ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି: ରବିବାର ମୁମ୍ବାଇ-ମଧ୍ୟ ପ୍ରଦେଶ ମଧ୍ୟରେ ଫାଇନାଲ ଟକ୍କର

Published By : Prameya | December 14, 2024 12:07 PM

ବେଙ୍ଗାଲୁରୁ,୧୪/୧୨: ଚଳିତ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରଣଜୀ ଟ୍ରଫି ଚାମ୍ପିଅନ ମୁମ୍ବାଇ ଓ ମଧ୍ୟ ପ୍ରଦେଶ ମଧ୍ୟରେ ଟାଇଟଲ ଲଢେଇ ହେବ । ରବିବାର ଅପରାହ୍ନ ୪ଟାରେ ବେଙ୍ଗାଲୁରୁ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିମୟରେ ଖେଳାଯିବ ମ୍ୟାଚ୍‌।

ଶୁକ୍ରବାର  ଅନୁଷ୍ଠିତ ସେମି ଫାଇନାଲ୍‌ ମୁକାବିଲାରେ ମୁମ୍ବାଇ  ୬ ୱିକେଟ୍‌ରେ ବରୋଦାକୁ ପରାସ୍ତ କରିଥିଲା । ସେହିପରି ଅନ୍ୟ ସେମି ଫାଇନାଲ୍‌ରେ ମଧ୍ୟ  ପ୍ରଦେଶ ୭ ୱିକେଟ୍‌ରେ ଦିଲ୍ଲୀକୁ ହରାଇଥିଲା ।  ପ୍ରଥମ ସେମି ଫାଇନାଲ୍‌ରେ ବ୍ୟାଟିଂ ଆମନ୍ତ୍ରଣ  ପାଇ ବରୋଦା ୭ ୱିକେଟ୍‌ ବିନିମୟରେ ୧୫୮  ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶାଶ୍ୱସ  ରାୱତ ୩୩, କୃନାଲ ପାଣ୍ଡ୍ୟ ୩୦, ଶିବଲିକ ଶର୍ମା  ଅପରାଜିତ ୩୬ ଓ ଅତିତ ସେଠ ୨୨ ରନ  କରିଥିଲେ । ମୁମ୍ବାଇ ପକ୍ଷରୁ ସୂର‌୍ୟାଂଶ ସେଗେ  ସର୍ବାଧିକ ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ ।  

ଜବାବରେ ମୁମ୍ବାଇ ୧୭.୨ ଓଭରରେ ୪  ୱିକେଟ୍‌ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି  ନେଇଥିଲା । ଦଳ ପକ୍ଷରୁ ଭେଟେରାନ ବ୍ୟାଟର  ଅଜିଙ୍କ୍ୟ ରାହାଣେ ୫୬ଟି ବଲ୍‌ରୁ ୯୮ ରନ୍‌ର  ଦମ୍‌ଦାର ଇନିଂସ ଖେଳିଥିଲେ । ଏହି ଇନିଂସରେ ସେ  ୧୧ଟି ଚୌକା ଓ ୫ଟି ଛକା ମାରିଥିଲେ । ସେହିପରି  ଶ୍ରେୟାସ ଆୟର ୩୦ଟି ବଲ୍‌ରୁ ୪୬ ରନ୍‌ର ପାଳି  ଖେଳିଥିଲେ । ଉଭୟଙ୍କ ୮୮ ରନ୍‌ର ଭାଗିଦାରୀ  ବଳରେ ମୁମ୍ବାଇର ବିଜୟ ସହଜ ହୋଇଥିଲା ।  

ଦ୍ୱିତୀୟ ସେମି ଫାଇନାଲ୍‌ରେ ବ୍ୟାଟିଂ ଆମନ୍ତ୍ରଣ  ପାଇ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍‌ ହରାଇ  ୧୪୬ ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅନୁଜ  ରାୱତ ୨୪ଟି ବଲ୍‌ରୁ ଅପରାଜିତ ୩୩ ରନ୍‌  କରିଥିବାବେଳ ପିୟୂଷ ଆର‌୍ୟ ୨୯, ମୟଙ୍କ ରାୱତ ୨୪  ରନ୍‌ କରିଥିଲେ । ମଧ୍ୟ ପ୍ରଦେଶ ପକ୍ଷରୁ ଭେଙ୍କଟେଶ  ଆୟର ସର୍ବାଧିକ ୨ଟି ୱିକେଟ୍‌ ନେଇଥିଲେ ।  

ଜବାବରେ ମଧ୍ୟ ପ୍ରଦେଶ ପ୍ରଥମ ବଲ୍‌ରେ  ଅର୍ପିତ ଗୌଡ଼ଙ୍କ ୱିକେଟ୍‌ ହରାଇଥିଲା । ପରେ  ପରେ ଶୁଭ୍ରାଂଶୁ ସେନାପତି ମଧ୍ୟ ୭ ରନ୍‌ କରି  ପାଭିଲିୟନ ଫେରିଥିଲେ । ଅନ୍ୟ ଓପନ ହର୍ଷ  ଗାଓଲି ୧୮ଟି ବଲ୍‌ରୁ ୩୦ ରନ୍‌ର ଉପଯୋଗୀ ପାଳି  ଖେଳିଥିଲେ । ୪୬ ରନ୍‌ରେ ଦଳ ୩ଟି ୱିକେଟ୍‌  ହରାଇ ସାରିଥିଲା । ମାତ୍ର ଏହାପରେ ହରପ୍ରୀତ  ସିଂହ ଓ ରଜତ ପାତିଦାର ବିସ୍ଫୋରକ ବ୍ୟାଟିଂ କରିବା  ଫଳରେ ମଧ୍ୟ ପ୍ରଦେଶ ୨୬ଟି ବଲ୍‌ ବାକି ଥାଇ  ବିଜୟ ହାସଲ କରିଥିଲା । ପାତିଦାର ୨୯ଟି ବଲ୍‌ର  ସାମ୍ନା କରି ଚୌକା ଓ ୬ ଛକା ବଳରେ ଅପରାଜିତ  ୬୬ ରନ୍‌ କରିଥିଲେ । ସେହିପରି ହରପ୍ରୀତ ୩୮ଟି  ବଲ୍‌ରୁ ୪୬(୪ଚୌକା, ୨ଛକା) ରନ୍‌ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.