ବେଙ୍ଗାଲୁରୁ – ସୈୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୪-୨୫ ସିଜନର ଫାଇନାଲ ମୁକାବିଲା ରବିବାର ( ୧୫ ଡିସେମ୍ୱର) ଖେଳା ଯାଇଛି। ଏହି ଟାଇଟଲ ମୁମ୍ୱାଇ ଓ ମଧ୍ୟ ପ୍ରଦେଶ ମଧ୍ୟରେ ହୋଇଛି। ଏଥିରେ ଶ୍ରେୟସ ଆୟରଙ୍କର ଅଧିନାୟକତ୍ୱର ମୁମ୍ୱାଇ ଟିମ୍ ଆକର୍ଷଣୀୟ ପ୍ରଦର୍ଶନ କରି ଫାଇନାଲ ମୁକାବିଲା ଓ ଟାଇଟନକୁ ନିଜ ନାଁରେ କରି ନେଇଛି।
ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ରଜତ ପାଟିଦାରଙ୍କର ଅଧିନାୟକତ୍ୱରେ ମଧ୍ୟପ୍ରଦେଶର ଟିମ୍ ୧୭୫ରନର ଟାର୍ଗେଟ୍ ସେଟ୍ କରିଥିଲା। ଜବାବରେ ମୁମ୍ୱାଇ ଟିମ୍ ୧୭.୫ ଓଭରରେ ୫ ୱିକେଟ୍ ହରାଇ ୧୮୦ ରନ୍ କରି ଏହି ମୁକାବିଲା ନିଜ ନାଁରେ କରିଛି। ଫାଇନାଲରେ ଏକ ୱିକେଟ୍ ନେଇ ଥିବା ତଥା ଅପରାଜେୟ ୩୬ ରନ୍ କରିଥିବା ସୂର୍ଯ୍ୟାଂଶ ରୋଡଗେଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ କରାଯାଇଛି। ଅଜିଙ୍କ୍ୟ ରହାଣେ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି। ସେ ଟୁର୍ଣ୍ଣାମେଣ୍ଟରେ ମୋଟ୍ ୪୬୯ରନ୍ କରିଛନ୍ତି।

ସୂଚନା ଆଧାରରେ , ପ୍ରଥମେ ବ୍ୟାଟିଂ କରି ମଧ୍ୟପ୍ରଦେଶ ଟିମ୍ ୮ ୱିକେଟ୍ରେ ୧୭୪ରନ୍ କରିଥିଲା। ଟିମ୍ର ପ୍ରାରମ୍ଭ ଖରାପ ଥିଲା। ଟିମ୍ ୬ ଓଭରରେ ୨ଟି ୱିକେଟ୍ ହରାଇ ଥିଲେ। ୮୬ ରନ୍ରେ ଅଧା ଟିମ୍ର ପତନ ଘଟିଥିଲା। ଏମିତି ସ୍ଥିତିରେ ଅଧିନାୟକ ପାଟିଦାର ମୋର୍ଚ୍ଚା ସମ୍ଭାଳିଲେ ଏବଂ ୪୦ ଟି ବଲ୍ରେ ୮୧ ରନ୍ର ଅପରାଜେୟ ଆକର୍ଷକ ଇନିଂସ ଖେଳି ଥିଲେ।
ପାଟିଦାର ନିଜର ଇନିଂସରେ ୬ଟି ଛକ୍କା ଓ ୬ଟି ଚୌକା ହିଁ ମାରି ଥିଲେ। ତାଙ୍କ ବ୍ୟତୀତ କେହି ବି ପ୍ଲେୟାର ୨୫ ରନ୍ର ସଂଖ୍ୟା ଛୁଇଁ ପାରି ନଥିଲେ। ମୁମ୍ୱାଇ ପକ୍ଷରୁ ଶାର୍ଦୁଲ ଠାକୁର ଓ ରୋୟଷ୍ଟନ ଡାୟସ ୨-୨ ୱିକେଟ୍ ନେଇଥିଲେ।
𝐂.𝐇.𝐀.𝐌.𝐏.𝐈.𝐎.𝐍.𝐒! 🏆
— BCCI Domestic (@BCCIdomestic) October 5, 2024
Presenting the winners of #IraniCup 2024 👉 𝐌𝐮𝐦𝐛𝐚𝐢! 🏆 👍@IDFCFIRSTBank | @MumbaiCricAssoc pic.twitter.com/rbRhrth0iX
ଏହାପରେ ମ୍ୟାଚ୍ରେ ୧୭୫ ରନ୍ର ଟାର୍ଗେଟ୍ର ପିଛା କରି ମୈଦାନକୁ ଓହ୍ଲାଇ ଥିବା ମୁମ୍ୱାଇ ଚିମ୍ର ପ୍ରାରମ୍ଭିକ ମଧ୍ୟ ଠିକ୍ ନଥିଲା। ସେ ୧୫ ରନ୍ରେ ପ୍ରଥମ ଓ ୪୭ରେ ୨ୟ ୱିକେଟ୍ ହରାଇ ଦେଇଥିଲା। ଏଠାରୁ ଅଜିଙ୍କ୍ୟ ରହାଣେ ଓ ସୂର୍ଯ୍ୟକୁମାର ଯାଦବ ମୋର୍ଚ୍ଚା ସମ୍ଭାଳି ଥିଲେ । ଉଭୟଙ୍କ ମଧ୍ୟରେ ୫୨ ରନ୍ର ପାର୍ଟନରସିପ୍ ହୋଇଥିଲା ଏବଂ ସେ ଟିମ୍କୁ ସମ୍ଭାଳି ଥିଲେ। ଶେଷରେ ସୂର୍ଯ୍ୟାଂଶ ରୋଡଗେ ଓ ଅଥର୍ବ ଅଙ୍କୋଲେକର ୧୯ ଟି ବଲ୍ରେ ଅପରାଜେୟ ୫୧ ରନ୍ର ପାର୍ଟନରସିପ୍ କରି ଟିମ୍କୁ ବିଜୟ ଦେଇଥିଲେ। ସୂର୍ଯ୍ୟାଂଶ ୧୫ ଟି ବଲ୍ରେ ୩୫ ରନ୍ କରିଥିଲେ। ଅଥର୍ବ ୬ଟି ବଲ୍ରେ ୧୬ ରନ୍ କରି ପାରି ଥିଲେ।