ମୁମ୍ୱାଇ : ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀଙ୍କ ତାଲିକାରେ ତବୁଙ୍କ ନାଁ ବି ଆସିଥାଏ। ହିନ୍ଦୀ ଫିଲ୍ମର ଅଧିକାଂଶ ଲୋକପ୍ରିୟ ଫିଲ୍ମ ସହ ସେ କାମ କରି ସାରିଛନ୍ତି। ହଲିଉଡ୍‌ରେ ମଧ୍ୟ ସେ ଡ୍ୟୁନ୍‌-ପ୍ରୋଫେସି ସିରିଜରେ ଖୁବ୍‌ ପ୍ରଶଂସନୀୟ କାମ କରିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀର ମାହୋଲରେ ତାଙ୍କ ସିନେମା ସହ ଜଡ଼ିତ କାହାଣୀ ଅନେକ ଶୁଣିବାକୁ ମିଳେ। ଏବେ ଅପଡେଟ୍‌ ସାମ୍ନାକୁ ଆସିଛି କି, ଅଭିନେତ୍ରୀ ଏକ ଫିଲ୍ମକୁ ରିଜେକ୍ଟ କରିଥିଲେ, ଯାହାକି ପରେ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇ ଥିଲା।

ଫିଲ୍ମ ନିର୍ମାତା ରବି ଚୋପ୍ରାଙ୍କର ପତ୍ନୀ ରେଣୁ ଚୋପ୍ରା ଖୁଲାସା କରିଛନ୍ତି କି , ଗୋଟିଏ ଫିଲ୍ମରେ ଅମିତାଭ ବଚ୍ଚନଙ୍କର ପତ୍ନୀର ରୋଲ୍‌ ତବୁଙ୍କୁ ଅଫର କରାଯାଇ ଥିଲା। ହେଲେ, ସେ ସ୍କ୍ରିପ୍ଟ ପସନ୍ଦ ଆସିବା ପରେ ମଧ୍ୟ ଏକ କାରଣରୁ ଏହି ରୋଲ୍‌କ ଏଡେଇ ଦେଇ ଥିଲେ। 

ତବୁ ଓ ଅମିତାଭ ବଚ୍ଚନ ପ୍ରଥମ ଥର ୨୦୦୭ର ଫିଲ୍ମ ଚିନି କମ୍‌ ରେ ଏକାଠି କାମ କରିଥିଲେ, କିନ୍ତୁ ସେ ଏହା ପୂର୍ବରୁ ୨୦୦୩ରେ ବାଗବାନ୍‌ ଫିଲ୍ମରେ ଏକାଠି ନଜର ଆସି ଥାନ୍ତେ, ଯଦି ଅଭିନେତ୍ରୀ ଫିଲ୍ମରେ ଅଫର ହୋଇଥିବା ଭୂମିକାକୁ ସ୍ୱୀକାର କରିଥାନ୍ତେ। ସେହି ସମୟରେ ତବୁଙ୍କର ବୟସ ପାଖାପାଖି ୩୬ ବର୍ଷ ଥିଲା ,ଅମିତାଭ ୬୫ ବର୍ଷ ବୟସର ଥିଲେ।

ରେଣୁ ଚୋପ୍ରା ଭିଙ୍କଭିଲାକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି କି, ତବୁଙ୍କୁ ବାଗବାନ ଫିଲ୍ମରେ ଅମିତାଭଙ୍କ ପତ୍ନୀଙ୍କ ରୋଲ୍‌ ଅଫର ହୋଇଥିଲା, ଯାହା ପରେ ହେମା ମାଳିନୀ କରିଥିଲେ। ରେଣୁଙ୍କ କହିବା ହେଲା କି, ବାଗବାନର ସ୍କ୍ରିପ୍ଟ ଶୁଣିବା ପରେ ତବୁ ଭାବୁକ ହୋଇଗଲେ ଏବଂ ତାଙ୍କର ଆଖିରେ ଲୁହ ବୋହିବାକୁ ଲାଗିଲା। ସେ କହିଥିଲେ, ଆମକୁ ଲାଗୁ ଥିଲା କି, ସେ ଏଥିରେ କାମ କରିବାକୁ ସହଜରେ ରାଜି ହୋଇ ଯିବେ। ମୁଁ କାହାକୁ ଶୁଣି ଥିଲି ଯେ, ତବୁ ଯେବେ ସ୍କ୍ରିପ୍ଟ ଶୁଣି କାନ୍ଦନ୍ତି, ତ ସେ ଫିଲ୍ମ ପାଇଁ ମନା କରି ଦିଅନ୍ତି ଏବଂ ଏହିଥର ମଧ୍ୟ ସେ ଏମିତି ହିଁ କଲେ। 

ତବୁଙ୍କୁ ରେଣୁ ପଚାରି ଥିଲେ ଯେ , କାହିଁକି ସେ ଏଥିରେ କାମ କରିବାକୁ ଚାହାନ୍ତି ନାହିଁ। ଅଭିନେତ୍ରୀ କହିଥିଲେ , ମୋତେ କାହାଣୀ ଖୁବ୍‌ ପସନ୍ଦ ଆସିଥିଲା , କିନ୍ତୁ ମୁଁ ୪ଟି ପିଲାର ମାଆର ଭୂମିକାକୁ କେବେ କରି ପାରିବି ନାହିଁ। ମୋର ପୂରା କ୍ୟାରିୟର ଏବେ ବାକି ଅଛି , ଏଥିପାଇଁ ରବି ଜୀ ଆପଣ ମୋତେ ଏହି ଥର କ୍ଷମା କରିଦିଅନ୍ତୁ। 

ଉଲ୍ଲେଖନୀୟ ଯେ, ଯେବେ ଫିଲ୍ମ ରିଲିଜ୍‌ ହେଲା, ତବୁ ନିଜ ପରିବାର ସହ ଫିଲ୍ମ ଦେଖିବାକୁ ଗଲେ। ଅଭିନେତ୍ରୀ ନିଜର ଆଣ୍ଟିଙ୍କୁ କହିଲେ, ତାଙ୍କୁ ଏହି ଫିଲ୍ମ ଅଫର ହୋଇଥିଲା, କିନ୍ତୁ ସେ ଏଥିରେ କାମ କରିବାକୁ ମନା କରି ଦେଇ ଥିଲେ। ଏତିକି ମାତ୍ର ଶୁଣିବା ପରେ ତାଙ୍କର ଆଣ୍ଟି ଖୁବ୍‌ ରାଗି ଯାଇ କହିଥିଲେ , ଏ ଚପଲ ବାହାର କରି ତୁମ ମୁଣ୍ଡକୁ ମାରିବି । ତୁମେ ଏହି ଫିଲ୍ମ କାହିଁକି ମନା କରିଥିଲ।