ପ୍ରମୂଖ ଖବର
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ମହିଳା ଫାଇନାନ୍ସ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ : ଭଡ଼ା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର

Published By : Rasmita Pradhan | July 17, 2025 1:15 PM

ନମୌଜା,୧୭/୭ : ଭଡ଼ା ଘରୁ ମହିଳା ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଦେମାଳ ପଞ୍ଚାୟତ ଲୋକପଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି। ବୁଧବାର ରାତିରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଯୁବତୀଙ୍କ ଭାଇ ଆଳି ଥାନାରେ ଅଭିଯୋଗ କରିଛନ୍ତି। 

ସୂଚନାନୁଯାୟୀ, କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଜଣେ ଯୁବତୀ କିଛି ଦିନ ହେବ ଆଳି ଥାନା ଲୋକାପଡା ଗ୍ରାମରେ ଏକ ଘର ଭଡ଼ା ନେଇ ତାଙ୍କ ସହଯୋଗୀଙ୍କ ସହ ରହୁଥିଲେ। ଦୁହେଁ ଏକ ଘରୋଇ ଫାଇନାନ୍ସ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ବୁଧବାର ରାତିରେ ଭଡ଼ା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। 

ଏନେଇ ମୃତକଙ୍କ ସହଯୋଗୀଙ୍କ କହିବା ଅନୁଯାୟୀ, ଯୁବତୀ ଜଣଙ୍କ ମାନସିକ ଚାପରେ ଥିଲେ। ମଙ୍ଗଳବାର ମଧ୍ୟାହ୍ନ ଭୋଜନ ପରେ ଜନୈକ ଯୁବତୀ ଆଉ ଅଫିସ ଯାଇ ନଥିଲେ। ବୁଧବାର ଛୁଟି ନେଇ ଭଡା ଘରେ ଥିଲେ। ଯୁବତୀଙ୍କ ସହଯୋଗୀ ଅଫିସ୍ କାମ ସାରି ରାତି ପ୍ରାୟ ସାଢେ ୯ଟାରେ ଭଡ଼ା ଘରକୁ ଫେରିଥିଲେ। କବାଟ ବନ୍ଦ ଥିବା ଦେଖି ଜନୈକ ଯୁବତୀଙ୍କୁ ଡାକିଥିଲେ। କୌଣସି ଉତ୍ତର ନମିଳିବାରୁ ଘର ମାଲିକ ଆସି ସ୍ଥାନୀୟ ଯୁବକଙ୍କ ସାହାଯ୍ୟରେ ସ୍କାଇଲାଇଟ୍ ବାଟେ ଯୁବତୀଙ୍କୁ ଫ୍ୟାନରେ ଝୁଲୁଥିବା ଦେଖିଥିଲେ। ଖବର ପାଇ ଆଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଛି। ତେବେ ଯୁବତୀଙ୍କ ଭାଇ ଆଜି ଆଳି ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୁବତୀଙ୍କ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ସୂଚନା ମିଳିଛି।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.