ନୂଆଦିଲ୍ଲୀ,୯।୫: ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି। ଏହା ସହିତ ତାଙ୍କ ଖାସ୍ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଛନ୍ତି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ବଙ୍ଗଳାର ସବୁଠାରୁ ଧନୀ ବିଧାୟକ କିଏ ? ବଙ୍ଗଳାର ବିଧାୟକଙ୍କ ସତ୍ୟପାଠକୁ ଦେଖିବା ଯଦି ତେବେ ବହୁ ବିଧାୟକଙ୍କ ପାଖରେ ୪୦ କୋଟିରୁ ଅଧିକ ନେଟଓ୍ବର୍ଥ ରହିଛି, ଯାହାଫଳରେ ଏହା ଜାଣିବାକୁ ଇଛା ଥିବ, କ’ଣ ଶୁଭେନ୍ଦୁ ମଧ୍ୟ ବଙ୍ଗଳାର ସବୁଠାରୁ ଧନୀ ବିଧାୟକଙ୍କ ଭିତରୁ ଜଣେ। ତେବେ ଆସନ୍ତୁ ଜାଣିବା ବଙ୍ଗଳାର ସବୁଠାରୁ ଧନୀ ବିଧାୟକ କିଏ ? ଏହି ଲିଷ୍ଟରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ରହିଛି କି ନାହିଁ ?

ମୁର୍ସିଦାବାଦାର ନବଗ୍ରାମରୁ ବିଜେପି ବିଧାୟକ ଦିଲ୍ଲୀପ ସାହ ବଙ୍ଗଳାର ସବୁଠାରୁ ଧନୀ ବିଧାୟକ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୪୩.୦୩ କୋଟି ଟଙ୍କା, ତା ଭିତରେ ୧୬.୫୮ କୋଟି ଟଙ୍କାର ସ୍ଥାବର ଓ ୨୬.୪୫ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ସେଭଳି ଅନ୍ୟପକ୍ଷେ ଓ ଏଆଇଟିସିର ବାଇରନ୍ ବିଶ୍ବାସ ୩୩.୪୨ କୋଟି ଟଙ୍କା ସହିତ ତୃତୀୟ ସ୍ଥାନରେ ଅଛନ୍ତି।

ଶୁଭେନ୍ଦୁ ଅଧିକାରୀ ତାଙ୍କ ନିର୍ବାଚନୀ ଶପଥ ପତ୍ରରେ ମୋଟ ୮୫.୮୭ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ଏଥିରେ ୨୪.୫୭ ଲକ୍ଷ ମୂଲ୍ୟର ସ୍ଥାବର ସମ୍ପତ୍ତି ଏବଂ ୬୧.୩୦ ଲକ୍ଷ ମୂଲ୍ୟର ସ୍ଥାବର ସମ୍ପତ୍ତି ଅନ୍ତର୍ଭୁକ୍ତ।ସ୍ଥାବର ସମ୍ପତ୍ତି ସମ୍ପର୍କରେ, ଅଧିକାରୀ କହିଛନ୍ତି ଯେ ତାଙ୍କ ପାଖରେ ନଗଦ ୧୨୦୦୦ ଟଙ୍କା ଅଛି ଏବଂ ତାଙ୍କ ପାଖରେ କୌଣସି କାର କିମ୍ବା ଅନ୍ୟ ବ୍ୟକ୍ତିଗତ ଯାନ ନାହିଁ। ଅଧିକାରୀ ଗହଣା କଲମ୍‌ରେ ଲେଖିଛନ୍ତି ‘ଶୂନ୍ୟ’ । ଏଭଳି ସ୍ଥିତିରେ ଆପଣ କହିପାରିବେ ବଙ୍ଗଳାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବଙ୍ଗଳବାର ସବୁଠାରୁ ଧନୀ ବିଧାୟକଙ୍କ ଲିଷ୍ଟରେ ନାହାନ୍ତି। ଶୁଭେନ୍ଦୁ ଅଧିକାରୀଙ୍କ ରାଜନୈତିକ ଯାତ୍ରା ଖୁବ୍ ଲମ୍ବା ରହିଛି। ସେ ଏକ ସାଧାରଣ କଂଗ୍ରେସ କର୍ମୀଙ୍କଠାରୁ ଆଗକୁ ବଢି ତୃଣମୂଳ କଂଗ୍ରେସ ଏକ ପ୍ରଭାବଶାଳୀ ନେତା ହୋଇଥିଲେ। ସେ ୨୦୨୦ ରେ ବିଜେପିରେ ସାମିଲ ହୋଇଯାଇଛନ୍ତି ଓ ପଶ୍ଚିମବଙ୍ଗରେ ପାର୍ଟିର ଏକ ପ୍ରମୁଖ ଚେହେରା ପାଲଟିଛନ୍ତି। ବିଶ୍ଲେଷଣ କରାଯାଇଛି ଯେ, ୨୯୨ ବିଜୟୀ ପ୍ରାର୍ଥୀଙ୍କ ଭିତରୁ ୧୭୮ (୬୧%) ୧ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି, ଘୋଷିତ କରିଛି। ଏହା ୨୦୨୧ର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତୁଳନାରେ ଏକ ବୃଦ୍ଧି, ଯେତେବେଳେ ୧୫୮ ବିଧାୟକ କୋଟିପତି ଥିଲେ।

ବଙ୍ଗଳାରେ କେତେ କୋଟିପତି ବିଧାୟକ ?

୧-କୋଟିପତି ବିଜୟୀ ପ୍ରାର୍ଥୀ: ୨୯୨ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୧୭୮ (୬୧%) କୋଟିପତି ଥିଲେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ବିଶ୍ଳେଷଣ କରାଯାଇଥିବା ୨୯୨ ବିଧାୟକଙ୍କ ମଧ୍ୟରୁ ୧୫୮ (୫୪%) କୋଟିପତି ଥିଲେ।

୨- ଦଳଭିତ୍ତିକ କୋଟିପତି ବିଜୟୀ ପ୍ରାର୍ଥୀ: ବିଜେପିର ୨୦୬ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୧୧୪ (୫୫%), ଏଆଇଟିସିର ୮୦ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୫୯ (୭୪%), ଆମ ଜନତା ଉନ୍ନୟନ ପାର୍ଟିର ୨ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୨ (୧୦୦%), କଂଗ୍ରେସର ୨ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୨ (୧୦୦%) ଏବଂ ସିପିଆଇ(ଏମ୍)ର ଜଣେ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୧ (୧୦୦%) ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଘୋଷଣା କରିଛନ୍ତି।

୩- ବିଜୟୀ ପ୍ରାର୍ଥୀଙ୍କ ମୋଟ ସମ୍ପତ୍ତି: ପଶ୍ଚିମବଙ୍ଗର ୨୯୨ ଜଣ ବିଜୟୀ ବିଧାୟକଙ୍କ ମୋଟ ସମ୍ପତ୍ତି ୧୦୯୧ କୋଟି ଟଙ୍କା ରହିଛି।

୪-ହାରାହାରି ସମ୍ପତ୍ତି: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୩.୭୩ କୋଟି ଟଙ୍କା ରହିଛି। ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତ୍ୟେକ ବିଧାୟକଙ୍କ ହାରାହାରି ସମ୍ପତ୍ତି ୨.୫୩ କୋଟି ଟଙ୍କା ଥିଲା।

୫-ଦଳ ଭିତ୍ତିକ ହାରାହାରି ସମ୍ପତ୍ତି: ୨୦୬ ଜଣ ବିଜୟୀ ବିଜେପି ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨.୯୭ କୋଟି ଟଙ୍କା ,ଏଆଇଟିସି ୮୦ ଜଣ ବିଜୟୀ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୫.୩୬ କୋଟି ଟଙ୍କା , ୨ ଜଣ ବିଜୟୀ କଂଗ୍ରେସ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୧୭.୯୨ କୋଟି ଟଙ୍କା ରହିଛି।