ନୂଆଦିଲ୍ଲୀ: ସରିଛି ଶପଥ ଗ୍ରହଣ । ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଶୁଭେନ୍ଦୁ ଅଧିକାରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗ ଦେଇଥିଲେ । ତେବେ ଶନିବାର ଶୁଭେନ୍ଦୁଙ୍କ ଶପଥ ଗ୍ରହଣ ପରେ ବଦଳିଛି ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍ ।

ଶନିବାର ଦିନ ୧୧ଟା ପର୍ଯ୍ୟନ୍ତ ମମତାଙ୍କ ପ୍ରୋଫାଇଲରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ବୋଲି ରହିଥିଲା । ମାତ୍ର ଯେତେବେଳେ ଶୁଭେନ୍ଦୁ ଶପଥ ଗ୍ରହଣ କଲେ ତା’ପରେ ବଦଳିଗଲା ସୋସିଆଲ ମିଡିଆରୁ ପ୍ରୋଫାଇଲ । ତେବେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଲେଖ ନାହାନ୍ତି । ସେ ନିଜର ଏକ୍ସରେ ବାୟୋ ବଦଳାଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ୧୫,୧୬ ଏବଂ୧୭ତମ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ । ଏହାସହ ଟିଏମସିର ପ୍ରତିଷ୍ଠାତା ବୋଲି ଲେଖିଛନ୍ତି ।

ସେପଟେ ମମତା ନିଜର ବାୟୋରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନ ଲେଖିବାକୁ ନେଇ କିଛି ୟୁଜର୍ସ ଏଲନ ମସ୍କଙ୍କୁ ଟ୍ୟାଗ କରି ଲେଖିଛନ୍ତି ତାଙ୍କ ଆକାଉଣ୍ଟକୁ ହଟାଯାଉ । ଏହାସହ ଆକାଉଣ୍ଟକୁ ସସପେଣ୍ଡ କରାଯାଉ ବୋଲି ମଧ୍ୟ ଦାବି କରିଛନ୍ତି । ସେପଟେ କହି ରଖୁଛୁ କି, ବଡ଼ ବ୍ୟବଧାନରେ ପରାଜୟ ପରେ ମଧ୍ୟ ମମତା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି କହିବା ପରେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପରେ ରାଜ୍ୟପାଳ ତାଙ୍କ ମନ୍ତ୍ରୀ ମଣ୍ଡଳକୁ ଭାଙ୍ଗିଥିଲେ । ଏବଂ ମମତାଙ୍କ ସରକାରକୁ ବରଖାସ୍ତ କରିଥିଲେ ।

ଏହାସହ ପଢ଼ନ୍ତୁ : ସନ୍ନ୍ୟାସୀରୁ ସିଏମ୍ : ଶୁଭେନ୍ଦୁ ଅଧିକାରୀଙ୍କ ମୁଖ୍ୟମନ୍ତ୍ରୀ ହେବା ପଛର କାହାଣୀ