମାରିଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ । ଭକ୍ତମାନେ ଅଶ୍ରାବ୍ୟ ଭାଷାରେ ସ୍ଥାନୀୟ ଲୋକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳି କରିଥିଲେ । ଏହାକୁ ନେଇ ପ୍ରକାଶ ପାଇଥିଲା ଉତ୍ତେଜନା । ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ଭାଳିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.