ସୋର, ୧୯।୨ : ଲାଞ୍ଚ ନେବା ବେଳେ ବାଲେଶ୍ୱର ଜିଲ୍ଲା ସୋର ତହସିଲଦାର ଦୈତାରୀ ମଲ୍ଲିକଙ୍କୁ ମାଡ଼ି ବସିଲା ଭିଜିଲାନ୍ସ l ସେ ଜଣେ ବ୍ୟକ୍ତିଙ୍କ ଜରିଆରେ ଲାଞ୍ଚ ଟଙ୍କା ନେଲା ବେଳେ ମାଡି ବସିଲା ଭିଜିଲାନ୍ସ l ଉକ୍ତ ବ୍ୟକ୍ତି ଓ ତହସିଲଦାରଙ୍କୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ସୋର ପୌରପାଳିକା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ୫ଟି ଟ୍ରକକୁଶ୍ରୀ ମଲ୍ଲିକ ଖଣି ବିଭାଗକୁ ନଦେଇ ଥାନାକୁ ହସ୍ତାନ୍ତର କଲେ ସହଜରେ ଟ୍ରକ ଛାଡ଼ ହେବ ପ୍ରଲୋଭନ ଓ ଖଣି ବିଭାଗରୁ ଫାଇନରୁ ବର୍ତ୍ତିବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ l ପରେ ଦୟାନିଧି ଜେନାଙ୍କ ମାଧ୍ୟମରେ ୪୦ ହଜାର ଟଙ୍କା କଥା ଛିଣ୍ଡିଥିଲା l ୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଶ୍ରୀ ମଲ୍ଲିକ ଓ ଶ୍ରୀ ଜେନା ଭିଜିଲାନ୍ସ ହାତରେ ଧରା ପଡିଥିଲେ l ଭିଜିଲାନ୍ସ ପ୍ରଥମେ ଶ୍ରୀ ମଲ୍ଲିକଙ୍କୁ ଭଡା ଘରୁ ଧରିବା ପରେ ଦୟାନିଧି ଜେନାଙ୍କୁ ଉତ୍ତରେଶ୍ୱର ଠାରେ ଧରିଥିଲା l ସୋର ତହସିଲରେ ଭାରପ୍ରାପ୍ତ ତହସିଲଦାର ଭାବେ ଶ୍ରୀ ମଲ୍ଲିକ କାର୍ଯ୍ୟ କରୁଥିଲେ l ସେ ଦୀର୍ଘ ଦିନ ଧରି ସୋର ଭାରପ୍ରାପ୍ତ ତହସିଲଦାର ଓ କିଛିଦିନ ସୋର ଉପ ନିବନ୍ଧକ କାର୍ଯ୍ୟାଳୟରେ ଭାରପ୍ରାପ୍ତ ଅଧିକାରୀ କାର୍ଯ୍ୟ କରିଥିଲେ l ତହସିଲ ପଛ ବଢ଼େଇ ସାହିରେ ଭଡା ନେଇ ରହୁଥିବା ଶ୍ରୀ ମଲ୍ଲିକଙ୍କ ଉପସ୍ଥିତିରେ ଭଡା ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା l