ନୂଆଦିଲ୍ଲୀ,୯।୧୦:  ତାଇୱାନକୁ ନିଜ ସହିତ ମିଶାଇବାକୁ ପ୍ରସ୍ତୁତି କରୁଛି ଚୀନ୍। ବେଜିଂ କେବେ ସାମରିକ ଅଭିଯାନ ଆରମ୍ଭ କରିବ ତାହା ସ୍ପଷ୍ଟ ନୁହେଁ, କିନ୍ତୁ ତାଇଓ୍ବାନ ଦ୍ୱୀପ ପାର୍ଶ୍ୱରେ ଚୀନ୍ ସାମରିକ ଅଭ୍ୟାସରେ ବୃଦ୍ଧି କରିବା ପରେ ଚର୍ଚ୍ଚା ବଢିଚି। ଏହାକୁ ଦୃଷ୍ଟିରେ ରଖି ତାଇୱାନ  ଯେକୌଣସି ସାମରିକ ପ୍ରୟାସକୁ ବିଫଳ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ବ୍ରିଟିଶ ଗଣମାଧ୍ୟମ ‘ଦ ସନ’ର  ଏକ କାର୍ଯ୍ୟକ୍ରମରେ, ସାମରିକ ଗୁଇନ୍ଦା ବିଶେଷଜ୍ଞ ଫିଲିପ୍ ଇନଗ୍ରାମ୍ ତାଇୱାନର ରଣନୀତି ନେଇ ବିଶ୍ଲେଷଣ କରିଛନ୍ତି।   

ସେ କହିଛନ୍ତି, ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ଦୃଢ଼ ଭାବରେ କହିଛନ୍ତି ଯେ ବେଜିଂକୁ ତାଇୱାନକୁ ନିୟନ୍ତ୍ରଣ କରିବାକୁ ପଡିବ ଏବଂ ଏହା ହାସଲ କରିବା ପାଇଁ ଶକ୍ତି ପ୍ରୟୋଗ କରିବାକୁ ପଛାଇବୁ ନାହିଁ। ତେବେ ତାଇୱାନ ଉପରେ ଆକ୍ରମଣ ଏବଂ ଦଖଲ କରିବା ସହଜ ନୁହେଁ, ବିଶେଷକରି ଯେହେତୁ ଏହାକୁ ଆମେରିକାର ସହଯୋଗୀ ଭାବରେ ବିବେଚନା କରାଯାଏ ଏବଂ ୱାଶିଂଟନରୁ ଅସ୍ତ୍ରଶସ୍ତ୍ର ପାଏ। ଏହାର ଅର୍ଥ ହେଉଛି ଯେ କୌଣସି ବଡ଼ ଆକ୍ରମଣର ଗମ୍ଭୀର ପରିଣାମ ହୋଇପାରେ।

ଇନଗ୍ରାହାମ କହିଛନ୍ତି, ତାଇୱାନକୁ ଦଖଲ କରିବା ପାଇଁ ଏକ ସାମରିକ ଅଭିଯାନ ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ବିପଦରେ ପକାଇବ। ସବୁଠାରୁ ବଡ଼ ପ୍ରଶ୍ନ ହେବ ୱାଶିଂଟନ କିପରି ପ୍ରତିକ୍ରିୟା ଦେବ। ବିଶ୍ୱର ଧ୍ୟାନ ୟୁକ୍ରେନ ଉପରେ କେନ୍ଦ୍ରିତ ହୋଇଥିବା ବେଳେ, ଆଉ ଏକ ମୁକାବିଲା ଆହୁରି ବଡ଼ ଯୁଦ୍ଧ ସୃଷ୍ଟି କରିପାରେ। ତାଇୱାନ ବେଜିଂ ପାଇଁ କେବଳ ଏକ ଭୂଖଣ୍ଡ ନୁହେଁ, ସେଭଳି ୱାଶିଂଟନ ପାଇଁ ଏକ ଲାଲ ରେଖା। ତାଇଓ୍ବାନର ରଣନୀତି ସିଦ୍ଧାନ୍ତ ଉପରେ ଆଧାରିତ, ତେଣୁ ଚୀନ୍ ହରାଇବା ସମ୍ଭବ ହେବନି। ତାଇୱାନ ଏହାର ନୌସେନା, ବାୟୁସେନା ଏବଂ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଏକ ଅତୁଟ ପ୍ରତିରକ୍ଷା ବ୍ୟବସ୍ଥା ଗଠନ କରେ ଯାହାକୁ ବିଶ୍ୱର ସର୍ବବୃହତ ସାମରିକ ବାହିନୀ ମଧ୍ୟ ଭେଦ କରିବାକୁ ଅସମର୍ଥ। ଏହି କ୍ଷେତ୍ରରେ ବାୟୁସେନା ଏବଂ ନୌସେନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।