ନୂଆଦିଲ୍ଲୀ, ୧୫/୨ : ପୁଣି ରିପିଟ୍ ହେବ କି ‘ନୋ ହ୍ୟାଣ୍ଡସେକ୍’ ନୀତି ? ପାକିସ୍ତାନ ଖେଳାଳିଙ୍କ ହାତ ମିଳାଇବେନି କି ଭାରତୀୟ ଖେଳାଳି ? ଏମିତି ଚର୍ଚ୍ଚା ଲାଗି ରହିଥିବାବେଳେ ମ୍ୟାଚ୍ ପୂର୍ବରୁ ବଡ଼ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ମଞ୍ଜେରକର । ସେ କହିଛନ୍ତି କି, ହାତ ନମିଳାଇବା ମୁର୍ଖତା । ବଡ଼ କ୍ରିକେଟ୍ ରାଷ୍ଟ୍ର ପାଇଁ ଏହା ଅଶୋଭନୀୟ ବାର୍ତ୍ତା ।
This ‘no shaking hands’ is such a silly thing that India has started. It’s unbecoming of a nation like ours. Either play properly within the spirit of the game or don’t play at all.
— Sanjay Manjrekar (@sanjaymanjrekar) February 15, 2026
ନିଜର ଏକ୍ସ ଆକାଉଣ୍ଟରେ ନୋ ହ୍ୟାଣ୍ଡସେକ୍ ସମ୍ପର୍କରେ ସଞ୍ଜୟ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ପ୍ରକାଶ କରିଛନ୍ତି ଏଭଳି ଆଚରଣ ମୁର୍ଖତାପୂର୍ଣ୍ଣ । ଆମ ଭଳି ଦେଶକୁ ଏହା ଶୋଭା ଦିଏନାହିଁ । ଖେଳକୁ ଠିକ୍ ଭାବେ ଖେଳିବା ଦରକାର ନହେଲେ ସିଧା ଖେଳିବନି । ଉଭୟ ଦଳ ମଇଦାନକୁ ଓହ୍ଲାଉଥିବାବେଳେ ଖେଳକୁ ସମ୍ମାନ ଜଣାଇବା ଉଚିତ୍ । ୨୦୨୫ ଏସିଆ କପ ସମୟରୁ ଏହା ଆରମ୍ଭ ହୋଇଛି । ଭାରତ ଲିଗ୍ ପର୍ଯ୍ୟାୟରୁ ହ୍ୟାଣ୍ଡସେକ୍ କରିନଥିଲା । ଯାହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ପହଲଗାମ ଆକ୍ରମଣ ଘଟଣାରେ ପାକିସ୍ତାନର ଭୂମିକା ଥିବାରୁ ଏଭଳି ପନ୍ଥା ଆପଣାଇଥିଲା ଭାରତ ।
ସେପଟେ ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ସୂର୍ଯ୍ୟ କୁମାର ହାତ ମିଳାଇବା ପ୍ରସଙ୍ଗରେ କହିଛନ୍ତି କି, ମ୍ୟାଚକୁ ସମୟ ବାକି ଅଛି ସେତେବେଳେ ସମସ୍ତେ ଦେଖିବେ । ସେପଟେ ପାକିସ୍ତାନ ଅଧିନାୟକ ସଲମାନ ଅଲ୍ଲି ଆଗା କହିଛନ୍ତି କି, ଆମେ ହାତ ମିଳାଇବା ପାଇଁ ରାଜି ଅଛୁ । ତେବେ ଏହି ମ୍ୟାଚରେ କଣ ହେବ ତାହା ଉପରେ ସାରା ବିଶ୍ବର ନଜର ରହିଛି ।
ଏହାସହ ପଢ଼ନ୍ତୁ : ଆସନ୍ତା ୧୭ରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ: ନୂଆ ବିଧାୟକ ଏବଂ ନୂଆ କାର୍ଯ୍ୟକର୍ତ୍ତା ନେବେ ପ୍ରଶିକ୍ଷଣ