ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆସୁଛି ବାତ୍ୟା 'ଦାନା', ଚନ୍ଦ୍ରଭାଗାରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି

Published By : Harapriya Sethi | October 24, 2024 12:25 PM

କୋଣାର୍କ,୨୪/୧୦: ଗୁରୁବାର ସକାଳୁ ବାତ୍ୟା ଦାନାର ପ୍ରଭାବ ଦେଖିବାକୁ ମିଳିଛି । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ଏସପି ବିନିତ ଅଗ୍ରୱାଲ ଚନ୍ଦ୍ରଭାଗାରେ ପହଞ୍ଚି କିଛି ସମୟ ରହି ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ । ଚନ୍ଦ୍ରଭାଗା ସମୁଦ୍ରର ଉଚ୍ଚ ଜୁଆର କୂଳକୁ ମାଡ଼ି ଆସୁଛି । ଝିପିଝିପି ବର୍ଷା ସାଙ୍ଗକୁ ହାଲକା ପବନ ବହିବାରେ ଲାଗିଛି । ପର୍ଯ୍ୟଟନସ୍ଥଳୀ କୋଣାର୍କ ଓ ଚନ୍ଦ୍ରଭାଗା ଏକପ୍ରକାର ପର୍ଯ୍ୟଟକ ଶୂନ୍ୟ ହୋଇପଡିଛି । ବେଳାଭୂମିରେ ଚନ୍ଦ୍ରଭାଗା ମେରାଇନ ପୁଲିସ ଏବଂ ଲାଇଫ ଗାର୍ଡ ପହରା ଦେଉଛନ୍ତି । ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ବେଳାଭୂମିରେ ନବୁଲିବା ପାଇଁ ବାରଣ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.